ଉଇକିପିଡ଼ିଆ ଆଲୋଚନା:ଉଇକିପତ୍ରିକା/ଅକ୍ଟୋବର ୨୦୧୬

ଉଇକିପତ୍ରିକା/ଅକ୍ଟୋବର ୨୦୧୬ ସମ୍ପାଦନା

ଆସନ୍ତା ଅକ୍ଟୋବର ମାସରେ ଉଇକିପତ୍ରିକାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହେବ । ଲେଖକ/ଲେଖିକାମାନ‌ଙ୍କୁ ଅନୁରୋଧ, ସେମାନେ ଲେଖିବା ଆରମ୍ଭ କରିଦିଅନ୍ତୁ । ବରିଷ୍ଠ ଉଇକିଆଳିମାନ‌ଙ୍କୁ ଅନୁରୋଧ, ସେମାନେ ବଛା ଲେଖା, ବଛା ଛବି, ଶ୍ରେଷ୍ଠ ଉଇକିଆଳି ଆଦିର ଚୟନ ଓ ଉଇକିପିଡ଼ିଆର ଇତିହାସ ସ୍ତମ୍ଭଟିର ଲିଖନରେ ନିଜର ଯୋଗଦାନ ଦିଅନ୍ତୁ । ଉଇକିପତ୍ରିକା/ଅକ୍ଟୋବର ୨୦୧୬ ପାଇଁ ଲିଙ୍କ୍ ନିମ୍ନରେ ଦିଆଗଲା ।
https://or.wikipedia.org/s/10w6
--Rajalaxmi Mishra (ମୋ ଆଲୋଚନା) ୨୧:୧୩, ୮ ସେପ୍ଟେମ୍ବର ୨୦୧୬ (IST)Reply

ଏଇଟା ଦେଖିକି ବହୁ ଖୁସି ଲାଗିଲା ରାଜଲକ୍ଷ୍ମୀ । ମୁଁ ତମକୁ ମଝିରେ ଗୋଟେ ଫେସବୁକରେ ପଠେଇଥିଲି ବୋଧେ । ତେବେ ଲେଖାସବୁ ତମ ପାଖେ ପହଞ୍ଚିବାର ଶେଷ ତାରିଖ କେବେ? --ସୁଭାସିସ ପାଣିଗାହି (ଆଳାପ) ୧୮:୫୫, ୧୦ ସେପ୍ଟେମ୍ବର ୨୦୧୬ (IST)Reply
ସୁଭାସିସ ଭାଇ, ମୋ ପାଖକୁ ତ ଆପଣଙ୍କ ତରଫରୁ ଫେସବୁକରେ କିଛି ବି ଆସିନି । ତେବେ ଉକ୍ତ ପତ୍ରିକା ପାଇଁ ମୁଁ ଓ ଚିନ୍ମୟୀ ସମ୍ପାଦକ ଦାୟିତ୍ୱ ତୁଲାଉଛୁ । ଆଭା ଦିଦି ସ୍ତମ୍ଭଗୁଡ଼ିକ ଲେଖିବାରେ ସ‌ହଯୋଗ କରୁଛନ୍ତି । ଆମମାନ‌ଙ୍କୁ ଛାଡ଼ି ଆପଣମାନେ ଯିଏ ବି ଏହି ଉଇକିପତ୍ରିକାର ଲିଖନ, ସମ୍ପାଦନା ଇତ୍ୟାଦିରେ ସ‌ହଯୋଗ ଦେବାକୁ ଚାହୁଁଛନ୍ତି, ସେମାନ‌ଙ୍କୁ ହାର୍ଦ୍ଦିକ ସ୍ୱାଗତ । ଯେହେତୁ ଏହି ତ୍ରୟମାସିକ ପତ୍ରିକାଟି ଅକ୍ଟୋବର ମାସରେ ପ୍ରକାଶିତ ହେବା କଥା, ତେଣୁ ଏହି ମାସ ଶେଷ ସୁଦ୍ଧା ଏହାର ଲିଖନ କାର୍ଯ୍ୟ ସରିଗଲେ ଭଲ ହେବ । --Rajalaxmi Mishra (ମୋ ଆଲୋଚନା) ୨୩:୧୬, ୧୦ ସେପ୍ଟେମ୍ବର ୨୦୧୬ (IST)Reply
@Rajmishra757: ମୋ ଦେଇ ଯେତେ ହୋଇପାରିବ ସହଯୋଗ କରିବି । ମୁଁ ଉଇକିମିଡ଼ିଆ ବ୍ଲଗରେ ଆଶୁତୋଷ ଉପରେ ଲେଖିଥିବା ଛୋଟ ଖବରଟିର ଓଡ଼ିଆ ଅନୁବାଦ କରିବି ବୋଲି ଯୋଜନା କରିବି । ତେବେ ତମେ ଏବେ ଲେଖୁଥିବା ସମ୍ପାଦକୀୟଟି ତମ ପରଖଘରୁ ପଢ଼ୁଥିଲି ଆଉ ତା' ବାବଦରେ କିଛି ବ୍ୟକ୍ତିଗତ ମତାମତ ରହିଛି । ଲେଖାର ଶୈଳୀ ଅତି ଉଚ୍ଚକୋଟୀର ଓ ତମକୁ ସେ ପାଇଁ ବଧାଇ । ତେବେ ପ୍ରଥମ ଜିନିଷ ହେଲା ଲେଖାର ବିଷୟବସ୍ତୁ ମୋତେ ବ୍ୟକ୍ତିଗତ ଭାବେ ଧାର୍ମିକ ଲାଗିଲା । ସମ୍ପାଦକୀୟଟି ଗୋଟେ ଧାର୍ମିକ ସଂସ୍କୃତ ଶ୍ଲୋକରୁ ଆରମ୍ଭ ହୋଇଛି । ଉଇକିପିଡ଼ିଆ ଧର୍ମର ବାହାରେ ଓ ଉପରେ । ଅକ୍ଟୋବରରେ ଓଡ଼ିଶାରୁ ବାହାରୁଥିବା ସବୁ ପୂଜା ପତ୍ରିକା ଏଇଭଳି ଧାର୍ମିକ ସମ୍ପାଦକୀୟ ପ୍ରକାଶ କରି କଳେବର ବଢ଼ାଇଥାନ୍ତି । କିନ୍ତୁ ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ସଂଘର କାମ ଓ ଆଗାମୀ ଯୋଜନାର ରୂପରେଖ ବାବଦରେ ଜନସାଧାରଣଙ୍କୁ ସୂଚନା ଦେବା ପାଇଁଁ ଏକ ଖବରକାଗଜ ଭଳି । ଏଥି ପାଇଁ ଅତି ଉଚ୍ଚକୋଟୀର ଖବର-ପତ୍ରିକା ଶୈଳୀର ଲେଖା ପ୍ରକାଶ କରୁଥିବା w:Wikipedia:Wikipedia Signpost ଆମ ଶିଖିବା କାମରେ ଆସିପାରିବ । ଆଉ ଉଇକିପିଡ଼ିଆ କୌଣସି ନିର୍ଦ୍ଦିଷ୍ଟ ଧର୍ମଧାରା ଓ ତାହାର ମୌଳବାଦ (ଏ କ୍ଷେତ୍ରରେ ପୁରୁଷମାନେ ନାରୀଙ୍କୁ କବଳିତ କରି ରଖିବା ଓ ଜଣେ ତାହାର ପ୍ରତିଶୋଧ ନେବା)ର ପ୍ରଚାର ପ୍ରସାର କରେନାହିଁ । ଏହା ଉଇକିପିଡ଼ିଆର ମୌଳିକ ଆଦର୍ଶ ବାହାରେ । ଆଉ ଦୁର୍ଗାପୂଜା କେଇଶହ ବର୍ଷ ଆଗରୁ ବଙ୍ଗଳାରୁ ଓଡ଼ିଶାକୁ ଆସିଛି, ଜଗନ୍ନାଥ ସଂସ୍କୃତି ଭଳି ଧର୍ମ-ନିରପେକ୍ଷ ଓ ସଂସ୍କୃତିକେନ୍ଦ୍ରୀୟ ନୁହେଁ । ଏଣୁ ମୋର ଅନୁରୋଧ ଆଇକନିଜିମ/ସିମ୍ବଲିଜିମ ଭାବେ ନାରୀ-ପୁରୁଷ ସନ୍ତୁଳନ (gender balance) ଉପରେ ଅଧିକ ଫୋକସ ରଖି କଣ କରାଯାଇଛି ଆଉ କଣ କରାଯିବାର ସମ୍ଭାବନା ରହିଛି ତା' ବାବଦରେ ଲେଖିପାରିଲେ ଭଲ ହୁଅନ୍ତା । ଆଉ ସବୁ ଲେଖା ଉଇକିପିଡ଼ିଆ-ଉଇମିଡ଼ିଆ ପ୍ରକଳ୍ପ ଓ ସଂଘ ସହିତ କୌଣସି ନାଁ କୌଣସି ବାଟରେ ଯୋଡ଼ା ହେବା ନିହାତି ଜରୁରୀ । ଆଉଥରେ ଉଇକିପିଡ଼ିଆ ସାଇନପୋଷ୍ଟର ନିକଟରେ ପ୍ରକାଶ ପାଇଥିବା ସଂସ୍କରଣର ଉଦାହରଣ ଦେବି । ସେଥିରେ କେବଳ ଖବର ଓ ଉଇକିପିଡ଼ିଆ/ଉଇମିଡ଼ିଆ ସମ୍ବନ୍ଧିତ ବିଭିନ୍ନ ବିଷୟ ଛଡ଼ା ଆଉ କିଛି ନାହିଁ କହିଲେ ଚଳେ । ତା'ର ମୂଳ କାରଣ ହେଲା ବାକିସବୁ ଜିନିଷ ସବୁଠି ପଢ଼ିବାକୁ ମିଳିବ । ହେଲେ ଉଇକିପିଡ଼ିଆ/ଉଇକିମିଡ଼ିଆ ବାବଦରେ ସଠିକ ତଥ୍ୟ ଆଉ କେଉଁଠୁ ମିଳିବ ନାହିଁ ।

ଦ୍ୱିତୀୟ ଜିନିଷ ହେଉଛି ସେଥିରେ ମତାମତ ଓ ଖବର ଏକାଠି କରିବା ପାଇଁ ଏହି ପୃଷ୍ଠାଟି ରଖାଯାଇଛି । ଉଇକିଆଳିମାନେ ସେ ପୃଷ୍ଠାରେ ମତାମତ ଦିଅନ୍ତି ଆଉ ସମ୍ପାଦକ ତାକୁ ଖକବର ଭିତରେ ରଖନ୍ତି । ମୁଁ ଏଗୁଡ଼ିକ କିଛି ତିଆରି କରିବା ପାଇଁ ଚେଷ୍ଟା କରୁଛି ଫଳରେ ତମ କାମ ପାଇଁ ସୁବିଧା ହେବ ।

ତମେ ତିନିଜଣ ଦରମଲା ହୋଇ କେତେ କାଳ ପଡ଼ିଥିବା ଉଇକିପତ୍ରିକାର ପୁନରୁଦ୍ଧାର କରିଥିବା ଦେଖି ମୋଠୁ ଆଉ ବୋଧେ କେହି ଖୁସି ହୋଇନଥିବ । ତେଣୁ ମୋର ଏ ଉପର ମତାମତକୁ କୌଣସି ପ୍ରକାରେ ବିରୋଧ ବୋଲି ହେଜିବ ନାହିଁ । --ସୁଭାସିସ ପାଣିଗାହି (ଆଳାପ) ୦୮:୩୯, ୧୧ ସେପ୍ଟେମ୍ବର ୨୦୧୬ (IST)Reply

ସୁଭାସିସ ଭାଇ, ଯେହେତୁ ଅକ୍ଟୋବର ମାସରେ ଦୁର୍ଗାପୂଜା ପଡ଼ୁଛି ଓ ଏହା ଓଡ଼ିଶା ସମେତ ଭାରତର ଏକ ମୁଖ୍ୟ ପର୍ବ, ତେଣୁ ମୁଁ ସେହି ଅନୁସାରେ ସମ୍ପାଦକୀୟର ବିଷୟବସ୍ତୁ ନିର୍ଦ୍ଧାରଣ କରିଥିଲି । ଏହାକୁ ଲେଖିବା ସମୟରେ ସମାଜରେ ହେଉଥିବା ନାରୀ ନିର୍ଯ୍ୟାତନା ତ‌ଥା ପୁରୁଷ ସମାଜ ପ୍ରତି କୌଣସି ଆକ୍ଷେପକୁ include ନ କରିବାକୁ ମୁଁ ଯଥା ସମ୍ଭବ ଚେଷ୍ଟା କରିଛି । ଜୁଲାଇ ମାସର ଉଇକିପତ୍ରିକାରେ ଗଙ୍ଗାଧର ମେହେରଙ୍କ କବିତାର ଏକ ପଂକ୍ତିକୁ quotation ରୂପେ ଦିଆଯାଇଥିଲା । ଆଧୁନିକ ଯୁଗର କବିମାନଙ୍କ ରଚନାକୁ ଯଦି ଆମେ ସାହିତ୍ୟ ହିସାବରେ ଦେଖୁଛୁ, ତେବେ ମୋ ମତରେ ଶାସ୍ତ୍ର/ଉପନିଷଦରେ ଲେଖାଯାଇଥିବା ସଂସ୍କୃତ ଶ୍ଳୋକ ମଧ୍ୟ ସାହିତ୍ୟ ହୋଇପାରିବ । ଯାହା ଓଡ଼ିଆରେ କବିତା, ତ‌ହା ସଂସ୍କୃତରେ ଶ୍ଳୋକ (ଏହା ମୋର ବ୍ୟକ୍ତିଗତ ମତ) । ତ‌ଥାପି ଯଦି ଆପଣଙ୍କ ଭଳି ଜଣେ ବରିଷ୍ଠ ଉଇକିଆଳିଙ୍କୁ ଲେଖାଟି ଉଇକିପିଡ଼ିଆରେ ପ୍ରକାଶନ ପାଇଁ ସମୀଚିନ ଲାଗୁନାହିଁ, ତେବେ ସେଥିରେ ପରିବର୍ତ୍ତନ କରାଯିବ । ଲେଖାଟିକୁ ମୁଁ ଚିନ୍ମୟୀଙ୍କୁ review କରିବା ପାଇଁ କ‌ହିଛି । ସମସ୍ତଙ୍କ ମତରେ ଯାହା ଠିକ୍ ଲାଗିବ, ତାହା ହିଁ ଉଇକିପତ୍ରିକାରେ ପ୍ରକାଶିତ ହେବ । ଆପଣ ନିଶ୍ଚିନ୍ତ ରୁହନ୍ତୁ । ମତାମତ ଦେବା ପାଇଁ ଧନ୍ୟବାଦ । --Rajalaxmi Mishra (ମୋ ଆଲୋଚନା) ୧୦:୪୫, ୧୧ ସେପ୍ଟେମ୍ବର ୨୦୧୬ (IST)Reply
@Rajmishra757: ମୋର ବ୍ୟକ୍ତିଗତ ମତ ହେଲା ସାହିତ୍ୟ କି ଶ୍ଳୋକ କି ବାକି ସାମାଜିକ ବିଷୟ ଏଥିରେ ନ ରଖି ଏହାକୁ କେବଳ ଏକ ଉଇକିପିଡ଼ିଆ-ଉଇକିମିଡ଼ିଆ ସମ୍ବନ୍ଧିତ ପତ୍ରିକା କରାଯିବା ବାବଦରେ । କାରଣ ସମାନ ଧରଣର ପ୍ରକଳ୍ପ ଇଂରାଜୀ ସାଇନପୋଷ୍ଟର ମୂଳ ଉଦ୍ଦେଶ୍ୟ ମଧ୍ୟ ସେଇଆ । ତେବେ ଉଇପିଡ଼ିଆ/ଉଇକିମିଡ଼ିଆ ସହ ସିଧାସଳଖ ସମ୍ବନ୍ଧିତ ପ୍ରସଙ୍ଗ ଏଥିରେ ରଖାଯାଇପାରିବ ଯଥା ଉଇକିପିଡ଼ିଆକୁ ପ୍ରଭାବିତ କରୁଥିବା କପିରାଇଟ ପଲିସିରେ କୌଣସି ବଦଳ, ଓସିଆର ବ୍ୟବହାର କରି ବହିର ଡିଜିଟାଇଜେସନ, ଆଦି । ଆଗରୁ ଲେଖିଥିବା ବିଷୟ ଆଉଥରେ ଉଲ୍ଲେଖ କରୁଛି । [..]ଉଇକିପିଡ଼ିଆ ସାଇନପୋଷ୍ଟର ନିକଟରେ ପ୍ରକାଶ ପାଇଥିବା ସଂସ୍କରଣର ଉଦାହରଣ ଦେବି । ସେଥିରେ କେବଳ ଖବର ଓ ଉଇକିପିଡ଼ିଆ/ଉଇମିଡ଼ିଆ ସମ୍ବନ୍ଧିତ ବିଭିନ୍ନ ବିଷୟ ଛଡ଼ା ଆଉ କିଛି ନାହିଁ କହିଲେ ଚଳେ । ତା'ର ମୂଳ କାରଣ ହେଲା ବାକିସବୁ ଜିନିଷ ସବୁଠି ପଢ଼ିବାକୁ ମିଳିବ । ହେଲେ ଉଇକିପିଡ଼ିଆ/ଉଇକିମିଡ଼ିଆ ବାବଦରେ ସଠିକ ତଥ୍ୟ ଆଉ କେଉଁଠୁ ମିଳିବ ନାହିଁ ।[..] ଇତି ମଧ୍ୟରେ ମୁଁ ପରୀକ୍ଷାମୂଳକ ଭାବେ ଲୋଗୋଟିଏ ତିଆରି କରି ପୃଷ୍ଠାର ସଜାଣି କେମିତି ହେବ ତା' ଏଇଠି ତିଆରି କରୁଛି । ତିଆରି ସରିଲେ ତମେ ଏବେର ବିଷୟସବୁ ସେଇଥିରେ ସିଧା ତିଆରି କରିପାରିବ ।--ସୁଭାସିସ ପାଣିଗାହି (ଆଳାପ) ୧୦:୫୨, ୧୧ ସେପ୍ଟେମ୍ବର ୨୦୧୬ (IST)Reply

https://or.wikipedia.org/s/10xd

ଠିକ୍ ଅଛି ଭାଇ । --Rajalaxmi Mishra (ମୋ ଆଲୋଚନା) ୧୬:୩୨, ୧୧ ସେପ୍ଟେମ୍ବର ୨୦୧୬ (IST)Reply
Return to the project page "ଉଇକିପତ୍ରିକା/ଅକ୍ଟୋବର ୨୦୧୬".