ଏନଫୋର୍ଟୁମାବ ଭେଡୋଟିନ

ଏନଫୋର୍ଟୁମାବ ଭେଡୋଟିନ (ଇଂରାଜୀ ଭାଷାରେ Enfortumab vedotin), ପ୍ୟାଡସେଭ୍ ଏହାର ଏକ ବିକ୍ରୟ ନାମ, ହେଉଛି ୟୁରୋଥେଲିଆଲ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଅନ୍ତତଃ ପକ୍ଷେ ଅତି ଆଗେଇ ଯାଇଥିବା ରୋଗରେ ଆକ୍ରାନ୍ତ ଏବଂ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ରୋଗୀଙ୍କଠାରେ ଏହା ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ଏନଫୋର୍ଟୁମାବ ଭେଡୋଟିନ
Monoclonal antibody
TypeWhole antibody
SourceHuman
TargetNectin-4
Clinical data
Trade namesPadcev
SynonymsAGS-22M6E, AGS-22CE, enfortumab vedotin-ejfv
AHFS/Drugs.commonograph
MedlinePlusa620005
data
Routes of
administration
Intravenous
Legal status
Legal status
Chemical and physical data
FormulaC6642H10284N1742O2063S46
Molar mass୧,୪୯,୦୨୪.୨୩ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ପ୍ରାନ୍ତିୟ ସ୍ନାୟୁ କ୍ଷତି, ଭୋକ କମିବା, ରାସ, କେଶହାନୀ, ଅଇ, ପରିବର୍ତ୍ତିତ ସ୍ୱାଦ, ତରଳ ଝାଡ଼ା, ବୃକ୍‌କ ସମସ୍ୟା ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମଧୁମେହ ଜନିତ କିଟୋଏସିଡୋସିସ, ନିମୋନାଇଟିସ୍, ଆଖି ସମସ୍ୟା ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଭେଡୋଟିନ ସହିତ ସଂଲଗ୍ନ ହୋଇଥିବା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏକ ମାଇକ୍ରୋଟ୍ୟୁବୁଲ୍-ବ୍ୟାଘାତକାରୀ ଏଜେଣ୍ଟ[୩] ମୋନୋକ୍ଲୋନାଲ ଆଣ୍ଟିବଡି ନେକ୍ଟିନ-୪ ସହିତ ସଂଲଗ୍ନ ହୁଏ ।[୩]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏନଫୋର୍ଟୁମାବ ଭେଡୋଟିନ୍ ଅନୁମୋଦିତ ହୋଇଥିଲା ।[୧] ୨୦୨୧ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ ।[୩] ଯୁକ୍ତରାଷ୍ଟ୍ରରେ ୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ୪ ସପ୍ତାହର ଔଷଧ ଖର୍ଚ୍ଚ ପ୍ରାୟ ୩୩,୪୦୦ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Enfortumab Vedotin-ejfv Monograph for Professionals". Drugs.com (in ଇଂରାଜୀ). Archived from the original on 11 December 2021. Retrieved 15 December 2021.
  2. ୨.୦ ୨.୧ ୨.୨ ୨.୩ "DailyMed - PADCEV EJFV- enfortumab vedotin injection, powder, lyophilized, for solution". dailymed.nlm.nih.gov. Archived from the original on 11 December 2021. Retrieved 15 December 2021.
  3. ୩.୦ ୩.୧ ୩.୨ "Enfortumab vedotin". SPS - Specialist Pharmacy Service. 10 September 2018. Archived from the original on 29 April 2021. Retrieved 15 December 2021.
  4. "Padcev Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 December 2021.