ଇମ୍ରାନ ଖାଁ
ଇମ୍ରାନ ଖାଁ (pronounced [ɪmraːn ˈxaːn]; ଜନ୍ମନାମ: ଇମ୍ରାନ ପାଲ୍[୩], ଜନ୍ମ: ୧୩ ଜାନୁଆରୀ ୧୯୮୩) ଜଣେ ଆମେରିକୀୟ ଚଳଚ୍ଚିତ୍ର ଅଭିନେତା, ଯିଏକି ମୁଖତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।[୧] ସେ ହିନ୍ଦୀ କଥାଚିତ୍ର ଅଭିନେତା ଅମିର ଖାଁ ଓ ନିର୍ଦ୍ଦେଶକ ତଥା ପ୍ରଯୋଜକ ମନ୍ସୁର୍ ଖାଁଙ୍କର ଭଣଜା ।[୪] ଇମ୍ରାନଙ୍କର ଅଜା ନସିର ହୁସେନ ମଧ୍ୟ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ ।[୫] ଇମ୍ରାନ ଶିଶୁ କଳାକାର ଭାବରେ ୧୯୮୮ ମସିହାରେ ଏବଂ ୧୯୯୨ ମସିହାରେ ଦୁଇଟି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ଇମ୍ରାନ ଅମିର ଖାଁଙ୍କ ନାୟକ ଭାବରେ ପ୍ରଥମ ଚଳଚ୍ଚିତ୍ର କୋୟାମତ୍ ସେ କୋୟାମତ୍ ତକ୍ ଏବଂ ୧୯୯୨ରେ ଅମିର ଖାଁଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ଯୋ ଜିତା ଓହି ସିକନ୍ଦର ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୬][୭]
ଇମ୍ରାନ ଖାଁ | |
---|---|
ଜନ୍ମ | ଇମ୍ରାନ ପାଲ୍ ୧୩ ଜାନୁଆରୀ ୧୯୮୩ ମାରିସନ୍, ୱିସ୍କୋନସିନ୍, ଯୁକ୍ତରାଷ୍ଟ୍ର ଆମେରିକା |
ଜାତୀୟତା | ଆମେରିକୀୟ[୧] |
ଶିକ୍ଷାନୁଷ୍ଠାନ | ଫ୍ରେମୋଣ୍ଟ ହାଇ ସ୍କୁଲ, କାଲିଫର୍ଣ୍ଣିଆ ବମ୍ବେ ସ୍କୋଟିସ୍ ସ୍କୁଲ୍ ନିୟୁର୍କ ଫିଲ୍ମ ଆକେଡେମୀ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୦୮–୨୦୧୫ |
ବୈବାହିକ-ସାଥୀ |
ଅବନ୍ତିକା ମଲିକ (m. ୨୦୧୧) |
ସନ୍ତାନ | ୧[୨] |
ସମ୍ପର୍କୀୟ | ଅମିର ଖାଁ (ମାମୁଁ) ମନସୁର୍ ଖାଁ (ମାମୁଁ) ନସୀର ହୁସେନ (ଅଜା) ରାଜ୍ ଜ୍ୟୋତିଷ (ସାବତ-ବାପା) |
ଇମ୍ରାନ ନାୟକ ଭାବରେ ତାଙ୍କର ଅଭିନୟ ଆରମ୍ଭ କଲେ ୨୦୦୮ ମସିହାରେ । ସେ ହିନ୍ଦୀ କଥାଚିତ୍ର ଯାନେ ତୁ... ୟା ଯାନେନା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୮] ଏହି କଥାଚିତ୍ରଟି ସମୀକ୍ଷକମାନେ ପସନ୍ଦ କରିଥିଲେ ଏବଂ ବ୍ୟବସାୟରେ ମଧ୍ୟ ସଫଳ ହୋଇଥିଲା ।[୯] ଏହି କଥାଚିତ୍ର ପାଇଁ ଇମ୍ରାନଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତ ପୁରସ୍କାର ମଧ୍ୟ ମିଳିଥିଲା ।[୧୦] ଏହାପରେ ଇମ୍ରାନଙ୍କର ଦୁଇଟି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ଗଣମାଧ୍ୟମରେ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା ।[୧୧] ଏମିତିକି ସେ ଗୋଟିଏ ଫିଲ୍ମର ଯୋଗ୍ୟ ବୋଲି ମଧ୍ୟ କଟାକ୍ଷ କରାଯାଇଥିଲା । ଏହାପରେ ସେ ୨୦୧୦ରେ ଆଇ ହେଟ୍ ଲଭ୍ ଷ୍ଟୋରୀସ୍, ୨୦୧୧ରେ ଦେଲ୍ଲୀ ବେଲ୍ଲୀ ଓ ମେରେ ବ୍ରଦର୍ କି ଦୁଲ୍ହନ୍ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମେରେ ବ୍ରଦର୍ କି ଦୁଲ୍ହନ୍ ଇମ୍ରାନଙ୍କର ଶେଷ ସଫଳ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଅନେକ ବ୍ୟବସାୟିକ ବିଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୨ରେ ଏକ୍ ମେଁ ଏକ୍ ତୁ, ୨୦୧୩ରେ ମାତୃ କି ବିଜୀ କା ମଣ୍ଡୋଲା, ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା, ଗୋରୀ ତେରେ ପ୍ୟାର୍ ମେଁ ଏବଂ ୨୦୧୫ରେ କଟ୍ଟି ବଟ୍ଟି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମାତ୍ର ଏହି ସବୁ ଚଳଚ୍ଚିତ୍ର ବ୍ୟବସାୟରେ ବିଫଳ ହୋଇଥିଲା । ଇମ୍ରାନ ନାୟକ ଭୂମିକାରେ ଅଭିନୟ କରିବା ସହ ୨୦୦୮ ମସିହାରେ ତାଙ୍କର ୨ୟ ଚଳଚ୍ଚିତ୍ର କିଡ୍ନାପ୍ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।
ଚଳଚ୍ଚିତ୍ରରେ କାମ କରିବା ବ୍ୟତୀତ ଇମ୍ରାନ କିଛି ସାମାଜିକ ସେବା ସଂସ୍ଥା ସହ ମିଶି କାମ କରୁଛନ୍ତି । ସେ ହିନ୍ଦୁସ୍ତାନ ଟାଇମ୍ସ୍ ପାଇଁ କିଛି ସ୍ତମ୍ଭ ମଧ୍ୟ ଲେଖିଛନ୍ତି । ସେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଥିବା ଆମେରିକୀୟ ଅଣଲାଭକାରୀ ବେସରକାରୀ ସଂସ୍ଥାର ଜଣେ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଦ୍ୱାରା ଆୟୋଜିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଇମ୍ରାନ ଯୋଗ ଦେଇଛନ୍ତି । ଜାନୁଆରୀ ୨୦୧୧ରେ ଇମ୍ରାନ ଅବନ୍ତିକା ମଲ୍ଲିକଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଦୁହିଁଙ୍କର ଦଶ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Why can't Alia Bhatt and Imran Khan vote?". Deccan Chronicle. 3 April 2014. Retrieved 26 June 2016.
- ↑ "It's a girl for actor Imran Khan and Avantika Malik". IBNLive. 9 June 2014. Archived from the original on 11 June 2014. Retrieved 16 June 2014.
- ↑ "Imran Khan's Bong Connection". Daily News and Analysis. Retrieved 14 October 2012.
- ↑ "Imran Khan: White Chocolate". The Sunday Guardian. Archived from the original on 25 September 2020. Retrieved 14 October 2012.
- ↑ "Birthday special: 10 popular uncle-nephew jodis in Bollywood". No. Mid Day. Mid.day.com. Retrieved 13 January 2015.
- ↑ "Aamir spills it on Jaane Tu..." Sify. 25 June 2008. Retrieved 13 January 2013.
- ↑ "Bollywood's child actors: Then and now". CNN-IBN. 30 March 2013. Archived from the original on 2 April 2013. Retrieved 31 March 2013.
- ↑ Ahmed, Afsana (6 January 2013). "Big Interview: finally an actor, feels Imran Khan". The Hindustan Times. Archived from the original on 15 January 2013. Retrieved 15 January 2013.
- ↑ "Jaane Tu is a big hit". Rediff.com. Retrieved 5 July 2010.
- ↑ "Filmfare Awards: Jodha Akbar makes clean sweep". The Economic Times. 1 March 2009. Retrieved 10 October 2012.
- ↑ Sen, Raja (24 July 2009). "What the Luck is this?". Rediff.com. Retrieved 10 October 2012.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଇମ୍ରାନ ଖାଁ