ଉଇକିପିଡ଼ିଆ:ଉଇକିଶିଖା/ଅକ୍ଟୋବର ୨୦୧୬/ବିଶିଷ୍ଟ ବ୍ୟକ୍ତିତ୍ୱ

ସ୍ଵାଗତ ସମ୍ପାଦକୀୟ ବିଶେଷ ପୃଷ୍ଠା ବିଶିଷ୍ଟ ବ୍ୟକ୍ତିତ୍ୱ ଓଡ଼ିଆ ଉଇକିପିଡ଼ିଆର ଇତିହାସ କାର୍ଯ୍ୟକ୍ରମ ଓ ଫଳାଫଳ ବଛା କାର୍ଯ୍ୟ ପ୍ରଶଂସନୀୟ ଅବଦାନ ଫଟୋ ଫିଚର ପାଠକୀୟ ମତାମତ  


ରମାଦେବୀ ଚୌଧୁରୀ

ରମାଦେବୀ ଚୌଧୁରୀ (ଜନ୍ମ: ୩ ଡିସେମ୍ବର ୧୮୯୯, ମୃତ୍ୟୁ: ୨୨ ଜୁଲାଇ ୧୯୮୫) ଜଣେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସତ୍ୟଭାମାପୁର, କତକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଏହି ମହିୟସୀ ମହିଳା ସପରିବାର ଦେଶସେବାରେ ବ୍ରତୀ ଥିଲେ । ସେ ଥିଲେ ପାଞ୍ଚ ସ୍ୱାଧୀନତା ସଂଗ୍ରାମୀଙ୍କ ଯୋଗସୂତ୍ର ରକ୍ଷାକାରୀ: ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ଝିଆରୀ, ନବକୃଷ୍ଣ ଚୌଧୂରୀଙ୍କ ଭଉଣୀ, ମାଳତୀ ଚୌଧୂରୀଙ୍କ ନଣନ୍ଦ, ଗୋପବନ୍ଧୁ ଚୌଧୂରୀଙ୍କ ଧର୍ମ‌ପତ୍ନୀ ଏବଂ ଅନ୍ନପୂର୍ଣ୍ଣା ମହାରାଣାଙ୍କ ମାତା । ବିଦ୍ୟାଳୟକୁ ନଯାଇ ମଧ୍ୟ ସେ ଓଡ଼ିଆ,ସଂସ୍କୃତ, ବଙ୍ଗଳା ଓ ହିନ୍ଦୀ ଭାଷାକୁ ଆଯତ୍ତ କରିପାରିଥିଲେ । ସେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ, ଭୂଦାନ ଆନ୍ଦୋଳନ ପ୍ରଭୃତିର ମୁଖ୍ୟ ପୁରୋଧା ଥିଲେ ।

ଅଧିକ ଜାଣନ୍ତୁ: ରମାଦେବୀ