ଇନ୍ଦ୍ରଦ୍ୟୁମ୍ନ

ଅବନ୍ତିର ଶାସକ

ଇନ୍ଦ୍ରଦ୍ୟୁମ୍ନ ମାଳବ ଦେଶର ସୋମବଂଶୀୟ ରାଜା ଥିଲେ । ମହାଭାରତ ଓ ପୂରାଣରେ ବର୍ଣିତ ତଥ୍ୟ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ଭରତ ଓ ସୁମତିଙ୍କ ପୁତ୍ର ଥିଲେ । [୧] ସେ ମାଳବ ଦେଶର ଅବନ୍ତି ନାମକ ଅଞ୍ଚଳକୁ ଶାସନ କରୁଥିଲେ ଓ ଜଗନ୍ନାଥ ମନ୍ଦିରର ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିବାର କିଛି ପୁରାଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । [୨]

କିମ୍ବଦନ୍ତୀସମ୍ପାଦନ କରନ୍ତୁ

ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀଜଗନ୍ନାଥ ପ୍ରକୃତରେ ନୀଳମାଧାବ ନାମରେ ବିଶ୍ୱାବସୁ ନାମକ ଜାଣେ ଶବର ରାଜାଙ୍କଦ୍ୱାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । ନୀଳ ମାଧବଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ବିଦ୍ୟାପତି ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା ଲଳିତାଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ୱଶୁର ବିଶ୍ୱାବସୁଙ୍କ ବିଶ୍ୱାସଭାଜନ ହୋଇଥିଲେ । [୩] ବିଶ୍ୱାବସୁ ଶେଷରେ ନିଜ ଜ୍ୱାଇଁଙ୍କ ଅନୁରୋଧ ରକ୍ଷାକରି, ବିଦ୍ୟାପତିଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀଳମାଧବ ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା । ସେଠାରୁ ଫେରିବା ପରେ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । [୪]

ବିଦ୍ୟାପତିଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ ଉତ୍କଳ ଦେଶକୁ ଯାଇଥିଲେ । ଯଦିଓ ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେଠାରେ ନୀଳମାଧବଙ୍କ ଦର୍ଶନ କରିପାରିନଥିଲେ । ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ରାଜାଙ୍କୁ ନୀଳସିନ୍ଧୁ କୂଳରେ ଅବସ୍ଥିତ ନୀଳଶଇଳଠାରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକ ଦିବ୍ୟଶ୍ୱର ମାଧ୍ୟମରେ ଆଦେଶନାମା ହୋଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ତୁରନ୍ତ ସେହି ସ୍ଥାନରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଆଦେଶ ଦେଲେ । ବିଗ୍ରହ ତିଆରି କରିବାପାଇଁ ସେ ଗୋଟିଏ ରହସ୍ୟମୟ ବୁଢ଼ା ମହାରଣାଙ୍କୁ ସେ ଦାୟିତ୍ୱ ଦେଇଥିଲେ । [୫] କିନ୍ତୁ ମହାରଣା ଜଣକ ନିଜର କିଛି ସର୍ତ୍ତାବଳୀ ରଖି କାର୍ଯ୍ୟ ଆରମ୍ଭ କରିଥିଲେ ଓ ୨୧ ଦିନ ଯାଏ ବିଗ୍ରହ ତିଆରି ଚାଲିଥିବା ଗୃହର କବାଟ ନ ଖୋଲିବା ପାଇଁ ରାଜାଙ୍କୁ କହିଥିଲେ । ଏବଂ ରାଜା ମଧ୍ୟ ଉକ୍ତ ସର୍ତ୍ତକୁ ସାଦରେ ଗ୍ରହଣ କରିଥିଲେ ଓ ବିଗ୍ରହ ତିଆରି କାମ ମଧ୍ୟ ଆରମ୍ଭ ହୋଇଥିଲା । ଏମିତି ଅଳ୍ପ କିଛିଦିନ ଗଲାପରେ ଉକ୍ତ ଗୃହମଧ୍ୟରୁ ସମସ୍ତ ପ୍ରକାର ଶବ୍ଦ ଶୁଣାଯିବାର ବନ୍ଦ ହୋଇଗଲା । କିଛି ଅଘଟଣ ଘଟିଥିବାର ଅନୁମାନ କରି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ "ଗୁଣ୍ଡିଚା" ବ୍ୟସ୍ତବିବ୍ରତ ହୋଇ ଉକ୍ତ ଗୃହର କବାଟ ଖୋଲି ଦେଇଥିଲେ । କିନ୍ତୁ ସେଠାରେ ସେ କେବଳ କାଠର ତିନୋଟି ଦରଗଢ଼ା ମୁର୍ତ୍ତି ହିଁ ଦେଖିବାକୁ ପାଇଥିଲେ ଓ କାରିଗର ଜଣଙ୍କୁ ସେଠାରୁ ଅନ୍ତର୍ଧାନ ହୋଇଯାଇଥିଲେ । ବିଧାତାଙ୍କ ଆଦେଶ ଭାବି, ରାଜା ଇନ୍ଦ୍ରଦ୍ୟୁମ୍ନ ଦରଗଢ଼ା ତିନି ବିଗ୍ରହଙ୍କୁ ନେଇଁ ନୀଳଶଇଳରେ ସ୍ଥାପନ କରିଥିଲେ ।[୬]

ଜଗନ୍ନାଥ ସାହିତ୍ୟରେ ଇନ୍ଦ୍ରଦ୍ୟୁମ୍ନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "ଜଗନ୍ନାଥ ମନ୍ଦିର କିମ୍ବଦନ୍ତୀ". Odisha Tourism. Retrieved 10 September 2015.
  2. "ନିଳଚକ୍ର". Nilachakra Team. Retrieved 10 September 2015.
  3. Mahesh Sharma (2005). Tales From The Puranas. Diamond Pocket Books (P) Ltd. pp. 55–. ISBN 978-81-288-1040-4.
  4. "ଇନ୍ଦ୍ରଦ୍ୟୁମ୍ନ". wikipedia. Retrieved 10 September 2015.
  5. "ଜଗନ୍ନାଥ ଦର୍ଶନ". Bhakti Bedant book trust. Retrieved 10 September 2015.
  6. "ଶ୍ରୀମନ୍ଦିର ଇତିହାସ". Jgannath Puri. Retrieved 10 September 2015.