ଏଜେଟିମାଇବ
ଏଜେଟିମାଇବ ଏକ ଔଷଧ ଯାହା ଉଚ୍ଚ ରକ୍ତ କୋଲେଷ୍ଟ୍ରଲ ଏବଂ ଅନ୍ୟାନ୍ୟ ଡିସଲିପିଡେମିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ସାଧାରଣତଃ ଏହା ସହିତ ଷ୍ଟାଟିନ ଓ ଖାଦ୍ୟପେୟ ପରିବର୍ତ୍ତନ ଆବଶ୍ୟକ ହୁଏ | [୨] ଏକାକୀ, ଏହା ଏକ ଷ୍ଟାଟିନ୍ ଅପେକ୍ଷା କମ୍ ପସନ୍ଦ କରାଯାଏ | [୩] ଏହା ପାଟିରେ ଦିଆଯାଏ | [୩] ଏହାର ସ୍ଥିର ମିଶ୍ରଣ ମିଳେ ଯାହା ଏଜେଟିମାଇବ/ ସିମଭାଷ୍ଟିନ, ଏଜେଟିମାଇବ/ଆଟରଭାଷ୍ଟିନ ଓ ଏଜେଟିମାଇବ/ରୋସୁଭାଷ୍ଟିନ ନାମରେ ମଧ୍ୟ ଉପଲବ୍ଧ | [୩]
Clinical data | |
---|---|
Pronunciation | /ɛˈzɛtɪmɪb, -maɪb/ |
Trade names | Zetia, Ezetrol, others |
AHFS/Drugs.com | monograph |
MedlinePlus | a603015 |
data | |
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Bioavailability | 35% to 65% |
Protein binding | >90% |
Metabolism | Intestinal wall, liver |
Elimination half-life | 19 h to 30 h |
Excretion | Renal 11%, faecal 78% |
Identifiers | |
| |
ECHA InfoCard | 100.207.996 |
Chemical and physical data | |
Formula | C24H21F2NO3 |
Molar mass | ୪୦୯.୪୩ g·mol−1 |
3D model (JSmol) | |
Melting point | 164 to 166 °C (327 to 331 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉପର ଶ୍ୱସନଳୀ ସଂକ୍ରମଣ, ଗଣ୍ଠି ଯନ୍ତ୍ରଣା, ତରଳ ଝାଡ଼ା ଏବଂ ଥକାପଣ ହୋଇପାରେ | [୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ଯକୃତ ସମସ୍ୟା, ଉଦାସୀନତା ଏବଂ ମାଂସପେଶୀ ଭାଙ୍ଗିଯିବା ହୋଇପାରେ | [୩] [୨] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ଏହାର ସୁରକ୍ଷା ଅସ୍ପଷ୍ଟ ଅଟେ | [୪] ଅନ୍ତନଳୀରେ କୋଲେଷ୍ଟେରୋଲ ଅବଶୋଷଣ ହ୍ରାସ କରି ଏଜେଟିମାଇବ କାର୍ଯ୍ୟକ୍ଷମ ହୁଏ ।[୫]
ଏଜେଟିମାଇବ ୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଏକ ମାସର ଯୋଗାଣ ନିମନ୍ତେ ୨୦୧୯ସୁଦ୍ଧା ଏନଏଚଏସକୁ ୨୬.୨୧ ପାଉଣ୍ଡ ମୂଲ୍ୟ ଦେବାକୁ ହୁଏ । [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ $ ୫.୮୫ ଅଟେ। [୬] ୨୦୧୭ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ୧୫୧ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୭] [୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Ezetimibe Monograph for Professionals". Drugs.com. American Society of Health-System Pharmacists. Retrieved 13 April 2019.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 196. ISBN 9780857113382.
- ↑ ୩.୦ ୩.୧ ୩.୨ ୩.୩ "Ezetimibe Monograph for Professionals". Drugs.com. American Society of Health-System Pharmacists. Retrieved 13 April 2019.
- ↑ "Ezetimibe (Zetia) Use During Pregnancy". Drugs.com. Retrieved 13 April 2019.
- ↑ ୫.୦ ୫.୧ British national formulary : BNF 76 (76 ed.). Pharmaceutical Press. 2018. p. 196. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Ezetimibe - Drug Usage Statistics". ClinCalc. Retrieved 11 April 2020.