ଓଁକାରେଶ୍ୱର
ଓଁକାରେଶ୍ୱର, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶର ନର୍ମଦା ନଦୀ ମଧ୍ୟସ୍ଥଳରେ ଓଁ ଆକାରର ମାନ୍ଧାତା ନାମକଏକ ଦ୍ୱୀପରେ ବିରାଜମାନ।
ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ମଧ୍ୟ ପ୍ରଦେଶ, ଭାରତ |
State | ମଧ୍ୟ ପ୍ରଦେଶ |
Country | ଭାରତ |
Website | |
http://www.shriomkareshwar.org |
କିମ୍ବଦନ୍ତୀ
ସମ୍ପାଦନାଏହି ଦ୍ୱୀପଟିର ଆକାର ଦେଖିବାକୁ ହିନ୍ଦୁଧର୍ମର ଓଁ ପ୍ରତୀକ ପରି । ଖାସ ସେଇଥିପାଇଁ ଏହା ମଧ୍ୟରେ ଥିବା ସହରଟିର ନାମ ଓଁକାରେଶ୍ୱର ରଖାଯାଇଥିଲା । ତା'ଛଡା ଏଠାରେ ଯେଉଁ ମୂଖ୍ୟ ଶୈବ ମନ୍ଦିର ରହିଛି , ତାହାର ନାମ ମଧ୍ୟ ଓଁକାରେଶ୍ୱର ରଖାଯାଇଛି । ତେବେ ଏଠାରେ ଅମଲେଶ୍ବର ନାମରେ ଆଉ ଏକ ଶୈବପୀଠ ମଧ୍ୟ ରହିଛି ।
ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
ସମ୍ପାଦନାଶ୍ରୀ ଗୋବିନ୍ଦ ଭାଗବତପାଦ ଗୁମ୍ଫା
ସମ୍ପାଦନାଇତିହାସରୁ ଜଣାଯାଏ ଯେ, ଏକଦା ଏହି ଗୁମ୍ଫାରେ ମହାଗ୍ୟାନୀ ଗୋବିନ୍ଦ ଭାଗବତପାଦ ନାମରେ ଜଣେ ସନ୍ଥ ବାସ କରୁଥିଲେ । ଆଉ ଏହିଠାରେ ଥିବା ଅବସ୍ଥାରେ ସେହି ସନ୍ଥଙ୍କଠାରୁ ଶଙ୍କରାଚାର୍ଯ୍ୟ ଦୀଖ୍ୟା ଏବଂ ଶିଖ୍ୟା ଲାଭ କରିଥିଲେ । ଖାସ ସେଇଥିପାଇଁ ଏହି ସ୍ଥାନଟିକୁ ଖୁବ ପବିତ୍ର ମନେ କରାଯାଏ ।
କେଦାରେଶ୍ୱର ମନ୍ଦିର
ସମ୍ପାଦନାମଧ୍ୟପ୍ରଦେଶର ଏହା ଏକ ସବୁଠାରୁ ପବିତ୍ର ତୀର୍ଥସ୍ଥଳୀ ଅଟେ । ଏହି ମନ୍ଦିରରେ ପୂଜା ପାଉଥିବା ଠାକୁର ଖୁବ୍ ପ୍ରତ୍ୟକ୍ଷ । ଖାସ୍ ସେଇଥିପାଇଁ ଏଠାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସିଥାନ୍ତି । ଆଉ ନିଜ ନିଜର ମାନସିକ ରଖିଥାନ୍ତି ।
ଓଁକାର ମାନ୍ଧାତା ମନ୍ଦିର
ସମ୍ପାଦନାଓମକାର ମାନ୍ଧାତା ମନ୍ଦିର ହେଉଛି ଏକ ଶୈବପୀଠ । ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ପାତାଳଫୁଟା । କିନ୍ତୁ ତାଙ୍କୁ କେହି ସହଜରେ ଦର୍ଶନ କରିପାରନ୍ତି ନାହିଁ । କାରଣ ସିଏ ସବୁବେଳେ ପାଣିରେ ବୁଡି ରହିଥାନ୍ତି । ତେବେ ଏହି ମନ୍ଦିରରେ କେବଳ ମହାଦେବ ପୂଜା ପାଆନ୍ତି ନାହିଁ । ତାଙ୍କ ବ୍ୟତୀତ ଏଠାରେ ଦେବୀ ଅନ୍ନପୂର୍ଣ୍ଣା ଆଉ ପ୍ରଭୁ ଗଣେଷଙ୍କୁ ମଧ୍ୟ ପୂଜା କରାଯାଇଥାଏ ।
ଭ୍ରମଣ ସମୟ
ସମ୍ପାଦନାବର୍ଷର ଯେ କୌଣସି ସମୟରେ ଓଁକାରେଶ୍ୱର ଯାଇହେବ ।
ଗ୍ୟାଲେରି
ସମ୍ପାଦନା-
Mamleshwar Temple
-
Sculpture at Omkareshwar Temple
-
Sculpture at Omkareshwar Temple
-
Mamleshwar Jyotirlinga
-
One of the temple shrines
-
View of Narmada
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନାବାହାର ତଥ୍ୟ
ସମ୍ପାଦନା- Official Website
- Jyotirlinga Virtual Darshan
- http://www.templenet.com/Madhya/Omkareshwar.htm
- Omkareshwar and Vindhya Mountain
- http://www.narmada.org/
- Omkareshwar temple and Parikrama Archived 2010-01-20 at the Wayback Machine.
- http://www.omkareshwar.org/
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |