[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଇଡାଗୁଞ୍ଜି
ಇಡಗುಂಜಿ
town
Country India
Stateଛାଞ୍ଚ:Country data Karnataka
RegionKanara
DistrictUttara Kannada
TalukHonnavar
Languages
Time zoneUTC+5:30 (IST)

ଇଡାଗୁଞ୍ଜି(କନ୍ନଡ଼: ಇಡಗುಂಜಿ) ଭାରତର କର୍ଣ୍ଣାଟକ ରାଜ୍ୟର ଉତ୍ତର କାନ୍ନାଡ଼ା ଜିଲ୍ଲାରେ ହୋନ୍ନବର  ତାଲୁକର ଏକ କ୍ଷୁଦ୍ର ଗ୍ରାମ । ଏହା ଏକ ଚର୍ଚ୍ଚିତ ହିନ୍ଦୁ ତୀର୍ଥ ସ୍ଥଳ ଓ ଉପାସନା ପିଠ । 


ଭୌଗୋଳିକ ସ୍ଥିତି  ସମ୍ପାଦନା

ଇଡାଗୁଞ୍ଜିର ଭୌଗୋଳିକ ଅବସ୍ଥିତି   14.35°N 74.7°Eଠାରେ । ଏହା ହନନଭରଠାରୁ 13 କିଲୋମିଟର ଦୁରବର୍ତୀ ଓ ନାଭିଲ୍ଗୋନାଠାରୁ 28 କିଲୋମିଟର ଦୂର । 

ଦେବସ୍ଥାନ  ସମ୍ପାଦନା

ଇଡାଗୁଞ୍ଜ ଦେବସ୍ଥାନ ଏକ 1500 ବର୍ଷର ପ୍ରାଚୀନ ମନ୍ଦିର । ଏହି ଗଣେଶ ମନ୍ଦିରକୁ ବାର୍ଷିକ 10 ଲକ୍ଷ୍ୟରୁ ଅଧିକ ଭକ୍ତଙ୍କ ଆଗମନ ହେଇଥାଏ । 


କିମ୍ବଦନ୍ତୀ  ସମ୍ପାଦନା

ପୁରାଣ ଅନୁସାରେ ଦ୍ୱାପର ଯୁଗର ଶେଷ ସମୟରେ ମହା ମୁନିଗଣ ବଦ୍ରିକା ଆଶ୍ରମରେ ସୁଠାପୌରଣିକଙ୍କୁ ପ୍ରାର୍ଥନା କରୁଥିଲେ । ଭଗବାନ ଶ୍ରୀକୃଷ୍ଣ ଆଗତ କଳିଯୁଗର ଦୋଷକୁ ଖଣ୍ଡନ କଟିବାର ଉପାୟ ଖୋଜୁଥିଲେ । ମହାମୁନି ଭାଲଖିଲ୍ୟ କୁଞ୍ଜବନର ତପ୍ତର୍ଜ୍ୟ ବର୍ଣ୍ଣନା କରୁଥିଲେ  ଓ ଅନ୍ୟ ସାଧୁ ଗଣ ଅରଣ୍ୟରେ ଅନ୍ୟ କର୍ମରେ ବ୍ୟସ୍ତ ଥିଲେ । ସେମାନେ ତାଙ୍କର କାର୍ଯ୍ୟରେ ବିଭିନ୍ନ ବିଘ୍ନର ସମ୍ମୁଖୀନ ହେଲେ ଓ ଏହାଦ୍ୱାରା ବ୍ୟଥିତ ରହିଲେ । ସେମାନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଏହାର ପ୍ରତିକାର ପାଇଁ ପ୍ରାର୍ଥନା କଲେ ।ମହାମୁନି ନାରଦ ଭାଲଖିଲ୍ୟଙ୍କ ପାଖକୁ ଯାଇ ପଚାରିବାରୁ ସେ ଅସୁବିଧା କଥା କହିଲେ । ନାରଦ ତାଙ୍କୁ ବିନୟକଙ୍କୁ ପ୍ରାର୍ଥନା କରିବାକୁ କହିଲେ । ସେଥିପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜିବା ପାଇଁ ଭିଲାଖିଲ୍ୟ ଓ ଅନନ୍ୟ ସନ୍ଥ  ଗଣ ପଶ୍ଚିମକୁ ଯାଇ ସରାବତୀ ନଦୀ ନିକଟକୁ ଯାଇ ଏହି ସ୍ଥଳ ସାଗର ନିକଟରେ ପ୍ରାପ୍ତ ହେଲେ । ସେହି ଦିନରୁ ଏହା ଭଗବାନ ବିନୟକଙ୍କ ଉପାସନା ପିଠା ହେଇ ରହିଛି । ବିଶ୍ୱାସ ଅଛି ଯେ ଏଠାରେ ପ୍ରାର୍ଥନା କାଲେ ସମସ୍ତ ଋଷ୍ଟ ଖଣ୍ଡନ ହେଇଥାଏ ।[୧]  

ରହଣି ଓ ଯାତାୟତ ସୁବିଧା ସମ୍ପାଦନା

ଇଡାଗୁଞ୍ଜି ଦେବସ୍ଥାନମଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ରହଣି ପାଇଁ ଧର୍ମଶାଳା ମଧ୍ୟ ଉପଲବ୍ଧ ।ଏହା ନ୍ନିକଟରେ ଥିବା ସହରରେ ରହଣି ପାଇଁ ସମସ୍ତ ପ୍ରକାର ସୁବିଧା ଓ ଯାତାୟତ ପାଇଁ ଗାଡି ଉପଲବ୍ଧ ।[୨]  


 


ଇଡାଗୁଞ୍ଜି ନିକଟରେ ଆହୁରି ଅନେକ ଆକର୍ଷଣ ରହିଛି । ଏଠାରୁ ଖୁବ ନିକଟରେ ମରୁଣ୍ଡେଶ୍ୱର , ଗୋକରଣ , ଅପସାରକୋଣ୍ଡା , ଶରଭତୀ ନଦୀ , ରାମ ତୀର୍ଥ , ଲକ୍ଷ୍ମଣ ତୀର୍ଥ କାଶରକୋଡ ବେଳାଭୂମି ଅପସାରକୋଣ୍ଡା ଆଦି ପର୍ଯ୍ୟଟକ ସ୍ଥଳୀ ଭାବରେ ମଧ୍ୟ ଖୁବ ଆଦୃତ ।[୩] 


ବାହାର ଲିଙ୍କ  ସମ୍ପାଦନା

ଆଧାର ସମ୍ପାଦନା

 

  1. http://www.idagunjidevaru.com/story.php । "Valakhilya requested Narada to show him an appropriate place to worship the deity. Narada along with Valakhilya and other saints wandered westward in search of a suitable place. They came across the Sharavati river which gracefully caressed and consolidated with the ocean
  2. http://www.idagunjidevaru.com/details.php
  3. http://www.idagunjidevaru.com/details.php