ଉଇକିପିଡ଼ିଆ:ଲିଖନ ଶୈଳୀ

(ଉଇକିପିଡ଼ିଆ:Manual of Style (footnotes)ରୁ ଲେଉଟି ଆସିଛି)

ଉଇକିପିଡିଆର ଲିଖନ ଶୈଳୀ ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକରେ କିପରି ଲେଖାଯିବ ତାହା ବାବଦରେ ଅଧିକ ସୂଚନା ଦେଇଥାଏ । ଲେଖାଗୁଡ଼ିକୁ ସ୍ପଷ୍ଟ, ନିରପେକ୍ଷ, ଓଡ଼ିଆ ବ୍ୟାକରଣ ଅନୁସାରେ ନିର୍ଭୁଲ ଓ ମାନକ କରିବା ସହ ଲେଖାର ମୋଟାମୋଟି ସଜାଣିକୁ ସଳଖ କରିବା ଏହାର ଲକ୍ଷ୍ୟ । ସରଳ ଭାଷା ସବୁଠାରୁ ଗ୍ରହଣଯୋଗ୍ୟ । ଅନାବଶ୍ୟକ ଭାବେ ଦ୍ୱନ୍ଦାତ୍ମକ ଓ ଜଟିଳ ଶବ୍ଦରୁ ଦୂରେଇ ରହନ୍ତୁ । ଅପେକ୍ଷାକୃତ ଭାବେ ଆଗରୁ ଅନେକ ଥର ଘଟିଥିଲେ ତାହାର ସମାଧାନ ପାଇଁ ଏହି ପୃଷ୍ଠାରେ ନୂଆ ବିଷୟବସ୍ତୁ ଯୋଡ଼ାଯାଇପାରିବ ।

ଏକ ପ୍ରସଙ୍ଗ ମଧ୍ୟରେ ଶୈଳୀ ଏବଂ ସଜାଣି ସୁସଙ୍ଗତ ହେବା ଉଚିତ । ତେବେ ଏହା ଯେ ସମଗ୍ର ଉଇକିପିଡ଼ିଆ ଭିତରେ ଜରୁରୀ ନୁହେଁ । ଲିଖନ ଶୈଳୀ ଅଧୀନରେ ଏକାଧିକ ଶୈଳୀ ଗ୍ରହଣୀୟ ହୋଇଥିଲେ ପରିଚାଳକମାନେ ଏକ ଶକ୍ତ କାରଣ ବିନା ଏକ ପ୍ରସଙ୍ଗରେ ସେହି ଶୈଳୀ ଭିତରୁ ଗୋଟିଏରୁ ଅନ୍ୟଟିକୁ ପରିବର୍ତ୍ତନ କରିବା ଅନୁଚିତ । ବିକଳ୍ପ ଶୈଳୀ ଆଧାରରେ ସମ୍ପାଦନା ଯୁଦ୍ଧ ଗ୍ରହଣୀୟ ନୁହେଁ । କୌଣସି ଲେଖାରେ କେଉଁ ଶୈଳୀ ବ୍ୟବହାର କରାଯିବ ତାହା ଆଲୋଚନାରେ ସ୍ଥିର କରିଯାଇନପାରିଲେ ପ୍ରଥମ ପ୍ରମୁଖ ଯୋଗଦାନକାରୀଙ୍କଦ୍ୱାରା ବ୍ୟବହୃତ ଶୈଳୀକୁ ମାନିନିଅନ୍ତୁ । ଏକ ଶୈଳୀ କିମ୍ବା ସେହି ପ୍ରକାର ବିତର୍କର ସମାଧାନ ଅସମ୍ଭବ ହୋଇଗଲେ ଆଉଥରେ ଲେଖିବା ଦ୍ୱାରା ସମସ୍ୟାଟିର ସମାଧାନ ହୋଇପାରିବ କି ନାଁ ଦେଖନ୍ତୁ ।

ପ୍ରତି ପ୍ରସଙ୍ଗର ନାମ ଉପକ୍ରମ ବିଭାଗର ଆରମ୍ଭରେ ବୋଲ୍ଡ ହେବ । ବହି, ଫିଲ୍ମ ଓ ଅନ୍ୟାନ୍ୟ ରଚନା ବାବଦରେ ପ୍ରସଙ୍ଗ ଉପକ୍ରମରେ ବୋଲ୍ଡ ସହ ତେରେଛା ମଧ୍ୟ ହେବ (ଯଥା: ଶେଷ ଶ୍ରାବଣ, ସ୍ତୁତି ଚିନ୍ତାମଣି) ।

ବହିର ନାମ ତେରେଛା (ଗଳ୍ପସ୍ୱଳ୍ପ) ଓ ସେଥିରେ ଥିବା ପ୍ରତିଟି ଲେଖା ଦୁଇଟି କମା ("ରେବତୀ") ଭିତରେ ରହିବ ।

ଉପକ୍ରମ

ସମ୍ପାଦନା

ଉପକ୍ରମ ଉଇକିପିଡ଼ିଆ ପ୍ରସଙ୍ଗର ସବୁଠାରୁ ମୁଖ୍ଯ ବିଭାଗ । ଏଥିରେ ପ୍ରସଙ୍ଗର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟକୁ ସଂକ୍ଷେପରେ ଲେଖାଯାଏ । ମନେରଖିବେ: ପ୍ରସଙ୍ଗରେ ବହୁ ବିଭାଗ ଥିଲେ ଉକ୍ତ ବିଭାଗରେ ସବିଶେଷ ରହି ଆଧାର ଦିଆଯିବ ଆଉ ଉପକ୍ରମରେ ଆଧାର ଅନାବଶ୍ୟକ । ତେବେ ପ୍ରସଙ୍ଗରେ ୨-୩ଟି ବିଭାଗ ନଥାଇ କେବଳ ଉପକ୍ରମରେ ସବୁ ତଥ୍ୟ ଥିଲେ ପ୍ରତି ତଥ୍ୟ ପିଛା ଅନ୍ତତଃ ଗୋଟେ ଆଧାର ଆବଶ୍ୟକ ।

ଜନ୍ମ ଓ ମୃତ୍ୟୁ ତାରିଖ

ସମ୍ପାଦନା

ବ୍ୟକ୍ତିଙ୍କ ବାବଦରେ ପ୍ରସଙ୍ଗର ଉପକ୍ରମରେ ଜନ୍ମ ଓ ମୃତ୍ୟୁ ତାରିଖ/ବର୍ଷ ଜଣାଥିଲେ "(୪ ଜାନୁଆରୀ ୧୮୭୦–୧୨ ମାର୍ଚ୍ଚ ୧୯୪୦)" ଭଳି (ଯଥା "ସରଳା ଦେବୀ (୧୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬ ) ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଲେଖିକା ଥିଲେ ।) ଏବଂ କେବଳ ଜନ୍ମ ତାରିଖ ଜଣାଥିଲେ "(ଜନ୍ମ: ୪ ଜାନୁଆରୀ ୧୯୭୦)" ଭଳି ଲେଖାଯିବ ।

ରଚନାବଳୀ

ସମ୍ପାଦନା

ଲେଖକ/କବି ଆଦିଙ୍କ ସବୁ ରଚନା "ରଚନାବଳୀ" ବିଭାଗ ଭିତରେ ରହିବ । ରଚନାର ପ୍ରଥମ ପ୍ରକାଶ ବର୍ଷ ରହିବା ବିଧେୟ । ପ୍ରକାଶକଙ୍କ ନାମ ଓ ପ୍ରକାଶ ସ୍ଥାନ ଅନାବଶ୍ୟକ । ରଚନା ପ୍ରକାର ଅନେକ (ଗଳ୍ପ, କବିତା) ଓ ପ୍ରତି ରଚନାରେ ଏକାଧିକ ବହି ଥିଲେ ସେ ରଚନାସମୂହ ପାଇଁ ଗଳ୍ପ, କବିତା ଆଦି ନାମରେ ଉପବିଭାଗ ରହିବ ।

== ରଚନା ବଳୀ ==

=== ଉପନ୍ୟାସ ===

  • ପରଜା (୧୯୪୫)
  • ଦାଦିବୁଢ଼ା (୧୯୪୪)

=== ଗଳ୍ପ ===

  • ଘାସର ଫୁଲ (୧୯୫୧)

ଲେଖକଙ୍କ ରଚନାବଳୀ ଅଳ୍ପ ଓ ପ୍ରତି ବିଭାଗରେ ଏକରୁ ଅଧିକ ବହି ନ ଥିଲେ ବହି (ବନ୍ଧନୀ ଭିତରେ ପ୍ରକାଶ ବର୍ଷ) ଓ ତା' ପରେ ପ୍ରକାଶ ବିଭାବ (ଉପନ୍ୟାସ, ଗଳ୍ପ, କବିତା) ଆଦି ଲେଖିପାରିବେ । ଯଥା:

  • ପରଜା (୧୯୪୫), ଉପନ୍ୟାସ
  • "ରେବତୀ" (୧୮୯୮), ଗଳ୍ପ

ଦରକାର ହେଲେ ବାକିସବୁ ଭିତରେ ପ୍ରମୁଖ ରଚନା (ଯଥା: ଲେଖକଙ୍କ ପ୍ରଥମ କିମ୍ବା ଅତି ଆଦୃତ) ବାବଦରେ ଅଧିକ ତଥ୍ୟ ବନ୍ଧନୀ ମଧ୍ୟରେ ଦେଇପାରିବେ । ଯଥା:

  • ମନ ଗହୀର ଚାଷ (୧୯୪୦ରେ ପ୍ରକାଶିତ ତାଙ୍କର ପ୍ରଥମ ଉପନ୍ୟାସ)
  • ସ୍ତୁତି ଚିନ୍ତାମଣି (ଭୀମ ଭୋଇ ବିରଚିତ; ନେମାଳ: ୧୮୦୦ଶ ଶତକ; (୧୯୮୬ର କରୁଣାକର କର ସଂକଳିତ ଭକ୍ତକବି ଭୀମଭୋଇ ଗ୍ରନ୍ଥାବଳୀରେ ସ୍ଥାନୀତ)

ରଚନାର ତାଲିକା ଓଲଟା ବର୍ଷ କ୍ରମରେ ରହିବ । ଅର୍ଥାତ ସବା ଉପରେ ନିକଟରେ ପ୍ରକାଶିତ ପୁସ୍ତକର ନାମ ଓ ସବା ତଳେ ସବୁଠାରୁ ପୁରୁଣା ପୁସ୍ତକର ନାମ ରହିବ । ଉଦାହରଣ:

  • କଳାଶକ୍ତି (୧୯୭୩)
  • ପ୍ରେମର ନିୟତି (୧୯୪୭)

ଅନୁବାଦ

ସମ୍ପାଦନା

ଅନୁବାଦଙ୍କ ଅନୁବାଦ ପୁସ୍ତକ ତାଲିକା କଲାବେଳେ ମୂଳ ଲେଖକଙ୍କ ନାମ ପରେ ଅନୂଦିତ ପୁସ୍ତକର ନାମ ରହିବ । ବର୍ଷ ଓ ପୁସ୍ତକ ପ୍ରକାର ଆଦି ବନ୍ଧନୀରେ ରହିପାରିବ । ଯଥା:

  • ଗୌରବ ସି ସାୱନ୍ତ, ବୀର ଅବଦୁଲ ହମିଦ (୨୦୧୭)

କ୍ରିୟାପଦ

ସମ୍ପାଦନା

ଉଇକିପିଡ଼ିଆରେ ଊଣାଅଧିକେ ସବୁ କର୍ତ୍ତୃବାଚ୍ୟ (ପ୍ରତ୍ୟକ୍ଷ ଉକ୍ତି ବା active voice)ରେ ଲେଖାଯାଏ । ନିହାତି ଆବଶ୍ୟକ ନ ପଡ଼ିଲେ ବା କର୍ତ୍ତୃବାଚ୍ୟରେ ନ ଲେଖିପାରିଲେ କର୍ମବାଚ୍ୟ (ପରୋକ୍ଷ ଉକ୍ତି ବା passive voice) ବ୍ୟବହାର କରିପାରିବେ । ଯଥା: ଅଖିଳ ନାୟକଙ୍କୁ ୧୯୯୬ରେ ତାଙ୍କର ଓଡ଼ିଆ କବିତାକୁ ଅବାନ ପାଇଁ ବସନ୍ତ ମୁଦୁଲି ପୁରସ୍କାର ମିଳିଥିଲା ବଦଳରେ ଓଡ଼ିଆ କବିତାକୁ ଅବଦାନ ପାଇଁ ବସନ୍ତ ମୁଦୁଲି ସ୍ମୃତି ସଂସଦ ଅଖିଳ ନାୟକଙ୍କୁ ୧୯୯୬ରେ ବସନ୍ତ ମୁଦୁଲି ପୁରସ୍କାର ଦେଇଥିଲେ । । ତେବେ ଏ ଉଦାହରଣରେ କିଏ ପୁରସ୍କାର ଦେଇଥିଲେ ଅଜଣା ହୋଇଥିଲେ ତାହେଲେ ଓଡ଼ିଆ କବିତାକୁ ଅବଦାନ ପାଇଁ ଅଖିଳ ନାୟକ ୧୯୯୬ରେ ବସନ୍ତ ମୁଦୁଲି ପୁରସ୍କାର ପାଇଥିଲେ ଲେଖାପାରିବେ ।