ଟେନୋଫୋଭିର ଡିସୋପ୍ରକ୍ସିଲ

ରାସାୟନିକ ଉପାଦାନ, ଔଷଧ
(Tenofovir disoproxilରୁ ଲେଉଟି ଆସିଛି)

ଟେନୋଫୋଭିର ଡିସୋପ୍ରକ୍ସିଲ (ଇଂରଜୀ ଭାଷାରେ Tenofovir disoproxil ଓ ବିକ୍ରୟ ନାମ Viread) ଏକ ଔଷଧ ଯାହା କ୍ରନିକ ହେପାଟାଇଟିସ ବି ରୋଗର ଚିକିତ୍ସା ଓ ଏଚଆଇଭି/ଏଡସ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସ‌ହିତ ବ୍ୟବ‌ହାର କରିବାକୁ ସୁପାରିସ କରାଯାଏ । ଯେ କୌଣସି କାରଣରୁ ଏଚଆଇଭି/ଏଡସ ରୋଗର ସମ୍ଭାବନା ଥିଲେ ଏହି ଔଷଧ ପ୍ରତିଷେଧରୂପେ ଦିଆଯାଏ । ଏକ‌କ ଔଷଧ ଭାବରେ ଦିଆଯାଏ ଓ ଅନ୍ୟାନ୍ୟ ଔଷଧ ସ‌ହିତ ମଧ୍ୟ ଦିଆଯାଏ ଯେପରି ଏମଟ୍ରିସିଟାବିନ/ଟେନୋଫୋଭିର (emtricitabine/tenofovir) ଓ ଏଫାଭାଇରେଞ୍ଜ/ଏମଟ୍ରିସିଟାବିନ/ଟେନୋଫୋଭିର (efavirenz/emtricitabine/tenofovir)।[୧] ଏହା ଏଚଆଇଭି/ଏଡସ ବା ହେପାଟାଇଟିସ ବି ରୋଗମାନଙ୍କୁ ଆରୋଗ୍ୟ କରେନାହିଁ । [୧][୨] ପାଟିରେ ଦେବା ନିମନ୍ତେ ଏହା ପାଉଡର ଓ ବଟିକା ଆକାରରେ ମିଳେ । [୧]

ଟେନୋଫୋଭିର ଡିସୋପ୍ରକ୍ସିଲ
Clinical data
Trade namesବ୍ୟବସାୟୀକ ନାମ - ଭାଇରେଡ (Viread) ଓ ଅନ୍ୟାନ୍ୟ
Synonymsପ୍ରତିଶବ୍ଦ - ଟେନୋଫୋଭିର ଡିସୋପ୍ରକ୍ସିଲ ଫ୍ୟୁମାରେଟ ।
AHFS/Drugs.commonograph
Pregnancy
category
  • AU: B3
  • US: B (No risk in non-human studies)
Routes of
administration
ପାଟିରେ ଦିଆଯାଏ ବଟିକା ଆକାରରେ ।
ATC code
Legal status
Legal status
  • AU: S4 (Prescription only)
  • CA: Rx-କେବଳ ପ୍ରେସକ୍ରିପସନରେ
  • UK: POM (Prescription only)
  • US: Rx- କେବଳ ପ୍ରେସକ୍ରିପସନରେ
Pharmacokinetic data
Bioavailability25%
Identifiers
  • Bis{[(isopropoxycarbonyl)oxy]methyl} ({[(2R)-1-(6-amino-9H-purin-9-yl)-2-propanyl]oxy}methyl)phosphonate
CAS Number
PubChem CID
ChemSpider
UNII
ChEBI
NIAID ChemDB
ECHA InfoCard100.129.993 Edit this at Wikidata
Chemical and physical data
FormulaC19H30N5O10P
Molar mass519.443 g/mol
3D model (JSmol)
  • C[C@H](Cn1cnc2c1ncnc2N)OCP(=O)(OCOC(=O)OC(C)C)OCOC(=O)OC(C)C
  • InChI=1S/C19H30N5O10P/c1-12(2)33-18(25)28-9-31-35(27,32-10-29-19(26)34-13(3)4)11-30-14(5)6-24-8-23-15-16(20)21-7-22-17(15)24/h7-8,12-14H,6,9-11H2,1-5H3,(H2,20,21,22)/t14-/m1/s1
  • Key:JFVZFKDSXNQEJW-CQSZACIVSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ରାସ, ତରଳ ଝାଡ଼ା, ମୁଣ୍ଡବଥା, ଯନ୍ତ୍ରଣା, ଅବସାଦ ଓ ଦୁର୍ବଳତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ରକ୍ତରେ ଅଧିକ ଲାକ୍ଟିକ ଏସିଡ ସ୍ତର (high blood lactate) ଓ ବର୍ଦ୍ଧିତ ଯକୃତ (enlarged liver) ଦେଖାଯାଏ । ସବୁ ପରିସ୍ଥିତିରେ ଏହି ଔଷଧ ଦେଇହେବ । ଗର୍ଭାବସ୍ଥାରେ ଦିଆଗଲେ ବିପଦମୁକ୍ତ ଜଣାଯାଏ । ଏହା ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleotide reverse transcriptase inhibitor) ଏହାଦ୍ୱାରା ଭୁତାଣୁ ରେପ୍ଲିକେଟ କରିପାରେନାହିଁ ।[୧]

ସନ ୧୯୯୬ରେ ଟେନୋଫୋଭିର ପେଟେନ୍ଟ ହୋଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୧ରେ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୧୫ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେରେ ଜେନେରିକ ନାମରେ ବିକ୍ରୟ ହୋଇନାହିଁ ।[୫] ବିକାଶଶୀଳdeveloping world ଦେଶମାନଙ୍କରେ ଏହି ଔଷଧର ମାସିକ ଖର୍ଚ୍ଚ ପ୍ରାୟ ୩.୩୦ରୁ ୨୯.୧୩ ଆମେରିକୀୟ ଡଲାର ।[୬] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧର ମାସିକ ଖର୍ଚ୍ଚ ୨୦୦ଡଲାରରୁ ଅଧିକ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Tenofovir Disoproxil Fumarate". The American Society of Health-System Pharmacists. Retrieved 29 November 2016.
  2. Martin, P; Lau, DT; Nguyen, MH; Janssen, HL; Dieterich, DT; Peters, MG; Jacobson, IM (November 2015). "A Treatment Algorithm for the Management of Chronic Hepatitis B Virus Infection in the United States: 2015 Update". Clinical gastroenterology and hepatology : the official clinical practice journal of the American Gastroenterological Association. 13 (12): 2071-87.e16. PMID 26188135.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 66. ISBN 9781284057560.
  6. "Tenofovir Disoproxil Fumerate (Tdf)". International Drug Price Indicator Guide. Retrieved 30 November 2016.[permanent dead link]

ବାହ୍ୟ ଲିଙ୍କ ସମ୍ପାଦନା