ଉଦର ପ୍ରକୋଷ୍ଠ ସିଣ୍ଡ୍ରୋମ

ଉଦରରେ ଆଭ୍ୟନ୍ତରୀଣ ଚାପ ଅତ୍ୟଧିକ ହେବା ଫଳ ସ୍ୱରୂପ ଅଙ୍ଗମାନଙ୍କର କାର୍ଯ୍ୟକାରୀତାରେ ଅସୁବିଧା ହୁଏ ।

ଉଦର ପ୍ରକୋଷ୍ଠ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Abdominal compartment syndrome/ ACS ) କୁହାଯାଏ ଯେତେବେଳେ ଉଦରରେ ଆଭ୍ୟନ୍ତରୀଣ ଚାପ ଅତ୍ୟଧିକ ହେବା ଫଳ ସ୍ୱରୂପ ଅଙ୍ଗମାନଙ୍କର କାର୍ଯ୍ୟକାରୀତାରେ ଅସୁବିଧା ହୁଏ ।[] [] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଫୁଲିବା, କଠିନ ପେଟ ଏବଂ ମୂତ୍ର ଉତ୍ପାଦନ ହ୍ରାସ ହୋଇପାରେ ।[] [] ଯେଉଁମାନଙ୍କର ନଳୀ ଲାଗିଥାଏ, ସେମାନଙ୍କ ମଧ୍ୟରେ ଭେଣ୍ଟିଲେସନ୍ ବା ବାୟୁ ଚଳାଚଳ କଷ୍ଟକର ହୋଇଯାଏ ।[] ଜଟିଳତା ମଧ୍ୟରେ ବୃକ୍‌କ ବିଫଳତା, ଶ୍ୱାସକ୍ରିୟା ବିଫଳତା, ହୃଦ୍‌ପାତ, ରକ୍ତନଳୀକୁ କମ ରକ୍ତ ସଞ୍ଚାଳନ, ଏବଂ ଖପୁରି ମଧ୍ୟସ୍ଥ ଚାପ ବୃଦ୍ଦି ହୋଇପାରେ ଓ ସଂଖ୍ୟାଧିକ ଅଙ୍ଗ ବିଫଳତାରେ ସମାପ୍ତ ହୁଏ ।[] []

Abdominal compartment syndrome
Other names: Polycompartment syndrome[]
ଫାଇଲ:Abdominal ratio (Radiopaedia 66777) (cropped).jpeg
Measured at the level of the vein from the kidney, anteroposterior divided by transverse abdominal diameter of over 0.8 supports the diagnosis.[]
Specialty Critical care
Symptoms Decreased urine output, hard abdomen[]
Complications Kidney failure, respiratory failure, heart failure, increased intracranial pressure, multi organ system failure[]
Causes Sepsis, pancreatitis, bleeding within the abdomen, enlarged intestines, burns, abdominal trauma, large amounts of intravenous fluids[]
Risk factors Obesity, pregnancy, high chest pressures, placing person on their front[]
Diagnostic method High Foley catheter pressure and organ failure[]
Treatment Maintain high blood pressure, gastric tube, neostigmine, laxatives, rectal tube, drain ascitis, surgery[]
Frequency Relatively common (ICU)[]
Deaths 65%[]

ସେପସିସ୍, ଅଗ୍ନାଶୟ ପ୍ରଦାହ, ପେଟ ମଧ୍ୟରେ ରକ୍ତସ୍ରାବ, ବର୍ଦ୍ଧିତ କିମ୍ବା ଫୁଲିଯାଇଥିବା ଅନ୍ତନଳୀ, ପୋଡାଜଳା, ପେଟରେ ଆଘାତ କିମ୍ବା ଅସ୍ତ୍ରୋପଚାର କିମ୍ବା ବହୁ ପରିମାଣର ଶିରାଭ୍ୟନ୍ତର ତରଳ ପଦାର୍ଥ ହେତୁ ଏହା ହୋଇପାରେ ।[] [] ମେଦବହୁଳତା, ଗର୍ଭଧାରଣ, ଉଚ୍ଚ ଛାତି ଚାପ ଏବଂ ରୋଗୀଙ୍କୁ ସେମାନଙ୍କ ଛାତି ଉପରେ ଶୁଏଇଲେ ଅବସ୍ଥା ଅଧିକ ଖରାପ ହୁଏ ।[] ଅନ୍ତର୍ନିହିତ ପ୍ରଣାଳୀରେ ବର୍ଦ୍ଧିତ ଚାପ ଅନ୍ତର୍ଭୁକ୍ତ ଯାହା ହୃତ୍‌ପିଣ୍ଡ, ଫୁସଫୁସ, ବୃକ୍‌କ ଏବଂ ମସ୍ତିଷ୍କ ଇତ୍ୟାଦି ଅଙ୍ଗ ମାନଙ୍କୁ ପ୍ରଭାବିତ କରିଥାଏ ।[] ମୂତ୍ରାଶୟରେ ରଖାଯାଇଥିବା ଫୋଲି କ୍ୟାଥେଟର୍ ମାଧ୍ୟମରେ ୨୦ ମିମି ପାରୁ ଅଧିକ ଚାପ ହେଲେ ରୋଗ ନିର୍ଣ୍ଣୟକୁ ସମର୍ଥନ କରାଯାଇପାରେ ।[]

ଚିକିତ୍ସାରେ ରକ୍ତଚାପକୁ ଯଥେଷ୍ଟ ଅଧିକ ରଖି ଶିରାଭ୍ୟନ୍ତର ତରଳ ପଦାର୍ଥ ସୀମିତ ରଖିବା ସ‌ହିତ ଉଦର ଚାପ କମ କରିବାକୁ ଚେଷ୍ଟା କରାଯାଏ ।[] ରକ୍ତଚାପ ଅନ୍ତତଃ ଉଦର ଚାପଠାରୁ ଅତି କମରେ ୬୦ ମିମି ପା ଅଧିକ ରଖିବାକୁ ଚେଷ୍ଟା କରିବା ଲକ୍ଷ ରଖାଯାଏ ।[] ପେଟର ଚାପ ଏକ ଗ୍ୟାଷ୍ଟ୍ରିକ୍ ଟ୍ୟୁବ୍, ନିଓଷ୍ଟିଗମିନ, ରେଚକ କିମ୍ବା ଏକ ମଳାଶୟ ନଳୀ ଦ୍ୱାରା ହ୍ରାସ କରାଯାଇପାରେ ଏବଂ ଯେ କୌଣସି ଜଳୋଦର ନିଷ୍କାସନ କରାଯାଇପାରେ ।[] ଉଲ୍ଲିଖିତ ଉପାୟମାନ ପ୍ରଭାବଶାଳୀ ନ ହେଲେ ଅସ୍ତ୍ରୋପଚାର କରାଯାଇପାରେ ।[]

ଉଦର ପ୍ରକୋଷ୍ଠ ସିଣ୍ଡ୍ରୋମ ସାଧାରଣତଃ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ (ଆଇସିୟୁ) ହୋଇଥାଏ ।[] ଏଥିରେ ମୃତ୍ୟୁ ହେବାର ଆଶଙ୍କା ୭୦%ରୁ ଅଧିକ ରହେ ।[] ପ୍ରଥମେ ୧୮୬୩ ମସିହାରେ ଏଟିଏନ୍-ଜୁଲେସ ମାରେ (Etienne-Jules Marey) ବର୍ଣ୍ଣନା କରିଥିଲେ ଏବଂ ୧୮୭୩ ମସିହାରେ ଅଙ୍ଗ ଅକ୍ଷମତା ସହିତ ଏହାର ସହଭାଗିତା ବର୍ଣ୍ଣନା ହୋଇଥିଲା ।[] ବର୍ତ୍ତମାନର ଶବ୍ଦ ୧୯୮୯ଠାରୁ ବ୍ୟବହୃତ ହେଉଛି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Farkas, Josh. "Abdominal compartment syndrome". IBCC. Archived from the original on 28 September 2022. Retrieved 7 June 2024.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Hacking, Craig. "Abdominal compartment syndrome | Radiology Reference Article | Radiopaedia.org". Radiopaedia. Archived from the original on 21 February 2024. Retrieved 8 June 2024.
  3. Cheatham, Michael Lee (April 2009). "Abdominal compartment syndrome". Current Opinion in Critical Care. 15 (2): 154–162. doi:10.1097/MCC.0b013e3283297934. ISSN 1070-5295. PMID 19276799. Archived from the original on 2019-10-20. Retrieved 2022-02-05.
  4. ୪.୦ ୪.୧ Sanda, RB (May 2007). "Abdominal compartment syndrome". Annals of Saudi medicine. 27 (3): 183–90. doi:10.5144/0256-4947.2007.183. PMID 17568172.