ଇନ୍ଦ୍ରାବତୀ ଜାତୀୟ ପାର୍କ
ଇନ୍ଦ୍ରାବତୀ ଜାତୀୟ ପାର୍କ ବ୍ହରତୀୟ ରାଜ୍ୟ ଛତିଶଗଦର ବିଜାପୁର ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ । ଇନ୍ଦ୍ରାବତୀ ନଦୀ ଅନୁସାରେ ଏହାର ନାମକରଣ ଏହିପରି ହେଇଛି । ଏଠାରେ ବର୍ତ୍ତମାନ ବିରଳ ହେଇ ଯାଉଥିବା ଆରଣ୍ୟ ମହିଷୀ ମାନଙ୍କର ବାସସ୍ଥାନ ।
ଇନ୍ଦ୍ରାବତୀ ଜାତୀୟ ପାର୍କ | |
---|---|
Indravati Tiger Reserve | |
IUCN Category II (National Park) | |
ଅବସ୍ଥାନ | Bijapur district, Chhattisgarh, India |
ପାଖ ସହର | Jagdalpur |
କ୍ଷେତ୍ରଫଳ | 1258.37 sq.km. |
ସ୍ଥାପିତ | 1978 |
ପରିଚାଳନା | Conservator of Forest (Field Director) |
Official website |
Iଏହି ପାର୍କ ଛତିଶଗଦ ରାଜ୍ୟରେ ଥିବା ସମସ୍ତ ବନ୍ୟପ୍ରାଣୀ ପାର୍କଠାରୁ ସର୍ବୋତ୍ତମ ଓ ପ୍ରସିଦ୍ଧ । ଏହା ଛତିଶଗଦରେ ଥିବା 2ଟି ବ୍ୟାଧର ରିଜର୍ଭ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।ଅନନ୍ୟଟି ଉରଣ୍ଡୀ-ସିତଣ୍ଡି ନାମରେ ପରିଚିତ । ଇନ୍ଦ୍ରାବତୀ ନଦୀ ଏହି ପାର୍କର ପୂର୍ବ ଅଞ୍ଚଳରୁ ପଶ୍ଚିମ ଅଞ୍ଚଳ ଯାଇ ପ୍ରବାହିତ ଓ ଏହା ସେ ପଟରେ ପ୍ରାଚୀର ପରି କାର୍ଯ୍ୟ କରିଥାଏ ।ଏହି ପାର୍କର ଆୟତନ 2799.08 ବର୍ଗ କିଲୋମିଟର । ଏହା 1978ରେ ଜାତୀୟ ପାର୍କ ଓ 1983ରେ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା ପାଇଥିଲା । ଏହାକୁ ଭାରତର ସର୍ବଶ୍ରେଷ୍ଠ ବ୍ୟାଘ୍ର ଅଭୟାରଣ୍ୟ କୁହାଯାଏ ।
ଭୌଗୋଳିକ ସ୍ଥିତି
ସମ୍ପାଦନାପାର୍କ ସାଧାରଣତଃ 177ରୁ 599 ମିଟର ସମୁଦ୍ରପତ୍ତାନ ଉପରେ ରହିଛି । ମୁଖ୍ଯତଃ ପାର୍ବତ୍ଯ ଆରଣ୍ୟରେ ପୂର୍ଣ ଏହି ପାର୍କରେ ବହୁବିଧ ପ୍ରକାର ବନ୍ୟ ପ୍ରାଣୀ ଓ ପକ୍ଷୀ ରହନ୍ତି । ସେଥିମଧ୍ୟରୁ କେତେକ ଅବଲୁପ୍ତ ଅବସ୍ଥାକୁ ଆସୁଥିବା ବିରଳ ପ୍ରଜାତିର ଜୀବ ଜନ୍ତୁ ମଧ୍ୟ ଅନ୍ତର୍ଭୁକ୍ତ ।ଚିର ସବୁଜ ତଥା ଘ୍ଯଞ୍ଚ ଆରଣ୍ୟରେ ପରିପୂର୍ଣ ଏହି ପାର୍କ ପର୍ଯ୍ୟଟକଙ୍କୁ ବହୁ ସଂଖ୍ୟା ରେ ଆକର୍ଷିତ କରେ ।
ବୃକ୍ଷରାଜି
ସମ୍ପାଦନାଏଠାରେ ଟ୍ରାପିକାଳ ଜାତୀୟ ଆର୍ଦ୍ର ଭୂ7ମି ଜଙ୍ଗଲରେ ହଉଥିବା ଶାଲ , ପିଆଶାଳ , ଓ ବାଉଶ ବୃକ୍ଷ ବହୁଳ ପରିମାଣରେ ଦେଖାଯାଇଥାଏ । ଏହି ଜଙ୍ଗଲ ମଧ୍ୟରେ ଉତ୍କୃଷ୍ଟ ତୃଣଭୂମିଗୁଡ଼ିକ ମଧ୍ୟ ରହିଥିବାରୁ ତାହା ଆରଣ୍ୟ ମହିଷୀ ଓ ଚିତଳ , ସଂବର , ହରିଣ ନୀଳଗାଇ , ଗୌର ଆଦି ଜନ୍ତୁଙ୍କ ପାଇଁ ଆହାର ଦେଇଥାଏ ।
ବନ୍ୟପ୍ରାଣୀ
ସମ୍ପାଦନାଅସିଆ ଆରଣ୍ୟ ମହିଷୀ ଏହି ପାର୍କରେ ବହୁ ସଂଖ୍ୟାରେ ଏବେ ଯାଏ ରହିଛନ୍ତି । ଯଦିଓ ସେମାନେ ଅନନ୍ୟ ସ୍ଥାନରେ ବିଲୁପ୍ତ ହେଇ ଗଲେଣି । ଭାରତୀୟ ବାଇଶନ , ( ଗୌର) ସଂଭର , ଚିତଳ ଚାରି ଶ୍ରୁଙ୍ଗ ବିଶିଷ୍ଟ ହରିଣ , ଜଙ୍ଗଲି ଶ୍ୱାନ , ଉଡନ୍ତା ନେଉଳ ପୋର୍କୁପାଇନ ଆଦି ଏହାର ମୂଲ୍ଯବାନ ପ୍ରନିସମ୍ପଦ ଭିତରେ ଅଛନ୍ତି । ଏହା ଚ୍ଯହାଡ ବହୁ ସହନ୍ୟାରେ କୋବରା , ପାଇଥନ ଜାତୀୟ ସରୀସୃପ ମଧ୍ୟ ଦେଖାଯାଇଥାନ୍ତି ।
ଯାତାୟତ
ସମ୍ପାଦନାଜଗଦଳପୁର ଠାରୁ ଏଠାକୁ ସହଜରେ ରାସ୍ତା ପଥ ଦେଇ ଆସି ହୁଏ । ଏଠାରୁ ନିକଟତମ ଗ୍ରାମ କୁଟୃଇଠାରୁ 22.4 କିଲୋମିଟର ଜଗଦଳ ପୁର - ଭୋପାଲପଟ୍ଟନାମ ରାସ୍ତାରେ ଆସିଲେ ପହଞ୍ଚି ହୁଏ । ଜଗଦଳପୁରଠାରୁ 145.6 କିଲୋମିଟର ଆସିଲେ କୁଟୃଇ ଲିଙ୍କ ରୋଡ ପହଞ୍ଚି ହୁଏ । ଏହାର ନିକଟତମ ରେଳ ଷ୍ଟେସନ ଓ ବିମାନ ବନ୍ଦର ଜଗଦଳପୁରଠାରେ ଅବସ୍ଥିତ ।
ଗସ୍ତ ସମୟ
ସମ୍ପାଦନାଡିସେମ୍ବର 15ରୁ ଜୁନ 15 ଯାଏ ପାର୍କକୁ ପାରଦର୍ଶନ ପାଇଁ ଆସିବାର ଉପଯୁକ୍ତ ସମୟ ।
ପୁନଶ୍ଚ ଦେଖଣା
ସମ୍ପାଦନା- National parks of India
- Kanger Ghati National Park
- Jagdalpur
- Indian Council of Forestry Research and Education