ଉଇକିପିଡ଼ିଆ:ଭିଡିଓୱିକି/କଲେରା
ଭିଡିଓୱିକି/କଲେରା (Tutorial) | |
---|---|
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ଉପକ୍ରମ
ସମ୍ପାଦନାଭିବ୍ରିଓ କଲେରି ଜୀବାଣୁର ସଂକ୍ରମଣ ଯୋଗୁ କ୍ଷୁଦ୍ର ଅନ୍ତନଳୀରେ ହେଉଥିବା ରୋଗକୁ କଲେରା କୁହାଯାଏ ।[୧][୨]
ଲକ୍ଷଣ
ସମ୍ପାଦନାଏହି ରୋଗଟି ବିନା ଲକ୍ଷଣ, ସାଧାରଣ ଲକ୍ଷଣ ବା ସାଂଘାତିକ ଲକ୍ଷଣଯୁକ୍ତ ହୋଇପାରେ[୨], କିନ୍ତୁ ସାଧାରଣତଃ ଏଥିରେ ବହୁତ ପରିମାଣର ତରଳ ଝାଡ଼ା ହୋଇ କିଛି ଦିନ ପର୍ଯ୍ୟନ୍ତ ରହେ ।[୩]
ଅନ୍ୟାନ୍ୟ ଲକ୍ଷଣ
ସମ୍ପାଦନାବାନ୍ତି ଓ ପେଶୀ ଆକୁଞ୍ଚନ (କ୍ରାମ୍ପ) ହୋଇପାରେ । [୨]
ନିର୍ଜଳନ
ସମ୍ପାଦନାଅତ୍ୟଧିକ ତରଳ ଝାଡ଼ା ହେଲେ ଅଳ୍ପ କିଛି ଘଣ୍ଟା ମଧ୍ୟରେ ସାଂଘାତିକ ନିର୍ଜଳନ ଓ ଅସନ୍ତୁଳିତ ଇଲେକ୍ଟ୍ରୋଲାଇଟ (electrolyte imbalance) ହୁଏ ।[୩]
ନିର୍ଜଳନ ଚିହ୍ନ
ସମ୍ପାଦନାସାଂଘାତିକ ନିର୍ଜଳନରେ ଆଖି ଡୋଳା ଭିତରକୁ ପଶିଯାଏ, ଚର୍ମ ଥଣ୍ଡା ଲାଗେ, ଚର୍ମର ସ୍ଥିତିସ୍ଥାପକତ୍ୱ (elasticity) କମିଯାଏ ଓ ହାତ ପାଦ ଲୋଚାକୋଚା ହୋଇଯାଏ ।[୪] ଚର୍ମ ସ୍ୟାନୋସିସ ବା ନୀଳ ରଙ୍ଗ ଧାରଣ କରେ ।[୫]
ଲକ୍ଷଣର ସମୟ
ସମ୍ପାଦନାସଂକ୍ରମିତ ହେବାର ଦୁଇ ଘଣ୍ଟା ପରଠାରୁ ପାଞ୍ଚ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ ।[୨]
କାରଣ
ସମ୍ପାଦନାବିଭିନ୍ନ କିସମର ସେରୋଟାଇପ ଭିବ୍ରିଓ କଲେରି ଜୀବାଣୁମାନଙ୍କର ସଂକ୍ରମଣ ଯୋଗୁ କଲେରା ରୋଗ ହୁଏ ଓ ସେହି ବିଭିନ୍ନତା ଯୋଗୁ କିଛି କଲେରା ସାଂଘାତିକ ମହାମାରୀ ଆକାର ଧାରଣ କରେ ଓ କିଛି କମ ପରିମାଣର ହୁଏ ।[୩]
ବିସ୍ତାର
ସମ୍ପାଦନାଏହି ରୋଗ ମାନବ ମଳରେ ଥିବା ଜୀବାଣୁଦ୍ୱାରା ପ୍ରଦୂଷିତ ଅସୁରକ୍ଷିତ ଜଳପାନ ବା ସଂକ୍ରମିତ ଖାଦ୍ୟ ଖାଇଲେ ହୁଏ ।[୩]
ଅନୁପଯୁକ୍ତ ରନ୍ଧା ଖାଦ୍ୟ
ସମ୍ପାଦନାସ୍ୱଳ୍ପ ରନ୍ଧନଯୁକ୍ତ ସାମୁଦ୍ରିକ ଖାଦ୍ୟ ଏହି ରୋଗର ଏକ ସାଧାରଣ ଉତ୍ସ ହୋଇଥାଏ[୬] ଓ କେବଳ ମାନବ ଜାତି ଏହି ରୋଗାକ୍ରାନ୍ତ ହୁଅନ୍ତି ।[୩]
ସଙ୍କଟ କାରକ
ସମ୍ପାଦନାଏହି ରୋଗର ସଙ୍କଟ କାରକମାନଙ୍କ ମଧ୍ୟରେ ଅନୁନ୍ନତ ପରିମଳ ବ୍ୟବସ୍ଥା, ପରିଷ୍କାର ପାନୀୟ ଜଳର ଅଭାବ ଓ ଦାରିଦ୍ର୍ୟ ଇତ୍ୟାଦି ଉଲ୍ଲେଖନୀୟ ।[୩]
ଭୂମଣ୍ଡଳୀୟ ଉଷ୍ମତା
ସମ୍ପାଦନାଭୂମଣ୍ଡଳୀୟ ଉଷ୍ମତା ପ୍ରଭାବରେ ସମୁଦ୍ର ଜଳ ପତନର ଉତ୍ଥାନ ହୁଏ ଓ ଏହା ଯୋଗୁ ଏ ରୋଗ ହାର ବୃଦ୍ଧି ପାଇବା ସମ୍ଭାବନା ରହୁଛି ।[୩]
ରୋଗ ନିର୍ଣ୍ଣୟ
ସମ୍ପାଦନାମଳ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୩]
ପ୍ରତିଷେଧ
ସମ୍ପାଦନାଉନ୍ନତ ପରିମଳ ବ୍ୟବସ୍ଥା, ପରିଷ୍କାର ପାନୀୟ ଜଳ ଉପଲବ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଅବଲମ୍ବନ ଯୋଗୁ ଏହି ରୋଗ ପ୍ରତିଷେଧ ସମ୍ଭବ ହୋଇପାରେ ।[୪]
ଟିକା
ସମ୍ପାଦନାପାଟିରେ କଲେରା ଟିକା ଦେଲେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ରୋଗରୁ ସୁରକ୍ଷା ମିଳିପାରିବ[୩] ଓ ଏହା ଯୋଗୁ ଇ କୋଲାଇ (E. coli) ସଂକ୍ରମଣରୁ ମଧ୍ୟ ସୁରକ୍ଷା ମିଳିପାରିବ । [୩]
ଚିକିତ୍ସା
ସମ୍ପାଦନାପ୍ରାଥମିକ ଚିକିତ୍ସାରେ ଦେହରୁ ବାହାରି ଯାଇଥିବା ତରଳ ପଦାର୍ଥ ପୁନଃସ୍ଥାପନ କରିବା ଆବଶ୍ୟକ । ଏହି ତରଳ ପଦାର୍ଥରେ ସାମାନ୍ୟ ଶର୍କରା ଓ ଲବଣ ମିଶିଥାଏ ।[୩] ରୋଗୀକୁ ତୋରାଣୀ ମଧ୍ୟ ଦିଆଯାଇପାରେ । [୩]
ସୀସା
ସମ୍ପାଦନାପିଲାମାନଙ୍କୁ ସୀସା (ଜିଙ୍କ) ପରିପୂରକ ଦେଲେ ଉପକାର ମିଳେ ।[୭]
ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ଆଣ୍ଟିବାୟୋଟିକ
ସମ୍ପାଦନାରୋଗ ସାଂଘାତିକ ହୋଇଥିଲେ ରିଙ୍ଗର ଲାକ୍ଟେଟ ଭଳି ତରଳ ପଦାର୍ଥ ଆବଶ୍ୟକ ହୋଇପାରେ ଓ ଆଣ୍ଟିବାୟୋଟିକ ଦେଲେ ଉପକାର ମିଳେ ।[୩] ଆଣ୍ଟିବାୟୋଟିକ ସମ୍ବେଦନଶୀଳତା ପରୀକ୍ଷା ପରେ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ ଚିହ୍ନଟ କରି ଦିଆଯାଏ ।[୨]
ରୋଗାନୁଶୀଳନ
ସମ୍ପାଦନାସାରା ପୃଥିବୀରେ ବର୍ଷକୁ ହାରାହାରି ୩-୫ ନିୟୁତ ଲୋକଙ୍କୁ କଲେରା ରୋଗ ହୁଏ ଓ ଏହା ଯୋଗୁ ୨୮,୦୦୦-୧୩୦,୦୦୦ ରୋଗୀ ମୃତ୍ୟୁ ବରଣ କରନ୍ତି ।[୩][୮]
ବିକାଶଶୀଳ ଦେଶ ସମୂହ
ସମ୍ପାଦନାଏହି ରୋଗକୁ ପାଣ୍ଡେମିକ ବା ପୃଥିବୀବ୍ୟାପୀ ଥିବା ରୋଗ (ସନ ୨୦୧୦) ବିବେଚନା କରାଗଲେ ମଧ୍ୟ ବିକଶିତ ରାଷ୍ଟ୍ରରେ ଏହା କ୍ଵଚିତ ଦେଖାଯାଏ[୩] ଓ ବିକାଶଶୀଳ ଦେଶମାନଙ୍କରେ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩][୯]
ମହାମାରୀ ବନାମ ସ୍ଥାୟୀ
ସମ୍ପାଦନାକଲେରା ରୋଗ ମହାମାରୀ (outbreaks) ଆକାର ଧାରଣ କରିପାରେ ବା କେତେକ ସ୍ଥାନରେ ସ୍ଥାନୀୟ ରୋଗ ହୋଇ ରହେ ।[୩] ଆଫ୍ରିକା ଓ ଦକ୍ଷିଣ ପୂର୍ବ ଏସିଆରେ ଏହି ରୋଗ ସଙ୍କଟ ରହିଥାଏ ।[୩]
ମୃତ୍ୟୁ ସଙ୍କଟ
ସମ୍ପାଦନାଏହି ରୋଗରେ ମୃତ୍ୟୁ ସଙ୍କଟ ପ୍ରାୟ ୫%ରୁ କମ ଥାଏ କିନ୍ତୁ ଏହା ସମୟ ସମୟରେ ୫୦% ହୋଇପାରେ ।[୩] ଚିକିତ୍ସା ଅଭାବ ହେଲେ ମୃତ୍ୟୁ ସଙ୍କଟ ନାଟକୀୟ ଭାବରେ ଅଧିକ ହୁଏ ।[୩]
ଇତିହାସ
ସମ୍ପାଦନାସଂସ୍କୃତ ଭାଷାରେ ଏହାର ବର୍ଣ୍ଣନା ୫ମ ଶତାବ୍ଦୀରେ ଦେଖିବାକୁ ମିଳେ ।[୪] ସନ ୧୮୪୯-୧୮୫୪ ମଧ୍ୟରେ ଜନ ସ୍ନୋଙ୍କ (John Snow) ସବିଶେଷ ଅନୁଶୀଳନଦ୍ଵାରା କଲେରାର ରୋଗାନୁଶୀଳନ ସମ୍ଭବ ହୋଇଥିଲା ।[୪][୧୦] ବିଗତ ୨୦୦ ବର୍ଷରେ କଲେରା ଯୋଗୁ ୭ଟି ମହାମାରୀ ସଂଘଟିତ ହୋଇ ନିୟୁତାଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି ।[୧୧]
ଆଧାର
ସମ୍ପାଦନା- ↑ Finkelstein, Richard. "Medical microbiology". Archived from the original on 1 September 2017. Retrieved 14 August 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Cholera – Vibrio cholerae infection Information for Public Health & Medical Professionals". Centers for Disease Control and Prevention. January 6, 2015. Archived from the original on 20 March 2015. Retrieved 17 March 2015.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ "Cholera vaccines: WHO position paper" (PDF). Wkly. Epidemiol. Rec. 85 (13): 117–128. March 26, 2010. PMID 20349546. Archived (PDF) from the original on April 13, 2015.
- ↑ ୪.୦ ୪.୧ ୪.୨ ୪.୩ Harris, JB; LaRocque, RC; Qadri, F; Ryan, ET; Calderwood, SB (30 June 2012). "Cholera". Lancet. 379 (9835): 2466–76. doi:10.1016/s0140-6736(12)60436-x. PMC 3761070. PMID 22748592.
- ↑ Bailey, Diane (2011). Cholera (1st ed.). New York: Rosen Pub. p. 7. ISBN 978-1-4358-9437-2. Archived from the original on 2016-12-03.
- ↑ "Sources of Infection & Risk Factors". Centers for Disease Control and Prevention. November 7, 2014. Archived from the original on 12 March 2015. Retrieved 17 March 2015.
- ↑ "Cholera – Vibrio cholerae infection Treatment". Centers for Disease Control and Prevention. November 7, 2014. Archived from the original on 11 March 2015. Retrieved 17 March 2015.
- ↑ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ "Cholera – Vibrio cholerae infection". Centers for Disease Control and Prevention. October 27, 2014. Archived from the original on 17 March 2015. Retrieved 17 March 2015.
- ↑ Timmreck, Thomas C. (2002). An introduction to epidemiology (3. ed.). Sudbury, MA: Jones and Bartlett Publishers. p. 77. ISBN 978-0-7637-0060-7. Archived from the original on 2016-12-03.
- ↑ "Cholera's seven pandemics". CBC. 9 May 2008. Retrieved 15 July 2018.