ଇଫ୍ଲୋର୍ନିଥିନ (ଇଂରାଜୀ ଭାଷାରେ Eflornithine, ବିକ୍ରୟ ନାମ ଭାନିକା/Vaniqa) ଏକ ଔଷଧ (medication) ଯାହା ଆଫ୍ରିକୀୟ ଟ୍ରିପାନୋସୋମିଆସିସ ଓ ମହିଳାଙ୍କର ଅତ୍ୟଧିକ ବାଳ ବୃଦ୍ଧି (excessive hair growth) ରୋଗରେ ଦିଆଯାଏ ।[୧][୨] ଏହି ଔଷଧ ବିଶେଷତଃ ଟି ବି ଗାମ୍ବିଏନ୍ସଦ୍ୱାରା (T. b. gambiense) ହେଉଥିବା ନିଦ୍ରା ରୋଗର ଦ୍ୱିତୀୟ ସ୍ଟେଜରେ ଦିଆଯାଏ ଓ ଏହା ନିଫୁର୍ଟିମକ୍ସ ସାଥୀରେ ଦିଆଯାଏ ।[୧][୩] ଏହା ଇଞ୍ଜେକସନ ଆକାରରେ ଦିଆଯାଏ ଓ ଚର୍ମରେ ଲଗାଯାଏ । [୧][୨]

ଇଫ୍ଲୋର୍ନିଥିନ
Enantiomer R of eflornithin (top) and S-eflornithin (middle)
Clinical data
Trade namesVaniqa, others
Synonymsα-difluoromethylornithine or DFMO
AHFS/Drugs.commonograph
data
Pregnancy
category
  • C
Routes of
administration
intravenous, topical
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability100% (Intravenous)
Negligible (Dermal)
MetabolismNot metabolised
Elimination half-life8 hours
ExcretionKidneys
Identifiers
  • (RS)-2,5-diamino-2-(difluoromethyl)pentanoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC6H12F2N2O2
Molar mass182.2 g/mol
3D model (JSmol)
  • FC(F)C(N)(C(=O)O)CCCN
  • InChI=1S/C6H12F2N2O2/c7-4(8)6(10,5(11)12)2-1-3-9/h4H,1-3,9-10H2,(H,11,12) checkY
  • Key:VLCYCQAOQCDTCN-UHFFFAOYSA-N checkY
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଜଳାପୋଡ଼ା ଓ ଲାଲ ଦେଖାଯିବା ଲକ୍ଷଣ ଦେଖାଯାଏ ।[୨] ଇଞ୍ଜେକସନ ଆକାରରେ ଦେଲେ ଅସ୍ଥିମଜ୍ଜା ଦମନ (bone marrow suppression), ବାନ୍ତି ଓ ବାତ (seizures) ଇତ୍ୟାଦି ଦେଖାଯାଏ ।[୩] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୩] ବାର ବର୍ଷ ବୟସ ପରେ ପିଲାଙ୍କୁ ଦେବାକୁ ସୁପାରିସ କରାଯାଏ । [୩]

ସନ ୧୯୭୦ରେ ଇଫ୍ଲୋର୍ନିଥିନ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସନ ୧୯୯୦ରେ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୫ସୁଦ୍ଧା ଜେନେରିକ ନାମରେ ମିଳିନାହିଁ ।[୫] ଇଞ୍ଜେକସନ ଆକାରରେ ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରେ (Center for Disease Control) ମିଳିପାରିବ ।[୩] ସନ ୧୯୯୦ରେ ଆଫ୍ରିକାରେ ଏହି ଔଷଧର ଏକ କୋର୍ଷର ମୂଲ୍ୟ ୨୧୦ଆମେରିକୀୟ ଡଲାର ଥିଲା ।[୬] ଏହି ଔଷଧ ଯେଉଁ ରୋଗରେ ଦିଆଯାଏ ସେହି ରୋଗ ଅଧିକ ହେଉଥିବା ସ୍ଥାନରେ ଏହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବିନା ମୂଲ୍ୟରେ ଦିଆଯାଏ ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  2. ୨.୦ ୨.୧ ୨.୨ "Eflornithine". The American Society of Health-System Pharmacists. Retrieved 28 November 2016.
  3. ୩.୦ ୩.୧ ୩.୨ ୩.୩ ୩.୪ "CDC - African Trypanosomiasis - Resources for Health Professionals". www.cdc.gov. 10 August 2016. Retrieved 6 December 2016.
  4. Marcondes, Carlos Brisola (2016). Arthropod Borne Diseases (in ଇଂରାଜୀ). Springer. p. 292. ISBN 9783319138848.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 192. ISBN 9781284057560.
  6. Grayson, M. Lindsay; Crowe, Suzanne M.; McCarthy, James S.; Mills, John; Mouton, Johan W.; Norrby, S. Ragnar; Paterson, David L.; Pfaller, Michael A. (2010). Kucers' The Use of Antibiotics Sixth Edition: A Clinical Review of Antibacterial, Antifungal and Antiviral Drugs (in ଇଂରାଜୀ). CRC Press. p. 2194. ISBN 9781444147520.
  7. "Trypanosomiasis, human African (sleeping sickness)". World Health Organization. February 2016. Retrieved 7 December 2016.