ଏମଟ୍ରିସାଇଟାବିନ/ଟେନୋଫୋଭିର

ଏମଟ୍ରିସାଇଟାବିନ/ଟେନୋଫୋଭିର (ଇଂରାଜୀ ଭାଷାରେ Emtricitabine/tenofovir, ବିକ୍ରୟ ନାମ ଟ୍ରୁଭାଡା, ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ଦିଆଯାଏ ।[୧][୨] ଏହି ସ୍ଥିରିକୃତ ମାତ୍ରାର ଏକ ଯୁଗ୍ମ ଔଷଧରେ ଦୁଇଟି ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medications) ଯଥା:- ଏମଟ୍ରିସାଇଟାବିନ (emtricitabine) ଓ ଟେନୋଫୋଭିର ଡିସୋପ୍ରକ୍ସିଲ ଥାଏ ।[୧] ଚିକିତ୍ସା ନିମନ୍ତେ ଏହା ଏକ‌କ ଭାବରେ ଦିଆଯାଏ ବା ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସାଥୀରେ ଦିଆଯାଏ ।[୩][୪] ଉଚ୍ଚ ସଙ୍କଟାପନ୍ନ ସ୍ଥିତିରେ ବିପଦ ସମ୍ଭାବନା ଥିଲେ ପ୍ରତିଷେଧ (prevention before exposure) ନିମନ୍ତେ ଏହା ସ‌ହିତ ନିରାପଦ ଯୌନ ମିଳନ ଅଭ୍ୟାସ କରିବାକୁ ଉପଦେଶ ଦିଆଯାଏ ।[୩] ଏହା ଏଚଆଇଭି/ଏଡସକୁ ଆରୋଗ୍ୟ କରେନାହିଁ ।[୧] ଏମଟ୍ରିସାଇଟାବିନ/ଟେନୋଫୋଭିର ପାଟିରେ ଦିଆଯାଏ ।[୫]

ଏମଟ୍ରିସାଇଟାବିନ/ଟେନୋଫୋଭିର
Combination of
Tenofovir disoproxilNucleotide analogue reverse transcriptase inhibitor
EmtricitabineNucleoside reverse transcriptase inhibitor
Clinical data
Trade namesTruvada, other
AHFS/Drugs.com
Pregnancy
category
Routes of
administration
by mouth
ATC code
Legal status
Legal status
Identifiers
PubChem CID
NIAID ChemDB
  (verify)

ଏହି ଯୁଗ୍ମ ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଥକ୍କା ଅନୁଭବ, ନିଦ୍ରାସମସ୍ୟା, ପେଟ ଯନ୍ତ୍ରଣା, ଓଜନ ହାନୀ ଓ ରାସ ଇତ୍ୟାଦି ଦେଖାଯାଏ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଲାକ୍ଟିକଏସିଡୋସିସ (high blood lactate levels) ଓ ଯକୃତ ବୃଦ୍ଧିର (enlargement of the liver) ଲକ୍ଷଣ ଦେଖାଯାଏ । [୩] ଗର୍ଭାବସ୍ଥାରେ ବ୍ୟବ‌ହାରରେ ଶିଶୁ ପ୍ରତି ବିପଦ ଥିବା ଦେଖାଯାଇନାହିଁ । [୬]

ସନ ୨୦୦୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଏମଟ୍ରିସାଇଟାବିନ/ଟେନୋଫୋଭିର ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୬.୦୬ରୁ ୭.୪୪ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୧୪୧୫ ଆମେରିକୀୟ ଡଲାର ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Truvada: Uses, Dosage, Side Effects - Drugs.com". www.drugs.com. Retrieved 12 December 2016.
  2. "UK label Truvada film-coated tablets". Electronic Medicines Compendium. August 2016.
  3. ୩.୦ ୩.୧ ୩.୨ "Truvada - FDA prescribing information, side effects and uses". www.drugs.com. April 2016. Retrieved 12 December 2016.
  4. WHO Model Formulary 2008 (PDF). World Health Organization. 2009. p. 160. ISBN 9789241547659. Retrieved 8 December 2016.
  5. ୫.୦ ୫.୧ "Tenofovir DF+Emtricitabine". International Drug Price Indicator Guide. Management Sciences for Health and World Health Organization. 2014. Retrieved 2015-08-01.[permanent dead link]
  6. "Emtricitabine / tenofovir Use During Pregnancy | Drugs.com". www.drugs.com. Retrieved 12 December 2016.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 12 December 2016.