ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ପୁସ୍ତିକା/ପୃଷ୍ଠା୨
ପୃଷ୍ଠା ୧ | ପୃଷ୍ଠା ୨ | ପୃଷ୍ଠା ୩ | ପୃଷ୍ଠା ୪ | ପୃଷ୍ଠା ୫ | ପୃଷ୍ଠା ୬ | ପୃଷ୍ଠା ୭ | ପୃଷ୍ଠା ୮ | ପୃଷ୍ଠା ୯ | ପୃଷ୍ଠା ୧୦
ବିଶ୍ୱବ୍ୟାପୀ ୨୮୬ରୁ ଅଧିକ ଭାଷାରେ ଉପଲବ୍ଧ ଥିବା ଉଇକିପିଡ଼ିଆ ପ୍ରଥମେ ୧୫ ଜାନୁଆରୀ ୨୦୦୧ ମସିହାରେ ଇଂରାଜୀରେ ଆରମ୍ଭ ହୋଇ ପରେ ବିଭିନ୍ନ ଭାଷାରେ ଆରମ୍ଭ ହେଇଥିଲା । ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା ୩ ଜୁନ ୨୦୦୨ ମସିହାରେ, ଯାହାକୁ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଭାବରେ ପାଳନ କରାଯାଇଥାଏ । ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ (Articles) ସମୂହ ଆପଣ ଓ ଆମମାନଙ୍କ ଭଳି ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଲେଖାଯାଇଥାଏ । ଜ୍ଞାନର କରମୁକ୍ତ ଓ ଖୋଲା ବିତରଣ ନିମନ୍ତେ ଉଇକିପିଡ଼ିଆର ଲେଖାସବୁରେ କପିରାଇଟ ବା ସ୍ୱତ୍ୱ ରଖାଯାଇ ନ ଥାଏ ଯାହା ଫଳରେ ସମସ୍ତେ ମାଗଣାରେ ଏହାକୁ ପଢ଼ିପାରିବେ, ଏଥିରେ ଥିବା ଲେଖାର ନକଲ କରି ତାହାକୁ ବ୍ୟବହାର କରିପାରିବେ ଓ ଲେଖାରେ ଭୁଲ ଥିଲେ ତାହାକୁ ସୁଧାରି ପାରିବେ ।
୧୯୩୬ ମସିହା ଅପ୍ରେଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଭାରତରେ ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନ ହେବା କ୍ଷେତ୍ରରେ ପ୍ରଥମ । ଏହି ଦିବସ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଭାଷାର ଇତିହାସରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଓଡ଼ିଆ ଉଇକିପିଡ଼ିଆର ଅଗଣିତ ପାଠକ ଓ ଏଥିରେ ଭାଗନେଇ ନିରବଚ୍ଛିନ୍ନ ଭାବେ ଇଣ୍ଟରନେଟର ଏହି ଜ୍ଞାନକୋଷ ଜରିଆରେ ଜ୍ଞାନର ବିତରଣ ପାଇଁ ଯେଉଁ ଉଇକିଆଳିଗଣ ସ୍ୱେଚ୍ଛାରେ ଏହାକୁ ସମ୍ପାଦନା କରିଚାଲିଛନ୍ତି ସେ ସମସ୍ତଙ୍କ ମିଳିତ ସହଯୋଗରେ ଏ ଏକ ଦୁଇଦିନିଆ ଉତ୍ସବ । ଏହା ଓଡ଼ିଆ ଭାଷା, ଲିପି ଓ ଜାତୀୟତା ତଥା ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ କିପରି ଅଧିକ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ତାହା ନିମନ୍ତେ ଏକ ପ୍ରୟାସ ।
ଆମର ଲକ୍ଷ:
- ଇଣ୍ଟରନେଟରେ ଓଡ଼ିଆର ବ୍ୟବହାର ସମ୍ବନ୍ଧରେ ଜନ ସଚେତନତା
- ଉପାଦେୟ ଓଡ଼ିଆ ବହିମାନଙ୍କର ଡିଜିଟାଲକରଣ
- ଓଡ଼ିଆ ଭାଷା, ଓଡ଼ିଶାର ବହୁବିଧ ଭାଷା ଓ ଜନଜାତିଙ୍କର ଭାଷା ତଥା ରାଜ୍ୟର ଅଧିବାସୀଙ୍କର ସଂସ୍କୃତି, ଜନଜୀବନ ଶୈଳୀ, ନିର୍ମାଣ, ବିଜ୍ଞାନ, କାରିଗରୀ, ଇତିହାସ, ଭୂଗୋଳ ଆଦି ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବା
- ବିଦ୍ୟାଳୟ ସ୍ତରର ପାଠ୍ୟଖସଡ଼ାରେ ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା ବାବଦରେ ଶିକ୍ଷା
- ଓଡ଼ିଆ ଭାଷାର ପ୍ରମୁଖ ବିଭାଗମାନଙ୍କରେ ଓଡ଼ିଆ ଉଇକିପିଡ଼ିଆ ମାଧ୍ୟମରେ ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ଯୋଜନା