ଏବଲିନ ଲକ୍ଷ୍ମୀ ଶର୍ମା (ଜନ୍ମ: ୧୨ ଜୁଲାଇ ୧୯୮୬) ଜଣେ ଜର୍ମାନ ଜନ୍ମିତା ଭାରତୀୟ ମଡେଲ ଏବଂ ଅଭିନେତ୍ରୀ । [୩] ସେ ୨୦୦୬ରେ ଇଂରାଜୀ ଚଳଚ୍ଚିତ୍ର ଟର୍ଣ୍ଣ ଲେଫ୍ଟ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୨ରେ ସେ ଫ୍ରମ ସିଡ୍‌ନୀ ଉଇଥ୍ ଲଭ୍ କଥାଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ନୌଟଙ୍କି ସାଲା, ୟେ ଜବାନୀ ହୈ ଦିୱାନୀ, ଇସ୍କ, ୟାରିୟାଁ, ମେଁ ତେରା ହିରୋ, କୁଛ୍ କୁଛ୍ ଲୋଚା ହୈ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।

ଏବଲିନ ଶର୍ମା
Evelyn Sharma
୨୦୧୬ର ଭୋଗ୍ ବିଉଟି ଆୱାର୍ଡ଼ରେ ଏବଲିନ
ଜନ୍ମ
ଏବଲିନ ଲକ୍ଷ୍ମୀ ଶରମା

(1986-07-12) ୧୨ ଜୁଲାଇ ୧୯୮୬ (ବୟସ ୩୭)[୧]
ଫ୍ରାଙ୍କଫର୍ଟ, ହେସ୍ସେ, ଜର୍ମାନୀ
ବୃତ୍ତି(ସମୂହ)ମଡେଲ, ଅଭିନେତ୍ରୀ
ଉଚ୍ଚତା1.7 m (5 ft 7 in)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଏବଲିନ ଶର୍ମା ୧୨ ଜୁଲାଇ ୧୯୮୬ରେ ଜର୍ମାନର ଫ୍ରାଙ୍କଫର୍ଟରେ ଜନ୍ମଗ୍ରହଣ କରିଥିଲେ ।[୪][୫] ତାଙ୍କ ବାପା ଜଣେ ପଞ୍ଜାବୀ ଏବଂ ମାଆ ଜଣେ ଜର୍ମାନ ଅଧିବାସୀ ଥିଲେ ।[୬][୭]

ଅଭିନୟ ଜୀବନ ସମ୍ପାଦନା

ଏବଲିନ ୨୦୦୬ରେ ଏକ ବ୍ରିଟଶ୍ ଚଳଚ୍ଚିତ୍ର ଟର୍ଣ୍ଣ ଲେଫ୍ଟ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୮] ୨୦୧୨ରେ ସେ ହିନ୍ଦୀ କଥାଚିତ୍ର ଫ୍ରମ୍ ସିଡୀନି ଉଇଥ୍ ଲଭ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୯] ସେହି ବର୍ଷ ସେ ୟେ ଜବାନୀ ହୈ ଦିୱାନୀ, ନୌଟଙ୍କି ସାଲା ଏବଂ ଇସ୍କ ଭଳି ହିନ୍ଦୀ କଥାଚିତ୍ରରେ ଅଭିନ୍ୟ କରିଥିଲେ ।[୧୦] ୨୦୧୪ରେ ସେ ୟାରିୟାଁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୧] ୨୦୧୫ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର କୁଛ୍ କୁଛ୍ ଲୋଚା ହୈ ଅଭିନେତା ନବଦୀପ ଛବ୍‌ରା, ସନି ଲିୟୋନ ଏବଂ ରାମ କପୁରଙ୍କ ସ‌ହ ମୁକ୍ତିଲାଭ କରିଥିଲା ।[୧୨]

ଅଗଷ୍ଟ ୨୦୧୪ରେ ତାଙ୍କର ପ୍ରଥମ ଗୀତ ଆଲବମ୍ ସମଥିଙ୍ଗ୍ ବିଉଟିଫୁ ମୁକ୍ତିଲାଭ କରିଥିଲା । ସେ ଏକ କାର୍ଯ୍ୟକ୍ରମ ଲାଇଫ ମେଁ ଏକ ବାର୍‌ର ଉପସ୍ଥାପନା କରିଥିଲେ ।[୧୩]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୦୬: ଟର୍ଣ୍ଣ ଲେଫ୍ଟ (ଇଂରାଜୀ)
  • ୨୦୧୨: ଫ୍ରମ୍ ସିଡୀନ୍ ଉଇଥ୍ ଲଭ୍ (ହିନ୍ଦୀ)
  • ୨୦୧୩: ନୌଟଙ୍କି ସାଲା (ହିନ୍ଦୀ)
  • ୨୦୧୩: ୟେ ଜବାନୀ ହୈ ଦିୱାନୀ (ହିନ୍ଦୀ)
  • ୨୦୧୩: ଇସ୍କ (ହିନ୍ଦୀ)
  • ୨୦୧୪: ୟାରିୟାଁ (ହିନ୍ଦୀ)
  • ୨୦୧୪: ମୈ ତେରା ହିରୋ (ହିନ୍ଦୀ)
  • ୨୦୧୫: କୁଛ୍ କୁଛ୍ ଲୋଚା ହୈ (ହିନ୍ଦୀ)
  • ୨୦୧୫: ଇସ୍କେଦାରିୟାଁ (ହିନ୍ଦୀ)
  • ୨୦୧୭: ହିନ୍ଦୀ ମିଡ଼ିୟମ୍ (ହିନ୍ଦୀ)
  • ୨୦୧୭: ଦ ରିଙ୍ଗ୍ (ହିନ୍ଦୀ)

ଆଧାର ସମ୍ପାଦନା

  1. "Evelyn Sharma - Actresses". Koimoi. Retrieved 25 May 2017. {{cite web}}: Cite has empty unknown parameter: |1= (help)
  2. "Evelyn Sharma finds her dream home in Bandra - Times of India".
  3. "They are your favourite Indian actors, but are they Indian at all?". Yahoo! (in Indian English). Retrieved 25 May 2017.{{cite news}}: CS1 maint: url-status (link)
  4. "Evelyn Sharma, a small town girl". The Hindu. 2015-06-03. Retrieved 25 May 2017.
  5. "Evelyn Sharma celebrates her birthday". Archived from the original on 25 September 2015. Retrieved 25 May 2017.
  6. "Hindi now is not a problem to me anymore: Evelyn Sharma". The Times of India. Archived from the original on 18 November 2015. Retrieved 25 May 2017.
  7. "Evelyn Sharma: Someone beautiful will always be seen as eye-candy". The Times of India. Retrieved 25 May 2017.
  8. "An Evelyn Sharma to remember : Celebrities, News - India Today". Indiatoday.intoday.in. 2013-11-23. Retrieved 25 May 2017.
  9. Harshikaa Udasi. "Shot Cuts". The Hindu. November 4, 2012.
  10. "Evelyn's the flavour this year". The Times of India. 3 July 2013. Retrieved 25 May 2017.
  11. "Watch Evelyn Sharma Doing Sunny Sunny in Bikini". 24x7 Bulletin. 16 December 2013. p. 1. Retrieved 25 May 2017.
  12. "Evelyn in Ishqedariyan". The Times of India. Retrieved 25 May 2017.
  13. "Evelyn Sharma all set to produce her own reality show". news.biharprabha.com. IANS. 12 October 2014. Retrieved 25 May 2017.

ଅଧିକ ତ‌ଥ୍ୟ ସମ୍ପାଦନା