ଏପୋପ୍ରୋଷ୍ଟେନୋଲ
ଏପୋପ୍ରୋଷ୍ଟେନୋଲ, ଅନ୍ୟ ଏକ ନାମ ପ୍ରୋଷ୍ଟାସାଇକ୍ଲିନ, ଏକ ଔଷଧ ଏବଂ ମାନବ ଶରୀରରେ ପ୍ରାକୃତିକ ଭାବରେ ପ୍ରସ୍ତୁତ ହେଉଥିବା ପଦାର୍ଥ ।[୧] ଔଷଧ ଭାବରେ ଏହା ଫୁସଫୁସିୟ ଧମନୀ ଉଚ୍ଚ ରକ୍ତଚାପ ଏବଂ ତୀବ୍ର ଶ୍ୱାସକ୍ରିୟା ସମସ୍ୟା ସିଣ୍ଡ୍ରୋମର (ARDS) ଚିକିତ୍ସା ପାଇଁ ବ୍ୟବହୃତ ହେଉଥିଲା ।[୨] ଏହା ଡାଏଲିସିସ୍ ସମୟରେ ମଧ୍ୟ ବ୍ୟବହୃତ ହୋଇପାରେ ଯେତେବେଳେ ପ୍ଲାଟେଲେଟ ଏକତ୍ରିକରଣ ରୋକିବା ପାଇଁ ହେପାରିନ ବ୍ୟବହାର କରାଯାଇପାରେ ନାହିଁ ।[୩] ଏହା ଏକ ଶିରାଭ୍ୟନ୍ତର ଲଗାତାର ଇଞ୍ଜେକ୍ସନ କିମ୍ବା ପ୍ରଶ୍ୱାସରେ ଦିଆଯାଇପାରେ ।[୨] [୩]
Clinical data | |
---|---|
Pronunciation | e" poe pros' ten nol |
Trade names | Flolan, Veletri, others |
Synonyms | Prostacyclin, prostaglandin I2 (PGI2) |
AHFS/Drugs.com | monograph |
data | |
Pregnancy category | |
Legal status | |
Legal status | |
Pharmacokinetic data | |
Elimination half-life | 42 seconds |
Identifiers | |
| |
Chemical and physical data | |
Formula | C20H32O5 |
Molar mass | ୩୫୨.୪୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲେଇବା, ଅଇ, ମାଂସପେଶୀ ଯନ୍ତ୍ରଣା, ଫ୍ଲସ, ଦ୍ରୁତ ହୃତ୍ପିଣ୍ଡ ଗତି ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲରୂପେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ ପ୍ରୋଷ୍ଟାଗ୍ଲାଡିନ ଯାହା ପ୍ଲାଟେଲେଟ୍ ଏକତ୍ରିକରଣ ରୋକିବା ଏବଂ ରକ୍ତନଳୀକୁ ବିସ୍ତାର କରି କାର୍ଯ୍ୟକ୍ଷମ ହୁଏ ।[୩]
୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଏପୋପ୍ରୋଷ୍ଟେନୋଲକୁ ଅନୁମୋଦନ କରାଯାଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ଏହାର ୧.୫ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪୫ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ "Prostacyclin Analogs". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 8 May 2021. Retrieved 15 December 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Epoprostenol Monograph for Professionals". Drugs.com (in ଇଂରାଜୀ). Archived from the original on 4 January 2022. Retrieved 15 December 2021.
- ↑ ୩.୦ ୩.୧ ୩.୨ ୩.୩ ୩.୪ BNF 81: March-September 2021. BMJ Group and the Pharmaceutical Press. 2021. p. 124. ISBN 978-0857114105.
- ↑ "Epoprostenol Use During Pregnancy". Drugs.com (in ଇଂରାଜୀ). Archived from the original on 4 January 2022. Retrieved 15 December 2021.
- ↑ "Epoprostenol Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 4 January 2022. Retrieved 15 December 2021.