ଏକ୍ସେନାଟାଇଡ
ଏକ୍ସେନାଟାଇଡ (ଇଂରାଜୀ ଭାଷାରେ Exenatide, ଏକ ବିକ୍ରୟ ନାମ ବାୟେଟା/ Byetta ଓ ବାଇଡୁରିଅନ/ Bydureon) ଏକ ଔଷଧ ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସାରେ ଦିଆଯାଏ ।[୧] ଏହା ଉପଯୁକ୍ତ ଖାଦ୍ୟ, ବ୍ୟାୟାମ ଓ ସମ୍ଭାବ୍ୟ ଅନ୍ୟାନ୍ୟ ମଧୁମେହ ନିବାରକ (antidiabetic medication) ଔଷଧ ସହିତ ଦିଆଯାଏ ।[୧] ମେଟ୍ଫର୍ମିନ ଓ ସଲଫୋନିଲୁରିଆ (sulfonylureas) ଔଷଧ ଅପେକ୍ଷା କମ୍ ପସନ୍ଦ କରାଯାଏ ।[୨] ପ୍ରଥମ ଓ ଶେଷ ମିଲ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏହା ଚର୍ମତଳ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ ।[୧] ସପ୍ତାହରେ-ଥରେ ଦିଆଯିବା ଇଞ୍ଜେକସନ ମଧ୍ୟ ମିଳେ ।[୧]
Clinical data | |
---|---|
Pronunciation | /ɛɡzˈɛnətaɪd/ (listen) |
Trade names | Byetta, Bydureon, others |
AHFS/Drugs.com | monograph |
MedlinePlus | a605034 |
data | |
Pregnancy category | |
Routes of administration | Subcutaneous injection |
ATC code | |
Legal status | |
Legal status | |
Pharmacokinetic data | |
Bioavailability | N/A |
Metabolism | proteolysis |
Elimination half-life | 2.4 h |
Excretion | renal/proteolysis |
Identifiers | |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ECHA InfoCard | 100.212.123 |
Chemical and physical data | |
Formula | C184H282N50O60S |
Molar mass | 4186.6 g/mol |
3D model (JSmol) | |
| |
| |
(what is this?) (verify) |
ଏକ୍ସେନାଟାଇଡର ସାଧାରଣ ପାର୍ଶ ପ୍ରତିକ୍ରିୟାରେ ଅଳ୍ପ ରକ୍ତ ଶର୍କରା (low blood sugar), ଅଇ, ମୁଣ୍ଡ ଓଜନିଆ, ଉଦର ଯନ୍ତ୍ରଣା ଓ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ପାର୍ଶ ପ୍ରତିକ୍ରିୟା ସାଂଘାତିକ ହେଲେ ମେଡୁଲାରି ଥାଇରଏଡ କର୍କଟ (medullary thyroid cancer), ଆଞ୍ଜିଓଇଡିମା, ଅଗ୍ନାଶୟ ପ୍ରଦାହ ଓ ବୃକ୍କ ସମସ୍ୟା (kidney problems) ହୋଇପାରେ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୩] ଏକ୍ସେନାଟାଇଡ ଏକ ଗ୍ଲୁକାଗନ-ଲାଇକ ପେପ୍ଟାଇଡ-୧ ରିସେପ୍ଟର (glucagon-like peptide-1 receptor agonist/ GLP-1 receptor agonist) ଯାହାର ଅନ୍ୟ ନାମ ଇନକ୍ରେଟିନ incretin ମାଇମେଟିକ (mimetics) ।[୧] ଏହା ଅଗ୍ନାଶୟରୁ (pancreas) ଅଧିକ ଇନସୁଲିନ ନିର୍ଗତ ଓ ଅଧିକ ଗ୍ଲୁକାଗନ (glucagon) କମେଇଦିଏ ।[୧]
ଏକ୍ସେନାଟାଇଡନ ୨୦୦୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଦିନର ଇଞ୍ଜେକସନ ଖର୍ଚ୍ଚ ପିଛା ପ୍ରାୟ ୮୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ହୋଲସେଲ ମୂଲ୍ୟ ବାବଦ ୭୦୦ରୁ ୭୮୯ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [୪] ସନ ୨୦୧୬ରେ ଏହାର ୧ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୯୩ ତମ ସ୍ଥାନରେ ଥଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Exenatide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
- ↑ ୨.୦ ୨.୧ British national formulary : BNF 76 (76 ed.). Pharmaceutical Press. 2018. pp. 684–685. ISBN 9780857113382.
- ↑ "Exenatide Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.