ଓଗିଲଭି ସିଣ୍ଡ୍ରୋମ

ଏହ ରୋଗରେ ଆନ୍ତ୍ରିକ ଅବରୋଧ ନ ଥାଇ ମଧ୍ୟ ହଠାତ୍ କୋଲୋନ ଫୁଲିଯାଏ ।

ଓଗିଲଭି ସିଣ୍ଡ୍ରୋମ (OS ), ଯାହା ତୀବ୍ର କୋଲୋନିକ୍ ସୁଡୋ-ଅବଷ୍ଟ୍ରକସନ୍ ( ACPO ) ଭାବରେ ମଧ୍ୟ ଜଣାଶୁଣା, ଏକ ରୋଗ ଯେଉଁଥିରେ ଆନ୍ତ୍ରିକ ଅବରୋଧ ନ ଥାଇ ମଧ୍ୟ ହଠାତ୍ କୋଲୋନ ଫୁଲିଯାଏ ।[୩] ଏହାର ଲକ୍ଷଣ ମଧ୍ୟରେ ଫୁଲିବା, ପେଟ ଯନ୍ତ୍ରଣା, ବାନ୍ତି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୧] ଆରମ୍ଭ ସାଧାରଣତଃ ଏକ କିମ୍ବା ଅଧିକ ଦିନରୁ ଅଧିକ ହୋଇଥାଏ ।[୧] ରୋଗ ଜଟିଳ ହେଲେ ଜଠରାନ୍ତ୍ର ଛିଦ୍ର ଏବଂ ଅନ୍ତନଳୀ ସ୍ୱଳ୍ପ ରକ୍ତପ୍ରବାହ ହୋଇପାରେ ।[୧]

Ogilvie syndrome
Acute colonic pseudo-obstruction (ACPO)
CT scan of the abdomen of an elderly woman with Ogilvie syndrome
ଲକ୍ଷଣBloating, abdominal pain, vomiting, constipation[୧]
ଆକ୍ରାନ୍ତ ସମୟOver a few days[୧]
ବିପଦ କାରକSignificant health problems, recent surgery[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other potential causes[୨][୧]
ସଠିକ ରୋଗ ନିର୍ଣ୍ଣୟChronic intestinal pseudo-obstruction, volvulus, bowel obstruction, gastroparesis[୧][୨]
ଚିକିତ୍ସାWatchful waiting, nasogastric tube, neostigmine, colonoscopy, surgery[୩][୧]
ପୁନଃପୌନିକRare[୧]
ମୃତ୍ୟୁ ସାନ୍ଦ୍ରତା15% risk[୨]

ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଅସ୍ତ୍ରୋପଚାର ପରେ ଏହା ସାଧାରଣତଃ ହେଉଥିବାର ଦେଖାଯାଏ ।[୨] [୧] ଯଦିଓ ଅନ୍ତର୍ନିହିତ ପ୍ରଣାଳୀ ଅସ୍ପଷ୍ଟ, ଏହା କୋଲନର ଦୁର୍ବଳ ସଂକୋଚନ ଯୋଗୁ ହୋଇଥାଏ ।[୩] ସିକମର ବ୍ୟାସ ସାଧାରଣତଃ ୧୦ସେମିରୁ ଅଧିକ ହୋଇଯାଇଥାଏ ଏବଂ ଡାହାଣ କୋଲନ ମଧ୍ୟ ଫୁଲିଥାଏ ।[୪] ଏକ ସମ୍ଭାବ୍ୟ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଏକ ସିଟି ସ୍କାନ୍ କିମ୍ବା ପାଣିରେ ଦ୍ରବୀଭୂତ ଏନିମା ଦିଆଯାଏ ।[୧]

ପରିଚାଳନାରେ ଜାଗ୍ରତ ଅପେକ୍ଷା, ନାଜୋଗାଷ୍ଟ୍ରିକ୍ ନଳୀ, କିମ୍ବା ନିଓଷ୍ଟିଗମିନ ଦିଆଯାଇପାରେ ।[୩][୧] ଓପିଏଟ୍ ଏବଂ ଆଣ୍ଟିକୋଲିନର୍ଜିକ୍ ଦେଉଥିଲେ ବନ୍ଦ କରିଦିଆଯାଏ ଓ ଏହା ସାହାଯ୍ୟ କରିପାରେ ।[୧] ଅଧିକ ଗୁରୁତର ମାମଲା ଥିଲେ କୋଲୋନୋସ୍କୋପ କିମ୍ବା ଅସ୍ତ୍ରୋପଚାର କରି କୋଲନରୁ ଗ୍ୟାସ୍ ବାହାର କରିବାକୁ ଉଦ୍ୟମ କରାଯାଇପାରେ । [୩] [୧] ଏକ କୋଲୋନିକ୍ ଟ୍ୟୁବ୍ ଲଗାଇଲେ ପୁନର୍ବାର ଏହି ଅବସ୍ଥା ରୋକିବା ହୋଇପାରେ ।[୩] ଏହି ଅବସ୍ଥାରେ ପ୍ରାୟ ୧୬% ଲୋକ ମୃତ୍ୟୁ ବରଣ କରନ୍ତି। [୨]

ଓଗିଲଭି ସିଣ୍ଡ୍ରୋମ ଏକ ବିରଳ ରୋଗ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରତି ୧୦୦୦ ଜଣ ଲୋକଙ୍କ ମଧ୍ୟରୁ ପ୍ରାୟ ଜଣେ ପ୍ରଭାବିତ ହୋଇଥାଏ ।[୧] [୨] ଏହା ସାଧାରଣତଃ ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ ।[୨] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୧] ଏହି ଅବସ୍ଥା ବ୍ରିଟିଶ ସର୍ଜନ ୱିଲିୟମ୍ ହେନେଜ୍ ଓଗିଲଭିଙ୍କ ନାମରେ ନାମିତ ହୋଇଛି, ଯିଏ ଏହାକୁ ୧୯୪୮ ମସିହାରେ ବର୍ଣ୍ଣନା କରିଥିଲେ ।[୫] [୬]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Ogilvie syndrome". NORD (National Organization for Rare Disorders). Archived from the original on 1 March 2022. Retrieved 30 March 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Conner, S; Nassereddin, A; Mitchell, C (January 2022). "Ogilvie Syndrome". PMID 30252358. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Pereira, P; Djeudji, F; Leduc, P; Fanget, F; Barth, X (April 2015). "Ogilvie's syndrome-acute colonic pseudo-obstruction". Journal of visceral surgery. 152 (2): 99–105. doi:10.1016/j.jviscsurg.2015.02.004. PMID 25770746.
  4. Feldman, Mark; Friedman, Lawrence S.; Sleisenger, Marvin H. (July 2002). Sleisenger & Fordtran's Gastrointestinal and Liver Disease (7th ed.). Elsevier. ISBN 978-0-7216-8973-9.
  5. Ogilvie H (1948). "Large-intestine Colic due to Sympathetic Deprivation". Br Med J. 2 (4579): 671–673. doi:10.1136/bmj.2.4579.671. PMC 2091708. PMID 18886657.
  6. "Sir William Heneage Ogilvie". www.whonamedit.com. Archived from the original on 22 April 2021. Retrieved 30 March 2022.