ଇକ୍ୱିଟି ଲିଙ୍କ୍ଡ଼ ସଞ୍ଚୟ ଯୋଜନା
ଇକ୍ୱିଟିସହ ଜଡ଼ିତ ସଞ୍ଚୟ ଯୋଜନା (ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମ ବା ଇଏଲଏସଏସ ଭାବରେ ମଧ୍ୟ ଜଣା) ହେଉଛି ଭାରତରେ ପ୍ରଚଳିତ ତିନି ବର୍ଷର ଅବଧି ବିଶିଷ୍ଟ ଏକ ପ୍ରକାରର କ୍ଲୋଜ-ଏଣ୍ଡେଡ଼ ମ୍ୟୁଚୁଆଲ ଫଣ୍ଡ ।[୧][୨] ଭାରତୀୟ ଆୟକର ଧାରା ସେକ୍ସନ ୮୦ସି ଅଧୀନରେ ଏହି ଯୋଜନାରେ ଆୟକର ରିହାତି ମିଳିଥାଏ ।[୩] ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମକୁ ଉଭୟ ଏସଆଇପି ଏବଂ ଲମ୍ପ୍ ସମ୍ ଉପାୟରେ ନିବେଶ କରିହୁଏ ।[୪][୫][୬] ଏଥିରେ ଅର୍ଥ ନିବେଶ କଲେ ତିନି ବର୍ଷ ପୂର୍ବରୁ ଅର୍ଥ କାଢ଼ିହେବ ନାହିଁ । ଅନ୍ୟ ଆୟକର ରିହାତି ଯୋଜନାଠାରୁ ଏହି ଯୋଜନାରେ ସବୁଠାରୁ କମ ସମୟସୀମାରେ ନିବେଶକାରୀ ଅର୍ଥ କାଢ଼ିପାରିବେ ।[୭] ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମ୍କୁ ଗୋଟିଏ ଭଲ ଆୟକର ରିହାତି ଉପାୟ ଭାବେ ବିଚାର କରାଯାଇଥାଏ ।[୮][୯]
ଅନ୍ୟ ଆୟକର ରିହାତି ଯୋଜନା ସହିତ ତୁଳନା
ସମ୍ପାଦନାଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମ୍କୁ ଅନ୍ୟ କିଛି ଲୋକପ୍ରେମୀ ଯୋଜନାଗୁଡ଼ିକ ସହ ନିମ୍ନରେ ତୁଳନା କରାଯାଇଛି ।[୧୦]
ନିବେଶିତ ଯୋଜନା | ପାଖାପାଖି ଶତକଡ଼ା ଲାଭ | ଟଙ୍କା ଉଠେଇବାର ସମୟ ସୀମା | ଲାଭରେ ଆୟକର ପଡ଼ିବ କି ? |
---|---|---|---|
ପଞ୍ଚ ବାର୍ଷିକ ବ୍ୟାଙ୍କ ଫିକ୍ସଡ଼ ଡିପୋଜିଟ | ୬ - ୭ % | ୫ ବର୍ଷ ପରେ ଉଠେଇ ହବ | ହଁ |
ସାର୍ବଜନିକ ଭବିଷ୍ୟନିଧି ଯୋଜନା (PPF) | ୭ - ୮ % | ୧୫ ବର୍ଷ | ନାଁ |
ନ୍ୟାସନାଲ ସେଭିଙ୍ଗ୍ସ ସାର୍ଟିଫିକେଟ (NSC) | ୭ - ୮ % | ୫ ବର୍ଷ | ହଁ |
ନ୍ୟାସନାଲ ପେନ୍ସନ ସ୍କିମ (NPS) | ୮ - ୧୦ % | ଅବସର ପରେ ଉଠାଇହେବ | ଆଂଶିକ |
ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମ୍ (ELSS) | ୧୫ - ୧୮ % | ୩ ବର୍ଷ | ଆଂଶିକ |
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ http://economictimes.indiatimes.com/mf/analysis/tax-saving-recycling-your-elss-investments-is-a-very-bad-idea/articleshow/56512440.cms
- ↑ Five mistakes to avoid when investing in an ELSS fund
- ↑ "Funds aimed at enabling investors to avail tax rebates under Section 80-C of the Income Tax Act".
- ↑ "Investment in SIPs yields better returns than timing the market: Study".
- ↑ "What's a mutual fund SIP?".
- ↑ "Should you invest a lumpsum in ELSS?".
- ↑ "ଆର୍କାଇଭ୍ କପି". Archived from the original on 2016-09-13. Retrieved 2018-11-04.
{{cite web}}
: Cite has empty unknown parameter:|1=
(help) - ↑ "Choose the best tax saving instrument for you".
- ↑ http://www.businesstoday.in/money/tax/elss-tax-savers-best-options-best-investment-proof-documents/story/244174.html
- ↑ https://cleartax.in/s/elss