ଉର୍ଦ୍ଦୁ ଲାଇବ୍ରେରୀ

ଭାରତୀୟ ପାଠାଗାର

ଉର୍ଦ୍ଦୁ ଲାଇବ୍ରେରୀ ବା ଉର୍ଦ୍ଦୁ ପାଠାଗାର ଏକ ଭାରତୀୟ ପାଠାଗାର ଥିଲା । ଏହା ଓଡ଼ିଶାର କଟକସ୍ଥିତ ବକ୍ସି ବଜାରଠାରେ ଅବସ୍ଥିତ । ପାଠାଗାରଟି ୧୯୭୦ ମସିହାରେ ଏକ ଅଣ-ଲାଭକାରୀ ଟ୍ରଷ୍ଟ ଭାବରେ ଅବସ୍ଥାପିତ ହୋଇଥିଲା । ଏଠାରେ ଉର୍ଦ୍ଦୁ ସମେତ ଓଡ଼ିଆଇଂରାଜୀରେ ପୁସ୍ତକ ଓ ଅନ୍ୟାନ୍ୟ ପ୍ରକାଶନ ବିଶେଷ କରି ଐତିହାସିକ ପ୍ରକାଶନସବୁ ରହିଛି । ଉର୍ଦ୍ଦୁ ଭାଷାରେ ରଚିତ ଖ୍ୟାତନାମା ଲେଖକମାନଙ୍କର ରଚନାବଳୀ, ଫକୀରମୋହନ ସେନାପତି ଓ ଅନ୍ୟାନ୍ୟ ପ୍ରମୁଖ ଓଡ଼ିଆ ଲେଖକମାନଙ୍କ ରଚନା ସମେତ ପ୍ରାୟ ୧୦ ହଜାର ପୁସ୍ତକ ଏଠାରେ ସଂରକ୍ଷିତ । ଏହି ପାଠାଗାରଟି ଅଧୁନା ଅର୍ଥାଭାବରୁ ଅବହେଳିତ ଓ ପାଠକମାନେ ଏଠାକୁ ପଢ଼ିବା ନିମନ୍ତେ ଆସନ୍ତି ନାହିଁ । ପାଠାଗାରରେ ବହିଗୁଡ଼ିକ ସଂରକ୍ଷିତ । ୨୦୨୨ ମସିହା ସେପ୍ଟେମ୍ବର ସୁଦ୍ଧା ଏହା ୯ ବର୍ଷ ଧରି ବନ୍ଦ ରହିଥିଲା ଓ କଟକ ମହାନଗର ନିଗମ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ବୋଲି ଖବର ପ୍ରକାଶ ପାଇଥିଲା । ପାଠାଗାରଟି ପ୍ରଥମେ ବ୍ୟକ୍ତିଗତ ମାଲିକାନାରେ ଥିଲା ଓ ପରେ କଟକ ମହାନଗର ନିଗମକୁ ଦାନ ସୂତ୍ରରେ ମିଳିଥିଲା । ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ଥିବା ବେଳେ ଦୈନିକ ୨୦୦ରୁ ଅଧିକ ପାଠକ ଏଠାକୁ ପଢ଼ିବା ପାଇଁ ଆସୁଥିଲେ । ରକ୍ଷଣାବେକ୍ଷଣା ଅଭାବରୁ ୨୦୧୩ ମସିହା ସୁଦ୍ଧା ଏହା ସର୍ବସାଧାରଣ ବ୍ୟବହାର ନିମନ୍ତେ ଅନୁପଯୋଗୀ ହୋଇଯାଇଥିଲା ଓ କଟକ ମହାନଗର ନିଗମ ଏହାକୁ ବିପଦସଂକୁଳ ଘୋଷଣା କରିଥିଲା ।[୧][୨]

ଉର୍ଦ୍ଦୁ ଲାଇବ୍ରେରୀ
اڑیسہ اردو کی اڑیسہ
ଉର୍ଦ୍ଦୁ ଲାଇବ୍ରେରୀର ଫାଟକ
ଉର୍ଦ୍ଦୁ ଲାଇବ୍ରେରୀର ଫାଟକ
Map
ଦେଶଭାରତ
ପ୍ରକାରସର୍ବସାଧାରଣ ପାଠାଗାର
ସ୍ଥାପିତ୧୯୭୦
ବିଘଟନ୨୦୦୯
ଅବସ୍ଥାନକଟକ

ଇତିହାସ ସମ୍ପାଦନା

ଉର୍ଦ୍ଦୁ ଲାଇବ୍ରେରୀର ନାମଫଳକରେ ଉଲ୍ଲେଖ ରହିଛି ଯେ ୧୯୭୦ ମସିହାରେ ଅବସରପ୍ରାପ୍ତ ରାଜସ୍ୱ ପ୍ରଶାସକ ମଇଉଦ୍ଦିନ ଅହମଦଙ୍କ ଉଦ୍ୟମ ଓ ବ୍ୟକ୍ତିଗତ ଅନୁଦାନ ତଥା ତିନୋଟି ଆନୁଷ୍ଠାନିକ ସ୍ରୋତ ଓ ତାଙ୍କ ସମେତ ଦୁଇଟି ବ୍ୟକ୍ତିଗତ ସ୍ରୋତରୁ ପ୍ରତ୍ଯେକ ୧୦,୦୦୦ ଟଙ୍କା ଅନୁଦାନ ଭାବରେ ଓ ଅନ୍ୟାନ୍ୟ ଆର୍ଥିକ ଅନୁଦାନରୁ ଆରମ୍ଭ ହୋଇଥିଲା । ଅହମଦ ଓ ରାଧାନାଥ ରଥ ଥିଲେ ଦୁଇଜଣ ଅନୁଦାନକାରୀ ବ୍ୟକ୍ତି ଏବଂ ଓଡ଼ିଶା ୱାକଫ ବୋର୍ଡ଼, ଓଡ଼ିଶା ସରକାର ଏବଂ ଭାରତ ସରକାର ଥିଲେ ଆନୁଷ୍ଠାନିକ ଅନୁଦାନକାରୀ ।[୧]

ଗ୍ୟାଲେରୀ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "ପୁନରୁଦ୍ଧାର ହେବ ଉର୍ଦ୍ଦୁ ପାଠାଗାର". ଧରିତ୍ରୀ. Archived from the original on 2022-10-16. Retrieved 16 September 2022. {{cite news}}: |archive-date= / |archive-url= timestamp mismatch; 2022-09-16 suggested (help)
  2. "ଅବହେଳିତ ଉର୍ଦ୍ଦୁ ପାଠାଗାର: ନିଗମକୁ ଆସିପାରୁନି ମାଲିକାନା ସ୍ୱତ୍ୱ". ସମାଜ. 16 September 2022.