ଉପେନ୍ଦ୍ର ପ୍ରସାଦ ମହାନ୍ତି

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଉପେନ୍ଦ୍ର ପ୍ରସାଦ ମହାନ୍ତି (୧୮୯୯-୧୯୭୮), ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[] ସେ ନିଜ କବିତା ପୁସ୍ତକ ଦିଲୀପ ପାଇଁ ୧୯୫୮ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ଉପେନ୍ଦ୍ର, ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପୈତୃକ ଗ୍ରାମ ହେଲା ଭଦ୍ରକର କୁଳମୁଳାଇ ଗ୍ରାମ । ତାଙ୍କ ପିତା ହେଲେ କବିଶେଖର ଚିନ୍ତାମଣି ମହାନ୍ତି । ଉପେନ୍ଦ୍ର ନିଜେ ବହୁ ଗଳ୍ପ, ଉପନ୍ୟାସ, କାବ୍ୟକବିତା ଲେଖିବା ସହ ନିଜ ପିତାଙ୍କର 'ଚିନ୍ତାମଣି ଗ୍ରନ୍ଥାବଳୀ' (୪ଖଣ୍ଡ, ୧୯୩୮-୧୯୪୨) ସଂପାଦନା କରିଛନ୍ତି । ଏହା ବ୍ୟତୀତ ସେ କେତୋଟି ପଠ୍ୟପୁସ୍ତକର ପ୍ରଣେତା ଅଟନ୍ତି ।

ଉପେନ୍ଦ୍ର ପ୍ରସାଦ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୧୮୯୯
ଭଦ୍ରକ
ମୃତ୍ୟୁ୧୯୭୮
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୫୮)

ରଚନାବଳୀ

ସମ୍ପାଦନା
  • ଦେବୀ - ୧୯୩୦ (ସୋମନାଥ ମହାନ୍ତି) କାବ୍ୟ
  • ଦିଲୀପ - ୧୯୫୮ (ସୋମନାଥ ମହାନ୍ତି)
  • ଝରା ଶେଫାଳିର ମାଳା - ୧୯୫୯ (ସୋମନାଥ ମହାନ୍ତି)
  • ପ୍ରଣୟ ପୀୟୂଷ - ୧୯୨୧ (ସୋମନାଥ ମହାନ୍ତି) କବିତା
  • ମଧୁପର୍କ - ୧୯୨୦ (ସୋମନାଥ ମହାନ୍ତି) କବିତା
  • ଗଳ୍ପବୀଥି - ୧୯୩୨ (ବାଣୀ ସାହିତ୍ୟ ମନ୍ଦିର) ଗଳ୍ପ
  • ହରିଶଙ୍କର - ୧୯୪୭ (କଟକ ପବ୍ଲିଶିଙ୍ଗ୍ ହାଉସ) ସାମାଜିକ ଉପନ୍ୟାସ
  • ରାଜରାଣୀ - ୧୯୩୦ (ସୋମନାଥ ମହାନ୍ତି) ବିଧବାବିବାହମୂଳକ ଉପନ୍ୟାସ
  • ତ୍ୟକ୍ତା - ୧୯୩୫ (ବାଣୀ ସାହିତ୍ୟ ମନ୍ଦିର)[] ଉପନ୍ୟାସ
  • ପୁନର୍ମିଳନ (ଉପନ୍ୟାସ)
  • ପଞ୍ଚଶସ୍ୟ ୧୯୬୧ (ବାଣୀ ସାହିତ୍ୟ ମନ୍ଦିର) ଗଳ୍ପ
  • କଥା କବିତା (ଶିକ୍ଷଣୀୟ କବିତା)
  • କଥାକୁଞ୍ଜ (ଗଳ୍ପ)
  • ବାଇଜା (ଗଳ୍ପ)
  • ସନ୍ଧ୍ୟାଦୀପ (କବିତା)[]

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮ ('ଦିଲୀପ' ପୁସ୍ତକ ପାଇଁ)[]
  1. The Indian P.E.N. P.E.N. All-India Centre. 1969.
  2. Subas Pani; H. C. Das; Indu Bhusan Kar (1988). Glimpses of History and Culture of Balasore. Orissa State Museum.
  3. "National Library Online Catalog". opac.nationallibrary.gov.in. National Library. Retrieved 4 March 2019.
  4. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (3rd ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୨୪. ISBN 81-7400-331-2.
  5. "Odisha Sahitya Akademi". odishasahityaakademi.org. Retrieved 2019-02-21.