ଉଇକିପିଡ଼ିଆ ଆଲୋଚନା:A2K କାର୍ଯ୍ୟପନ୍ଥା ଏପ୍ରିଲ ୨୦୧୩ - ଜୁନ ୨୦୧୪

ଏହି ପୃଷ୍ଠାଟି A2Kର ବାର୍ଷିକ କାର୍ଯ୍ୟପନ୍ଥା ବାବଦରେ ବର୍ଣ୍ଣନା କରାଯାଇଛି । ଦୟାକରି ତଳେ ନିଜ ନିଜର ମତାମତ ବାଢ଼ିବା ସ‌ହିତ କିପରି ଏହି ଯୋଜନାକୁ କାମରେ ଲଗାଯିବ ସେ ବାବଦରେ ଆଲୋଚନା କରନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୨୦:୪୬, ୫ ଅପ୍ରେଲ ୨୦୧୩ (UTC)

ବର୍ତ୍ତମାନ ମୁଁ ଭାବୁଛି "ଆମ ଗାଁ ଆମ ସହର" ପ୍ରକଳ୍ପ ଉପରେ ଅଧିକା ଧ୍ୟାନ ଦେବା । ଆଗାମୀ ସପ୍ତାହରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟକୁ ମୋର ଏକ ଗସ୍ତ କାର୍ଯ୍ୟକ୍ରମ ରହିଛି ଏବଂ ମୁଁ ଏକ କର୍ମଶାଳାର ପ୍ରସ୍ତାବ ଦେଇଛି । ଆଶା ଓ ବିଶ୍ଵାସ ୪-୫ ଜଣ ସକ୍ରିୟ ଉଇକିଆଳି ମିଳିବେ ।--Gorvachove (ମୋ ଆଲୋଚନା) ୦୯:୧୧, ୬ ଅପ୍ରେଲ ୨୦୧୩ (UTC)

ଅନ୍ୟାନ୍ୟ ବିଷୟ ସମ୍ପାଦନା

'ଗାଁ ଓ ସହର' ନିହାତି ଦରକାରୀ ପ୍ରସଙ୍ଗ । ସମସ୍ତଙ୍କୁ ନିଜ ଗାଁ କଥା ଲେଖିବାକୁ ଭଲ ଲାଗେ । ଏହା ଦ୍ଵାରା ଆଗ୍ରହୀ ଲୋକଙ୍କ ସଂଖ୍ୟା ବଢିବ । କିନ୍ତୁ ମୋ ମତରେ ଆଉ କିଛିଟା ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଯେପରିକି basic science, ଇତିହାସ, ଭୂଗୋଳ ଇତ୍ୟାଦି .... ଏଗୁଡିକ ସାଧାରଣତଃ ସ୍କୁଲ ପିଲା ମାନେ ଲେଖିବାକୁ ବହୁତ ଭଲପାଇବେ । ଏସବୁ ଦିଗରେବି ଧ୍ୟାନ ଦେବା ଉଚିତ । ଆମର ବିଜ୍ଞାନ ସମ୍ବନ୍ଧୀୟ ଲେଖାଗୁଡ଼ିକ ବହୁତ କମ ଅଛି । ବିଜ୍ଞାନ ଶିକ୍ଷକ ମାନଙ୍କୁ ଏଥିରେ ଯୋଡିଲେ ଭଲ ହୁଆନ୍ତା । ଆମ ସରକାରୀ ସ୍କୁଲ ଗୁଡିକରେ ଇଣ୍ଟର୍ନେଟ ଜାଣିଥିବା ପିଲା କିମ୍ବା ଶିକ୍ଷକ ମିଳିବା କଷ୍ଟ (ଆଗ୍ରହୀ ଶିକ୍ଷକ ମିଳିପାରନ୍ତି କାରଣ ଏବେ ପ୍ରାୟତଃ କମ୍ପ୍ୟୁଟର ତାଲିମ ଦିଆଯାଉଛି ।); ଏଣୁ ଶୈଳେଶ କହିଥିବା DAV କଥା ଆଲୋଚନା ପରିସରକୁ ନିଆଯାଇପାରିବ । --ଶିତିକଣ୍ଠ (ଆଲୋଚନା) ୨୦:୧୦, ୭ ଅପ୍ରେଲ ୨୦୧୩ (UTC)

ସ୍ଥାନ ବାବଦରେ ସମ୍ପାଦନା

ମୋ ମତରେ ଉତ୍କଳ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଭଳି ଓଡ଼ିଆ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ କାର୍ମଶାଳା ଆୟୋଜନ ହେବା ଜରୁରୀ । ଏହା ବ୍ୟତୀତ ବିଜ୍ଞାନ ଦିଗନ୍ତ ଓ ଗଣିତ ବିଚିତ୍ରାର ଲେଖକ ମାନଙ୍କୁ ନେଇ ଏକ ଛୋଟ ଆଲୋଚନା ଚକ୍ର କରାଗଲେ ସେମାନଙ୍କ ଭିତରୁ ହୁଏତ କିଛି ଲେଖକ ଉଇକିପିଡିଆ ପାଇଁ ଆଗ୍ରହୀ ହୋଇ ପାରନ୍ତି ।--ଶିତିକଣ୍ଠ (ଆଲୋଚନା) ୧୬:୪୩, ୨୩ ଅପ୍ରେଲ ୨୦୧୩ (UTC)

Return to the project page "A2K କାର୍ଯ୍ୟପନ୍ଥା ଏପ୍ରିଲ ୨୦୧୩ - ଜୁନ ୨୦୧୪".