ଏମ୍ ଶାରଦା ମେନନ୍

ଭାରତୀୟ ମନରୋଗ ବିଜ୍ଞାନୀ, ସମାଜସେବୀ

ମାମ୍ବାଲିକଳାଥିଲ୍ ଶାରଦା ମେନନ୍ ଜଣେ ଭାରତୀୟ ମନରୋଗ ବିଜ୍ଞାନୀ, ସମାଜସେବୀ ଓ ଚେନ୍ନାଇସ୍ଥିତ ଅଣ-ସରକାରୀ ଅନୁଷ୍ଠାନ ସିଜୋଫ୍ରେନିଆ ଅନୁସନ୍ଧାନ ପ୍ରତିଷ୍ଠାନ (SCARF)ର ପ୍ରତିଷ୍ଠାତା, ଯାହା ସିଜୋଫ୍ରେନିଆ ଓ ଅନ୍ୟ ମାନସିକ ରୋଗରେ ଆକ୍ରାନ୍ତ ଲୋକଙ୍କ ସୁଧାର ପାଇଁ କାମ କରନ୍ତି ।[୧] ସେ ଆଭୈଆର୍ ସମ୍ମାନ ପ୍ରାପ୍ତ, ପୂର୍ବତନ ମାଡ଼୍ରାସ୍ ଡାକ୍ତରୀ ସେବା ଅଧିକାରୀ ଓ ପ୍ରଥମ ଭାରତୀୟ ମହିଳା ମନୋବିଜ୍ଞାନୀ ।[୨] ଭାରତ ସରକାର ୧୯୯୨ରେ ତାଙ୍କୁ ତୃତୀୟ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ ।[୩]

ଏମ୍ ଶାରଦା ମେନନ୍
ଜନ୍ମ (1923-04-05) ୫ ଅପ୍ରେଲ ୧୯୨୩ (ବୟସ ୧୦୧)
ବୃତ୍ତି(ସମୂହ)ମନରୋଗ ଚିକିତ୍ସକ
ସମାଜସେବୀ
ସକ୍ରିୟ ବର୍ଷ୧୯୫୧ -
ପ୍ରସିଦ୍ଧିସିଜୋଫ୍ରେନିଆ ଅନୁସନ୍ଧାନ ପ୍ରତିଷ୍ଠାନ (SCARF)
ପୁରସ୍କାରପଦ୍ମ‌ଭୂଷଣ
ଅଭୈଆର୍ ସମ୍ମାନ
ରାଜ୍ୟ ଶ୍ରେଷ୍ଠ ଡାକ୍ତର ସମ୍ମାନ
ଭାରତ ସରକାରଙ୍କ ଶ୍ରେଷ୍ଠ କର୍ମଚାରୀ ସମ୍ମାନ
ମନରୋଗୀ-ସାମାଜିକ ସୁଧାର ଆନ୍ତର୍ଜାତୀୟ ସମ୍ମାନ
ରୋଟାରୀ କ୍ଲବ୍ ସମ୍ମାନ
ୱେବସାଇଟWebsite of SCARF

ଜୀବନୀ ସମ୍ପାଦନା

 
ମହିଳା ଖ୍ରୀଷ୍ଟିଆନ୍ ମହାବିଦ୍ୟାଳୟ, ଚେନ୍ନାଇ

ଛାଞ୍ଚ:Quotebox ଶାରଦା ମେନନ୍ ୫ ଅପ୍ରେଲ୍ ୧୯୨୩ରେ କର୍ଣ୍ଣାଟକର ଏକ ମାଲାୟଲି ପରିବାରରେ ପରିବାରର ଅଷ୍ଟମ ପିଲା ରୂପେ ଜନ୍ମ ହୋଇଥିଲେ ।[୨] ତାଙ୍କ ବାପା ଜଣେ ନ୍ୟାୟପାଳିକା ଥିଲେ ଓ ଯେତେବେଳେ ଚେନ୍ନାଇକୁ ସ୍ଥାନାନ୍ତରିତ ହୋଇଥିଲେ,[୪] ଯୁବ ଶାରଦା ତାଙ୍କ ସ‌ହ ଗୁଡ୍ ସେଫର୍ଡ୍ ବିଦ୍ୟାଳୟକୁ ଓ ପରେ ଖ୍ରୀଷ୍ଟ୍‌ଚର୍ଚ୍ଚ ଆଙ୍ଗ୍‌ଲୋ-ଭାରତୀୟ ଉଚ୍ଚ ସେକଣ୍ଡାରୀ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇଥିଲେ, ଓ ପରେ ମହିଳା ଖ୍ରୀଷ୍ଟିଆନ୍ ମହାବିଦ୍ୟାଳୟ, ଚେନ୍ନାଇରୁ ସ୍ନାତ୍ତକ ଲାଭ କରିଥିଲେ ।[୫] ୧୯୫୧ରେ ମାଡ୍ରାସ୍ ଡାକ୍ତରୀ ମହାବିଦ୍ୟାଳୟରୁ ମେଡ଼ିସିନ୍‌ରେ ସ୍ନାତ୍ତକ ଲାଭକରିବା ପରେ, ନୂଆଦିଲ୍ଲୀର ଇର୍‌ୱିନ୍ ଚିକିତ୍ସାଳୟରେ ଯୋଗ ଦେଇଥିଲେ, ଯାହା ବର୍ତ୍ତମାନ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଚିକିତ୍ସାଳୟ ।[୬] ଏହାସ‌ହିତ ସେ ୧୯୫୭ରେ ସ୍ନାତ୍ତକୋତର ଲାଭ କରିଥିଲେ ।[୨] ପରେ ସେ ମନୋବିଜ୍ଞାନ ଔଷଧରେ, ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ନ୍ୟୁରୋସାଇନ୍ସ୍ରେ ଦୁଇ ବର୍ଷିଆ ଡିପ୍ଲୋମା କରିଥିଲେ, ଯାହାଦ୍ୱାରା ସେ ଭାରତର ପ୍ରଥମ ମହିଳା ମନୋବିଜ୍ଞାନୀ ଥିଲେ ।[୨]


ଆଧାର ସମ୍ପାଦନା

  1. "Sarada Menon Chosen for Avvaiyar Award". The Indian Express. 3 March 2016. Archived from the original on 11 June 2016. Retrieved May 23, 2016.
  2. ୨.୦ ୨.୧ ୨.୨ ୨.୩ "Focus on Rehab of Mentally-ill". The Indian Express. 7 March 2016. Archived from the original on 16 June 2016. Retrieved May 23, 2016.
  3. "Padma Awards" (PDF). Ministry of Home Affairs, Government of India. 2016. Archived from the original (PDF) on November 15, 2014. Retrieved January 3, 2016.
  4. Radhika Menon (2016). "Healing touch". News report. Harmony India. Archived from the original on June 24, 2016. Retrieved May 23, 2016.
  5. "People didn't understand mental illness". The Hindu. 21 May 2014. Retrieved May 23, 2016.
  6. "Unconditional giver". The Hindu. 29 October 2011. Retrieved May 23, 2016.