ଏକାଦଶୀ ପ୍ରସାଦ ବୋଇତାଇ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଏକାଦଶୀ ପ୍ରସାଦ ବୋଇତାଇ (୧୫ ଅକ୍ଟୋବର ୧୯୩୪–୨୦୧୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ଔପନ୍ୟାସିକ, ମଞ୍ଚ ଅଭିନେତା ଓ ସାହିତ୍ୟ ସଂଗଠକ ଥିଲେ । ପାଖାପାଖି ୫୦ ଖଣ୍ଡ ପୁସ୍ତକର ପ୍ରଣେତା ଏକାଦଶୀ 'ରାଜଧାନୀ ପୁସ୍ତକ ମେଳା'ର ଅନ୍ୟତମ ପ୍ରତିଷ୍ଠାତା ଥିଲେ ।

ଏକାଦଶୀ ପ୍ରସାଦ ବୋଇତାଇ
ଜନ୍ମ(1934-10-15)୧୫ ଅକ୍ଟୋବର ୧୯୩୪
ତୁଳସୀପୁର, ଯାଜପୁର ଜିଲ୍ଲା
ମୃତ୍ୟୁ୨୦୧୦
ପ୍ରସିଦ୍ଧିସାହିତ୍ୟିକ ଓ ସଂଗଠକ
ସମ୍ପର୍କୀୟବନମାଳୀ ବୋଇତାଇ (ପିତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଏକାଦଶୀ ପ୍ରସାଦ ବୋଇତାଇ ୧୯୩୪ ଅକ୍ଟୋବର ୧୫ରେ ଓଡ଼ିଶାର ଯାଜପୁର ଜିଲ୍ଲାସ୍ଥିତ ତୁଳସୀପୁର (ପୋ: ଦରକୁଣ୍ଡି, ଭାୟା: କବୀରପୁର) ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା ବନମାଳୀ ବୋଇତାଇ । ଏକାଦଶୀ ପ୍ରସାଦ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପ୍ରାପ୍ତ ପରେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରୀ କରିଥିଲେ । କେନ୍ଦ୍ରୀୟ ପ୍ରଶାସନ ସେବା, ସ୍ପୋର୍ଟସ କଣ୍ଟ୍ରୋଲ ବୋର୍ଡରୁ ସମ୍ମାନ ପ୍ରାପ୍ତ ଏକାଦଶୀ ୧୯୭୬-୭୭ ମଧ୍ୟରେ କେତୋଟି ନାଟକର ନିର୍ଦ୍ଦେଶନା ଦେଇଥିଲେ । ସେ ଶୋଭନ ସାହିତ୍ୟ ସଂସଦର ଉପସଭାପତି (୧୯୭୧-୭୨) ଓ ଗୋଦାବରୀଶ ସାହିତ୍ୟ ସଂସଦର ସଭାପତି (୧୯୯୦-୯୨) ଥିଲେ । 'ଚକ୍ରୀ' ଛଦ୍ମନାମରେ ଲେଖାଲେଖି କରୁଥିଲେ ।[]

ରଚନାବଳୀ

ସମ୍ପାଦନା
  • ଶ୍ରାବଣ ସନ୍ଧ୍ଯା[]
  • ସ୍ମୃତି : ମୋ ପରାଜୟର (୧୯୭୦)
  • ପ୍ରତିବିମ୍ବ (୧୯୭୪)
  • ନିଃଶବ୍ଦ ସଂଳାପ (୧୯୮୩)
  • ଯେ ପକ୍ଷୀ ଉଡ଼େ ଯେତେ ଦୂର (୧୯୯୧)[]
  • ସ୍ୱପ୍ନ ଯେବେ ହଜିଯାଏ (୧୯୯୨)
  • ଶ୍ରେଷ୍ଠ କବିତା (୧୯୯୬)
  • ପ୍ରତିଧ୍ୱନି ହଜିଲା ଛନ୍ଦର
  • ସମୟ ସୀମାନ୍ତେ
  • ସ୍ମୃତିର ସହର
  • ମୁକୁଳିବା ମୁହୂର୍ତ୍ତ
  • ଭିନ୍ନ ଏକ ଇଲାକା
  • ଅନେକ ପ୍ରଶ୍ନ (୧୯୭୩)
  • ନିଃସଙ୍ଗ ଅଭିଯାନ (୧୯୯୦)
  • ପଦ୍ମତୋଳା
  • ଶ୍ରେଷ୍ଠ ଗଳ୍ପ

ଉପନ୍ୟାସ

ସମ୍ପାଦନା
  • ଯୋଜନ ଗନ୍ଧା (୧୯୯୬)
  • ଉପେକ୍ଷିତ ନାୟକ
  • ନିଃସଙ୍ଗ ଯାତ୍ରୀ
  • ଶୁଣିବାକୁ ଲାଜ
  • ପାହାଡ଼ ସେପାଖ ନଈ
  • ଅସରନ୍ତି ଅନ୍ଧକାର
  • ସବୁଜ ସ୍ୱପ୍ନ
  • ଆକାଶର ଛାଇ[]
  • ଅନ୍ତଃ ସଲିଳା (୧୯୮୫)
  • ଅଜଣା ନଈ (୧୯୮୬)
  • ଅଚିହ୍ନା ନାୟିକା (୧୯୯୩)
  • ସର୍ପରେ ଜାତ କଲୁ ମୋତେ[]
  • ତପ୍ତ ତୁଷାର

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ - ଜୟଦେବ ସମ୍ମାନ ୨୦୦୫[]
  1. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୨୮. ISBN 81-903352-1-9.
  2. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ (ଆଧୁନିକ ଭାଗ: ୧୮୫୦ ମସିହା ପରବର୍ତ୍ତୀ). ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୬୮. ISBN 81-7586-097-9.
  3. "ବହି | ଓଡ଼ିଆ ବିଭବ". odiabibhaba.in. Retrieved 30 October 2024.
  4. "RRRLF Selected Books for The Year 2010-11" (PDF). RRRLF SELECTED BOOKS FOR THE YEAR 2010-11 Odia Language Literature & Culture Department, Odisha. RRRLF SELECTED BOOKS FOR THE YEAR 2010-11 Odia Language Literature & Culture Department, Odisha. Retrieved 30 October 2024.[permanent dead link]
  5. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (3rd ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୫୧୬, ୬୭୫, ୭୩୫, ୭୯୯. ISBN 81-7400-331-2.
  6. ମହାନ୍ତି, ଅଶୋକ (୨୦୦୭). ଓଡ଼ିଆ ଲେଖକ ପରିଚିତି. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ. pp. ୩୨.