ଏଟେଲକାଲସେଟାଇଡ
ଏଟେଲକାଲସେଟାଇଡ (ଇଂରାଜୀ ଭାଷାରେ Etelcalcetide), ପାର୍ସାବିଭ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସେକେଣ୍ଡାରୀ ହାଇପରପାରାଥାଇରଏଡ ରୋଗୀର ହେମୋଡାଏଲିସିସ ଚିକିତ୍ସା ସମୟରେ ବ୍ୟବହୃତ ହୁଏ ।[୧] ଏହା ଆୟୁଷ ଏବଂ ହୃଦରୋଗ ପରି ଅବସ୍ଥାର ଫଳାଫଳକୁ ପରିବର୍ତ୍ତନ କରେ କି ନାହିଁ ତାହା ଅସ୍ପଷ୍ଟ ଅଛି ।[୧] ପ୍ରତ୍ୟେକ ଡାଏଲିସିସ ଅଧିବେଶନ ଶେଷରେ ଏକ ଶିରାରେ ଏହି ଔଷଧ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
Clinical data | |
---|---|
Trade names | Parsabiv |
Synonyms | Velcalcetide, telcalcetide, AMG-416, KAI-4169, ONO-5163 |
AHFS/Drugs.com | monograph |
data | |
Routes of administration | Intravenous injection |
Legal status | |
Legal status |
|
Pharmacokinetic data | |
Elimination half-life | 3–5 days in dialysis patients |
Excretion | 60% in dialysate, 7% in urine and faeces |
Identifiers | |
| |
Chemical and physical data | |
Formula | C38H73N21O10S2 |
Molar mass | ୧,୦୪୮.୨୬ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ କ୍ୟାଲସିୟମ୍, ମାଂସପେଶୀ ସଂକୋଚନ (ସ୍ପାଜ୍ମ), ତରଳ ଝାଡ଼ା ଏବଂ ଅଇ ଲାଗେ | [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ହୃଦ୍ପାତ, ଉପର ପାକଅନ୍ତନଳୀରୁ ରକ୍ତସ୍ରାବ, ଏବଂ ଆଡାନାମିକ୍ ହାଡ଼ ରୋଗ ହୋଇପାରେ ।[୧] ଏହା ଏକ କାଲସିମାଇମେଟିକ ଯାହା ପାରାଥାଇରଏଡ୍ ଗ୍ରନ୍ଥିରେ କ୍ୟାଲସିୟମ୍-ସେନ୍ସିଙ୍ଗ୍ ରିସେପ୍ଟରଗୁଡ଼ିକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୨]
୨୦୧୬ ମସିହାରେ ୟୁରୋପରେ ଏବଂ ୨୦୧୭ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏଟେକାଲସେଟାଇଡ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଥରକୁ ୫ ମିଗ୍ରା ମାତ୍ରାର ଔଷଧ, ସପ୍ତାହରେ ତିନିଥର କରି ୪ ସପ୍ତାହ ଦେଲେ ପ୍ରାୟ ୩୩୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨,୧୦୦ ଡଲାର ଅଟେ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Etelcalcetide Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 16 December 2021.
- ↑ ୨.୦ ୨.୧ ୨.୨ "Parsabiv". Archived from the original on 21 June 2021. Retrieved 16 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1094. ISBN 978-0857114105.
- ↑ "Parsabiv Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 16 December 2021.