ଈଶା ଦେଓଲ

ଭାରତୀୟ ଅଭିନେତ୍ରୀ

ଈଶା ଦେଓଲ (ଇଂରାଜୀ ଭାଷାରେ Esha Deol- ଜନ୍ମ ୨ ନଭେମ୍ବର ୧୯୮୧) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ ଯିଏ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ ଦେଖାଯାଆନ୍ତି । ଅଭିନେତା-ରାଜନୀତିଜ୍ଞ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କର କନ୍ୟା ଈଶା ପ୍ରଥମ ଥର ନିମନ୍ତେ ସନ ୨୦୦୨ରେ 'କୋଇ ମେରେ ଦିଲ ସେ ପୁଛେ' (Koi Mere Dil Se Poochhe) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ସେଥି ନିମନ୍ତେ ପ୍ରଥମ ପ୍ରବେଶରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲିମଫେୟାର ପୁରସ୍କାର (Filmfare Award for Best Female Debut) ପାଇଥିଲେ । [୧]

ଈଶା ଦେଓଲ
ସନ ୨୦୦୭ରେ ଅନୁଷ୍ଠିତ 'ଜସ୍ଟ ମ୍ୟାରେଡ' ଚଳଚ୍ଚିତ୍ରର ଏକ ସମ୍ମିଳନୀରେ ଈଶା ଦେଓଲ
ଜନ୍ମ୨ ନଭେମ୍ବର ୧୯୮୧
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନମିଠିବାଈ କଲେଜ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ (model
ସକ୍ରିୟ ବର୍ଷ୨୦୦୨–ବର୍ତ୍ତମାନ ପର୍ଯ୍ୟନ୍ତ
ବୈବାହିକ-ସାଥୀ
ଭରତ ତଖତାନୀ
(m. ୨୦୧୨)
ସନ୍ତାନ
ପିତାମାତା(s)ଧର୍ମେନ୍ଦ୍ର (Dharmendra)
ହେମା ମାଳିନୀ
ପରିବାରଦେଖନ୍ତୁ ଦେଓଲ ପରିବାର

ପ୍ରାକ୍ ଜୀବନ ସମ୍ପାଦନା

ଈଶା ଦେଓଲ ୨ ନଭେମ୍ବର ୧୯୮୧ ଦିନ ମୁମ୍ବାଇରେ (ପୂର୍ବତନ ବମ୍ବେ) ଜନ୍ମ ଗ୍ରହଣ କରିଥିଲେ ।[୨][୩][୪] ବଲିଉଡ ଅଭିନେତା ଧର୍ମନ୍ଦ୍ର ଓ ହେମାମାଳିନୀଙ୍କର ସେ ବଡ଼ ଝିଅ । ତାଙ୍କର ସାନ ଭଉଣୀଙ୍କର ନାମ ଆହାନା । [୪][୫] ସେ ବବି ଦେଓଲ ଓ ସନି ଦେଓଲଙ୍କର ସାବତ ଭଉଣୀ ଓ ଅଭୟ ଦେଓଲଙ୍କର ପ୍ରଥମ କଜିନ । [୪] ସେ ପିତାଙ୍କ ତରଫରୁ ପଞ୍ଜାବୀ ଓ ମାତାଙ୍କ ତରଫରୁ ତାମିଲ । [୬][୭] ସେ ତାଙ୍କର ମାଆ ଓ ଭଉଣୀଙ୍କ ସ‌ହିତ ତାମିଲ ଭାଷାରେ କଥାବାର୍ତ୍ତା କରନ୍ତି । [୮][୯]

ସ୍କୁଲରେ ପାଠ କଲାବେଳେ ସେ ଫୁଟବଲ ଖେଳିବାକୁ ଭଲ ପାଉଥିଲେ ଓ ମିଡଫିଲଡର ସ୍ଥାନରେ ଖେଳୁଥିଲେ । ତାଙ୍କର ସ୍କୁଲ ଦଳର ସେ କାପଟେନ ଥିଲେ, ପ୍ରଦେଶ ସ୍ତରରେ ହ୍ୟାଣ୍ଡବଲ ଖେଳରେ ସେ କଲେଜର ପ୍ରତିନିଧିତ୍ୱ କରିଥିଲେ ଓ ଭାରତୀୟ ଜାତୀୟ ମହିଳା ଫୁଟବଲ ଦଳରେ ଖେଳିବା ନିମନ୍ତେ ମନୋନୀତ ହୋଇଥିଲେ । [୧୦]

ବ୍ୟକ୍ତିଗତ ଜୀବନ ସମ୍ପାଦନା

 
ବିବାହ ଉତ୍ସବ ଦିନ ଈଶାଙ୍କ ସାଥିରେ ତାଙ୍କର ସ୍ୱାମୀ ଭରତ ତଖତାନୀ ।

ଈଶାଙ୍କର ନିଜର ପ୍ରେମୀ ବ୍ୟବସାୟୀ ଭରତ ତଖତାନୀଙ୍କ ସାଥିରେ ନିର୍ବନ୍ଧ ହୋଇଥିଲା[୧୧] ଫେବ୍ରୁଆରୀ ୨୦୧୨ରେ ଓ ବିବାହ ହୋଇଥିଲା ଜୁନ ୨୦୧୨ରେ । [୧୨] ଏପ୍ରିଲ ୨୦୧୭ରେ ତାଙ୍କର ପ୍ରଥମ ସନ୍ତାନ ଆସୁଥିବା କଥା ସେହି ଯୋଡ଼ି ଘୋଷଣା କରିଥିଲେ । ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ସେ ଏକ ଝିଅଙ୍କୁ ଜନ୍ମ ଦେଇଥିଲେ । [୧୩] ସନ ୨୦୧୯ରେ ସେ ଦ୍ୱିତୀୟ ସନ୍ତାନ ଭାବରେ ଆଉ ଏକ ଝିଅଙ୍କୁ ଜନ୍ମ ଦେଇଥିଲେ । [୧୪]

ବୃତ୍ତି ସମ୍ପାଦନା

୨୦୦୨–୦୩: ପ୍ରଥମ ପ୍ରବେଶ ସମ୍ପାଦନା

ସନ ୨୦୦୨ରେ ପ୍ରଥମ ଥର ନିମନ୍ତେ ସେ ବିନୟ ଶିକ୍ଳଙ୍କର କୋଇ ମେର ଦିଲ ସେ ପୁଚ୍ଛେ ଚଳଚ୍ଚିତ୍ରେ ଅଭିନୟ ଆରମ୍ଭ କରିଥିଲେ ଯେଉଁଥିରେ ତାଙ୍କ ସାଥିରେ ଅଫତାବ ଶିବଦସନୀ ଥିଲେ ଓ ଅନ୍ୟାନ୍ୟ କଳାକାରମାନଙ୍କ ମଧ୍ୟରେ ସଞ୍ଜୟ କପୁର, ଜୟା ବଚ୍ଚନ ଓ ଅନୁପମ ଖେର ଇତ୍ୟାଦି ସ‌ହାୟକ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଫେଲ ହୋଇଥିଲା । ଈଶା ତାଙ୍କର ଅଭିନୟ ନିମନ୍ତେ ସମାଲୋଚକମାନଙ୍କଠାରୁ ମିଶ୍ର ପ୍ରତିକ୍ରିୟା ପାଇଥଲେ । ରେଡକ୍ଲିଫର ସବେରା ଆର ସୋମେଶ୍ୱର ଲେଖିଥିଲେ, "ଏକ ବ୍ୟକ୍ତି ଭାବରେ ଈଶାଙ୍କର ବିଶ୍ୱାସ ପ୍ରାୟ ଗର୍ବ ଦିଗକୁ ଚାଲିଯାଇଛି ।"[୧୫] ପ୍ଲାନେଟ ବଲିଉଡର ରାକେଶ ବୁଧୁ ଅନୁସାରେ ସେ ଭୟାନ‌କ ନଥିଲେ, କିନ୍ତୁ ତୁଳନାତ୍ମକ ଭାବରେ ସେ ଉତ୍ତମ ନଥିଲେ । ଏକବାର ଖରାପ ନଥିଲେ, ନିଜ ଫ୍ୟାନମାନଙ୍କ ପାଇଁ ଭବିଷ୍ୟତରେ ବିଶ୍ୱାସ ହରେଇବା କଥା ନୁହେଁ । [୧୬] ବକ୍ସ ଅଫିସରେ ସଫଳ ନହେଲେ ମଧ୍ୟ ସେ ଅନେକ ପୁରସ୍କାର ପାଇଥିଲେ ଯେଉଁଥିରେ ୪୮ତମ ଫିଲିମ ଫେୟାର ପୁରସ୍କାର ଉତ୍ସବରେ ପ୍ରଥମ ପ୍ରବେଶର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲିମଫେୟାର ପୁରସ୍କାର ଅନ୍ତର୍ଭୁକ୍ତ ଥିଲା ।[୧][୧୭]

ଆଧାର ସମ୍ପାଦନା

  1. ୧.୦ ୧.୧ "Filmfare Awards: Winners of 2002". India Times. Archived from the original on 8 July 2012. Retrieved 6 November 2012.
  2. "Esha Deol celebrates birthday with hubby and close friends". Mid Day. 4 November 2015. Retrieved 30 March 2016.
  3. "I want Esha to have a baby soon: Hema Malini". The Indian Express. 2 November 2015. Retrieved 30 March 2016.
  4. ୪.୦ ୪.୧ ୪.୨ "Esha Deol: Know about the actor's family members on her birthday". Republic World. 2 November 2019. Retrieved 16 January 2020.
  5. Shiksha, Shruti (22 January 2019). "Esha Deol Reveals How Parents Hema Malini And Dharmendra Reacted To Her Second Pregnancy". NDTV.com. Retrieved 16 January 2020.
  6. "My father is a die-hard Punjabi: Esha Deol". Hindustan Times (in ଇଂରାଜୀ). 7 March 2015. Retrieved 16 January 2020.
  7. "Happy Birthday Hema Malini: As original dream girl turns 71, see her family pics with Dharmendra, Esha Deol". Hindustan Times (in ଇଂରାଜୀ). 16 October 2019. Retrieved 16 January 2020.
  8. Pradhan, Bharathi S. (24 June 212). "Esha Deol's big fat wedding". www.telegraphindia.com (in ଇଂରାଜୀ). Retrieved 16 January 2020.
  9. Syed Firdaus Ashraf (19 May 2004). "I am today's woman: Esha Deol". www.rediff.com. Retrieved 16 January 2020.
  10. "Esha Deol At A College Annual Function". World News. Retrieved 9 January 2020.
  11. "Esha Deol to wed in temple on June 29". Indian Express. Mumbai. 11 June 2012. Retrieved 11 June 2012.
  12. "Esha Deol to wed in a temple". The Times Of India. 11 June 2012.
  13. "Hema Malini's daughter Esha Deol pregnant with her first child". Times Of India. 2017. Retrieved 25 November 2018.
  14. "Esha Deol blessed with a baby girl! - Times of India ►". The Times of India (in ଇଂରାଜୀ). 11 June 2019. Retrieved 12 June 2019.
  15. Savera R Someshwar (11 January 2002). "Can Esha act?". Rediff. Retrieved 6 November 2012.
  16. Rakesh Budhu. "Koi Mere Dil Se Pooche Review". Planet Bollywood. Retrieved 6 November 2012.
  17. "2003 Filmfare Awards". Internet Movie Database. 21 February 2003. Retrieved 6 November 2012.