ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ

ଉତ୍ତର ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ, ଉଚ୍ଚଶିକ୍ଷାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ, ୧୯୯୮ ମସିହାରେ 'ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ'ର ସ୍ଥାପନା କରାଯାଇଥିଲା ।[୨] ଏହି ବିଶ୍ୱବିଦ୍ୟାଳୟଟି ଓଡ଼ିଶାର ଦୁଇଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜକେନ୍ଦୁଝରର ଉଚ୍ଚଶିକ୍ଷାର ଆବଶ୍ୟକତା ପୂର୍ଣ କରିଥାଏ । ଏହି ବିଶ୍ୱବିଦ୍ୟାଳୟ ସହ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୧ଟି ଉଭୟ ବୈଷୟିକ ଓ ଅଣବୈଷୟିକ ମହାବିଦ୍ୟାଳୟ ଅନୁବନ୍ଧିତ ରହିଛନ୍ତି । ଏହି ବିଶ୍ୱବିଦ୍ୟାଳୟରେ ଉଭୟ ମୁକ୍ତ ଓ ଦୂରଶିକ୍ଷା[୩] ମାଧ୍ୟମରେ ଶିକ୍ଷାଦାନ କରାଯାଇଥାଏ । ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ୨୦୨୦ ଡିସେମ୍ବର ୨୩ ତାରିଖରେ ଓଡ଼ିଶା ସରକାରଙ୍କ ଗେଜେଟ ନୋଟିଫିକେସନଦ୍ୱାରା, ଏହି ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରି ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରଖା ଯାଇଥିଲା ।[୪]

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
North Odisha University.jpg
ଲକ୍ଷ୍ୟ"ସାଧନା ସ୍ୱାଭିମାନ ସଦଭାବନା ସ୍ୱୟଂ ସମ୍ପୂର୍ଣତା"
ସ୍ଥାପିତ୧୩ ଜୁଲାଇ ୧୯୯୮
ପ୍ରକାରସାର୍ବଜନୀନ
କୁଳାଧିପତିଏସ. ସି. ଜମିର
କୁଳପତିକିଶୋର କୁମାର ବାସା[୧]
ଅବସ୍ଥାନବାରିପଦା, ଓଡ଼ିଶା, ଭାରତ India
ଅନୁବନ୍ଧନଇଉ.ଜି.ସି.,
ୱେବସାଇଟhttp://www.nou.nic.in/

ଆଧାର ସମ୍ପାଦନା

  1. "୧୯୭୩ ମାଟ୍ରିକ୍‌ ଟପ୍ପର ହେଲେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କୁଳପତି". www.samajalive.in. ସମାଜ. Archived from the original on 24 December 2020. Retrieved 24 December 2020.
  2. Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 658–. ISBN 978-81-269-0608-6. Retrieved 27 September 2012.
  3. http://indiaeducationdiary.in/Shownews.asp?newsid=15036[permanent dead link]
  4. "North Orissa Varsity Rechristened As Maharaja Sriram Chandra Bhanja Deo University". www.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 23 December 2020. Retrieved 23 December 2020.

ବାହାର ଆଧାର ସମ୍ପାଦନା

Official website