ଉମାଶଙ୍କର ମିଶ୍ର
ଓଡ଼ିଆ ସାହିତ୍ୟିକ
ଉମାଶଙ୍କର ମିଶ୍ର(୨୮ ନଭେମ୍ବର ୧୯୩୭-୦୨ ନଭେମ୍ବର ୨୦୧୭), ଜଣେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ ।[୧] ସେ ଶତାଧିକ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ ଓ ତାଙ୍କର ୧୩ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିଲା । ବୃତ୍ତିରେ ସେ ଥିଲେ ଓଡ଼ିଶା ସରକାରଙ୍କ ଅଧିନରେ ପ୍ରଶାସକ ଓ ୧୯୯୫ ମସିହାରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ସେବାନିବୃତ ହୋଇଥିଲେ ।
ଉମାଶଙ୍କର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଉମାଶଙ୍କର ମିଶ୍ର ୨୮ ନଭେମ୍ବର ୧୯୩୭ |
ମୃତ୍ୟୁ | ୨ ନଭେମ୍ବର ୨୦୧୭ ଭୁବନେଶ୍ୱର | (ବୟସ ୭୯)
ଜୀବିକା | ପ୍ରଶାସକ |
ଜୀବନସାଥି | ସ୍ନେହପ୍ରଭା |
ସନ୍ତାନ | ଅନିନ୍ଦ୍ୟ, ଅଚିନ୍ତ୍ୟ |
ବାପା ବୋଉ | ଚଣ୍ଡେଶ୍ୱର ମିଶ୍ର, ଚଞ୍ଚଳା କୁମାରୀ ଦେବୀ |
ଉମାଶଙ୍କର ୧୯୩୭ ମସିହାରେ ନୟାଗଡ଼ ଜିଲ୍ଲାର ରଣପୁରସ୍ଥିତ ରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଚଣ୍ଡେଶ୍ୱର ମିଶ୍ର ଓ ମାତାଙ୍କ ନାମ ଚଞ୍ଚଳା କୁମାରୀ ଦେବୀ ଥିଲା । ସେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିଥିଲେ । ରେଭେନ୍ସାରେ ପଢିବା ସମୟରେ ସେ ପଶ୍ଚିମ ଛାତ୍ରାବାସର ମୁଖପତ୍ର ଉର୍ମି ଓ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ ପତ୍ରିକା ଆଗାମୀର ସମ୍ପାଦକ ଥିଲେ ।[୨]
ସାରସ୍ୱତ କୃତିସମ୍ପାଦନ କରନ୍ତୁ
ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର - ୧୯୮୭(ବୋହୂବୋହୂକା ଗଳ୍ପ ସଂକଳନ ପାଇଁ)
ଆଧାରସମ୍ପାଦନ କରନ୍ତୁ
- ↑ Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University.
- ↑ http://sambad.in/state/umashankar-mishra-passes-away-20530/
- ↑ National Book Trust (1993*). Books recommended for translation. National Book Trust, India.
- ↑ http://www.dharitri.com/main/news/9086