ଇଜୁମୋ ତାଇଶା (出雲大社; "ଇଜୁମୋ ମହାଶାଳ"), ଆଧିକାରିକ ନାମ - ଇଜୁମୋ ଓୟାଶିରୋ, ହେଉଛି ଜାପାନରେ ଥିବା ଏକ ଅତି ପ୍ରାଚୀନ ଓ ମହତ୍ତ୍ବପୂର୍ଣ୍ଣ ଶିଣ୍ଟୋଶାଳ । ଏହାର ସ୍ଥାପନର ସମୟ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ । ଶୀମାନେ ରାଜ୍ୟର ଇଜୁମୋ-ଶୀରେସ୍ଥିତ ଏହି ମହାଶାଳରେ ଦୁଇଟି ମୁଖ୍ଯ ପର୍ବ ପାଳିତ ହୁଏ । ଏହି ଶାଳଟି ଓକୁନିନୁଶି (大国主大神; ଓକୁନିନୁଶିନୋ କାମି) ଓ କୋତୋଆମାତ୍ସୁକାମୀଙ୍କୁ ସମର୍ପିତ । ଓକୁନିନୁଶି ହେଉଛନ୍ତି ବିବାହର ଦେବତା । ବହୁଲୋକଙ୍କ ମତରେ ଏହି ଶାଳଟି ଇଶେ ମହାଶାଳଠାରୁ ମଧ୍ଯ ଅଧିକ ପୁରାତନ ।

ଇଜୁମୋ ତାଇଶା
ଇଜୁମୋ ଓୟାଶିରୋ
出雲大社
ମୋଞ୍ଜିନ୍ନୋ ୟାଶିରୋ, ଆମାସାକିନୋ ୟାଶିରୋ, ମିମୁକାଇନୋ ୟାଶିରୋ, ଏବଂ ହୋନ୍ଦେଁ
Religion
ଅନୁବନ୍ଧଗୁଡ଼ିକShinto
ଦେବାଦେବୀଓକୁନିନୁଶି, କୋତୋଆମାତ୍ସୁକାମୀ
ପର୍ବରେଇସାଇ (ତାଇସାଇରେଇ)
(May 14-16th)
Typeଚୋକୁସାଇଶା
ବେପ୍ପ୍ଯୋ ଜିଞ୍ଜା, ଶିକିନାଇସ୍ଯା
ଇଜୁମୋନୋ କୁନି ଇଚିନୋମିଆ
କାମ୍ପେଇତାଇଶା
Location
ସ୍ଥାନ୧୯୫ କିତ୍ସୁକିହିଗାଶି, ତାଇଶାନଗର, ଇଜୁମୋ-ଶୀ, ଶିମାନେ ରାଜ୍ଯ
699-0701
ଇଜୁମୋ ତାଇଶା is located in Japan
ଇଜୁମୋ ତାଇଶା
Shown within Japan
ଭୌଗଳିକ ଅବସ୍ଥିତି35°24′07″N 132°41′08″E / 35.40194°N 132.68556°E / 35.40194; 132.68556
Architecture
Styleତାଇଶା-ଜୁକୁରି
Website
www.izumooyashiro.or.jp
Glossary of Shinto

ଜାପାନୀ ସ୍ଥାପତ୍ୟଶୈଳୀ, ତାଇଶା ଜୁକୁରି ଇଜୁମୋ ତାଇଶାର ମୁଖ୍ଯ ଗୃହ ଆଧାରରେ ନାମିତ । ୨୦୦୫ ମସିହାରେ ଉକ୍ତ ଗୃହ ଏବଂ ସମ୍ପୃକ୍ତ କୋଠାଘରଗୁଡ଼ିକୁ ଜାପାନର ଜାତୀୟ ନିଧି ବୋଲି ନିର୍ଦ୍ଦେଶ ଦିଆଯାଇଛି । ପାରମ୍ପରିକ ସୂତ୍ରାଧାରରେ ହଲଟି ଅଧିକ ଉଚ୍ଚ ଥିଲା ।୨୦୦୦ ମସିହାରେ ସୁଉଚ୍ଚ ସ୍ତମ୍ଭଗୁଡ଼ିକର ଆବିଷ୍କାର ଏହି ମତକୁ ଆହୁରି ସୁଦୃଢ଼ କରେ ।

ମହାଶାଳ ପରିସରରେ ଥିବା ଅନେକ କୋଠାଗୁଡ଼ିକର ନାମ ଜାପାନର ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ସମ୍ପତ୍ତିର ସୂଚୀରେ ଲିପିବଦ୍ଧ ।

ଉତ୍ପତ୍ତି ସମ୍ପାଦନା

କୋଯିକୀ ଏବଂ ନିହୋଁ ଶୋକୀ ଅନୁସାରେ, ଯେତେବେଳେ ସୂର୍ଯ୍ୟ ଦେବୀ ଆମାତେରାଶୁଙ୍କ ନାତି ନିନିଗୀନୋ ମିକୋତୋ, ସ୍ବର୍ଗରୁ ଧରାକୁ ଓହ୍ଲାଇଲେ, ପ୍ରଭୁ ଓକୁନିନୁଶି ନିଜ ରାଜ୍ଯ ତାଙ୍କୁ ଦେଇଦେଲେ । ଏହି ସୁକର୍ମରେ ଦେବୀ ଆମାତେରାଶୁ ଅତ୍ଯନ୍ତ ପ୍ରସନ୍ନ ହେଲେ ଏବଂ ଓକୁନିନୁଶିଙ୍କ ପାଇଁ ଏକ ଶାଳ ନିର୍ମାଣ କରାଇଲେ ଯାହାର ପରବର୍ତ୍ତୀ ସମୟରେ ଇଜୁମୋ ତାଇଶା ନାମରେ ପ୍ରସିଦ୍ଧ ହେଲା ।

ଶିଣ୍ଟୋବାଦର କିମ୍ବଦନ୍ତୀ ଅନୁସାରେ, ଏକ ସମୟରେ ଜାପାନୀ ଦ୍ୱୀପଗୁଡ଼ିକ ଇଜୁମୋଠାରୁ ନିୟନ୍ତ୍ରିତ ହେଉଥିଲା । ଦେବତାମାନଙ୍କର ଭୂମି ବା କିମ୍ବଦନ୍ତୀ ଭୂମି ଭାବେ ପରିଚିତ ଇଜୁମୋ ପ୍ରାନ୍ତରେ ଇଜୁମୋ ତାଇଶା ଅବସ୍ଥିତ । ଏହାର ସଂରଚନା ପ୍ରଭୁ ଓକୁନିନୁଶିଙ୍କ ସଫଳତାକୁ ଦୃଷ୍ଟି ଆଗରେ ରଖି ତିଆରି କରାଯାଇ ଥିଲା । ଜାପାନୀ ବିଶ୍ବାସରେ ଓକୁନିନୁଶି ହେଉଛନ୍ତି ଜାପାନର ରଚୟିତା, ରକ୍ଷକ, ଖୁସିର ଦେବତା ତଥା ଭଲ ସମ୍ବନ୍ଧ ସ୍ଥାପନ କରାଉଥିବା ଦେବତା ବୋଲି ପରିଚିତ ।

 
ଇଜୁମୋ ନିକଟରେ ପ୍ରାପ୍ତ ବଡ଼ବଡ଼ ସ୍ତମ୍ଭ ଆଧାରରେ ଇଜୁମୋ ତାଇଶାର ପୁନଃ ସଂଯୋଜନା

ନିହୋଁ ଶୋକୀ ଅନୁସାରେ, ଆମାତେରାଶୁ ଓକୁନିନୁଶିଙ୍କୁ କହିଲେ "ଏବେଠାରୁ, ଆମ୍ଭ ବଂଶର ଲୋକମାନେ ରାଜ୍ଯର ଭାର ସମ୍ଭାଳିବେ । ତୁମ୍ଭେ ଭଲ ସମ୍ବନ୍ଧ ସ୍ଥାପନ କରିବାର ଏକ ମନ୍ତ୍ର ପଢ଼ି ଦିଅ, ଯଦ୍ୱାରା ଆମ୍ଭ ବଂଶଜମାନେ ସୁଖରେ କାଳାତିପାତ କରିବା ହେବେ । ଆମ୍ଭେ ତୁମ୍ଭ ପାଇଁ ଏକ ସୁବିଶାଳ ଆବାସ ତୋଳାଇବୁ, ଯାହାର ସ୍ତମ୍ଭଗୁଡ଼ିକ ମୋଟା ଓ ସୁଉଚ୍ଚ ଥିବ ତଥା ଆମ୍ଭରି ଗୃହ ରୂପରେ ନିର୍ମିତ ହୋଇଥିବ । ଏହାକୁ ଆମ୍ଭେ ଆମେନୋହିସୁନୋମିଆ ନାମ ଦେଲୁ ।" ଆମାତେରାଶୁଙ୍କ ଆଜ୍ଞା ପାଇ ଅନ୍ୟ ଦେବଗଣ ଉଗା ପର୍ବତର ପାଦଦେଶରେ ଏକ ବିଶାଳ ମହାଶାଳ ସ୍ଥାପନ କଲେ ।

ବାସ୍ତବରେ କେବେ ଇଜୁମୋ ତାଇଶାର ନିର୍ମାଣ କରାଯାଇ ଥିଲା ତାହା ଜଣା ନାହିଁ । କିନ୍ତୁ ୯୫୦ରେ ଲିଖିତ ଏକ ପାଣ୍ଡୁଲିପିରେ କୁହାଯାଇଛି ଯେ, ଉକ୍ତ ସମୟରେ ଏହି ଶାଳଟି ପ୍ରାୟ ୪୮ ମିଟର ଉଚ୍ଚତା ସହ ସବୁଠାରୁ ଉଚ୍ଚ କୋଠା ଥିଲା, ଯାହା ୪୫ ମିଟର ଉଚ୍ଚର ତୋଦାଇଜି ବୌଦ୍ଧ ମନ୍ଦିରଠାରୁ ମଧ୍ଯ ଉଚ୍ଚ ।

କୋଯିକୀ, "ପ୍ରାଚୀନ ଜାପାନର କିମ୍ବଦନ୍ତୀ କାହାଣୀ" ତଥା ନିହୋଁ ଶୋକୀ, "ପ୍ରାଚୀନ ଜାପାନର କାହାଣୀ", ଅନୁସାରେ, ଇଜୁମୋ ତାଇଶା ଜାପାନର ବୃହତ୍ତମ କାଠନିର୍ମିତ ସଂରଚନା ଥିଲା । ଏହି ଶାଳର ଅନେକ ନାମ ରହିଛି, ଯଥା - ଓକାମିନୋ ମିଆ, ଇତ୍ସୁକାଶିନୋକାମିନୋ ମିଆ, କିଜୁକିନୋ ଓୟାଶିରୋ, କିଜୁକିନୋ ମିଆ, ଇୱାକୁମାନୋସୋନୋ ମିଆଗି ।

ଆଧାର ସମ୍ପାଦନା