ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଗମନାଗମନ
ସଡ଼କ ପଥ
ସଡକ ପଥରେ ଓଡ଼ିଶାରେ ସବୁ ଜିଲ୍ଲାର ସଦର ମହକୁମାରୁ ଭୁବନେଶ୍ଵର ଉତ୍ତମ ରୂପେ ସଂଯୁକ୍ତ, ତା'ଛଡ଼ା ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, କଲିକତା, ଖଡ଼ଗପୁର, ରାଞ୍ଚି, ଟାଟା, ରାୟପୁର, ବିଶାଖାପାଟଣା ଓ ବିଜୟୱାଡା ସହ ସିଧାସଳଖ ବସ ସେବାର ସୁବିଧା ରହିଛି।
ରେଳପଥ
କଲିକତା ଓ ଚେନ୍ନାଇକୁ ଯୋଡୁଥିବା ଜାତୀୟ ରାଜପଥ କ୍ରମାଙ୍କ ୫ ଭୁବନେଶ୍ୱରଦେଇ ଯାଇଅଛି। ସେହିପରି କଲିକତା ଓ ଚେନ୍ନାଇକୁ ଯୋଗ କରୁଥିବା ରେଳପଥ ମଧ୍ୟ ଭୁବନେଶ୍ଵରଦେଇ ଯାଇଅଛି । ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟ।ଳୟ ହେଇଥିବାରୁ ପ୍ରାୟ ପ୍ରତି ରାଜ୍ୟର ରାଜଧାନୀ ସହ ଭୁବନେଶ୍ୱରକୁ ଦୈନିକ ରେଳ ସୁବିଧା ରହିଛି ।
ଆକାଶପଥ
ଭୁବନେଶ୍ଵର ଦେଶର ସବୁ ମୁଖ୍ୟ ସହରଠାରୁ ସଡକ, ରେଳପଥ ଓ ଅକାଶପଥ ଦ୍ଵାରା ଉତ୍ତମ ରୂପେ ସଂଯୁକ୍ତ । ଆକାଶ ପଥ ଦ୍ଵାରା ଭୁବନେଶ୍ଵର ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, କଲିକତା, ପୋର୍ଟ ବ୍ଲେୟାର ସହ ସିଧାସଳଖ ସଂଯୁକ୍ତ ।