ସାର୍ବଜନିକ ଭବିଷ୍ୟନିଧି ଯୋଜନା

ସାର୍ବଜନିକ ଭବିଷ୍ୟନିଧି ଯୋଜନା କିମ୍ବା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପି.ପି.ଏଫ.) ହେଉଛି ଭାରତୀୟ ନାଗରିକ ମାନଙ୍କର ପାଇଁ ଏକ ସଞ୍ଚୟ ତଥା ଆୟକର ବଞ୍ଚାଇବାର ଯୋଜନା ।[୧] ୧୯୬୮ ମସିହାରେ ଏହାକୁ ପ୍ରଚଳନ କରାଯାଇଥିଲା । ଭଲ ସୁଧ ହାର, ଆୟକର କାଟରୁ ରିହାତି ମିଳିବା ସହ ଜନତା ମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ଜାଗୃତ କରିବା ଏହି ଯୋଜନା ମୂଳ ଲକ୍ଷ ।[୨] ଏହି ଯୋଜନାଟି ଭାରତ ସରକାରଙ୍କର ତତ୍ୱାବଧନରେ ହେଉଥିବାରୁ ଏଥିରେ ଜମା ଟଙ୍କା ବୁଡ଼ିଯିବାର ଆଶଙ୍କା ବହୁତ କମ ବା ନାହିଁ କହିଲେ ଚଳେ ।



ଖାତା ଖୋଲିବାର ଯୋଗ୍ୟତାସମ୍ପାଦନ କରନ୍ତୁ

ସମସ୍ତ ଭାରତୀୟ ନାଗରିକ ଏହି ଯୋଜନାରେ ନିଜର ଖାତା ଖୋଲିପାରିବେ ।

ପ୍ରବାସୀ ଭାରତୀୟସମ୍ପାଦନ କରନ୍ତୁ

ଅଗଷ୍ଟ ୨୦୧୮ ସୁଦ୍ଧା, ପ୍ରବାସୀ ଭାରତୀୟମାନଙ୍କୁ ଏହି ଯୋଜନାରେ ଖାତା ଖୋଲିବାର ଅନୁମତି ମିଳେ ନାହିଁ । କିନ୍ତୁ ଯଦି ସେମାନେ ଆଗରୁ ଭାରତରେ ଥିଲାବେଳେ ଖାତା ଖୋଲିଦେଇଛନ୍ତି ତେବେ ୧୫ ବର୍ଷ ପରିପକ୍ୱତା ପର୍ଯ୍ୟନ୍ତ ଖାତାଟି ସଚଳ ରଖି ପାରିବେ ।[୩] ପ୍ରବାସୀ ମାନଙ୍କୁ ଏହି ଯୋଜନାରେ ଖାତା ଖୋଲିବାକୁ ଏକ ଚିଠା ପ୍ରସ୍ତାବିତ ହୋଇଥିଲେ ମଧ୍ୟ ଏଯାଏଁ ଏହାକୁ ଅନୁମତି ମିଳିନାହିଁ ।[୪]

ନିବେଶ ଏବଂ ଲାଭସମ୍ପାଦନ କରନ୍ତୁ

ଅତି କମରେ ଜଣଙ୍କୁ ବର୍ଷକୁ ୫୦୦ ଟଙ୍କା ଜମା ରଖିବାକୁ ପଡିଥାଏ । ଏହା ନାବିହାରୀ ପାରିଲେ ବର୍ଷକୁ ୫୦ ଟଙ୍କା ହିସାବରେ ଜୋରିମାନା ଦେବାକୁ ପଡେ । ଜଣେ ଖାତାଧାରୀ ନିଜ ଖାତାରେ (ଏବଂ ବାକି ଖାତାଗୁଡ଼ିକରେ ଯେଉଁଥିରେ ସେ ଅଭିଭାବକ ଅଟନ୍ତି ମିଶେଇ) ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ଦେଢ଼ ଲକ୍ଷ, ୧,୫୦,୦୦୦ ଟଙ୍କା ରଖିପାରିବେ । ଯଦି ଜଣେ ଏହି ସର୍ବାଧିକ ମୂଲ୍ୟରୁ ଅଧିକ ଅର୍ଥ ଜମା କରନ୍ତି ତେବେ ସେଥିରେ ସୁଧ ମିଳେନାହିଁ । ଏହି ଅର୍ଥ ଆପଣ ଏକ ସାଙ୍ଗରେ (ଲମ୍ପ ସମ) ବା ୧୨ଟି ଚୁକ୍ତିରେ ଜମା କରିପାରିବେ । [୫]

ପ୍ରତି ତ୍ରୟମାସିକ ହିସାବରେ ଭାରତର ଅର୍ଥ ବିଭାଗ ସୁଧର ହାର ନିର୍ଧାରଣ କରିଥାଏ । ୨୦୧୮, ୧ ଅକ୍ଟୋବରରୁ ଏହି ହାର ୮% ଅଛି । ଏକ ମାସର ପଞ୍ଚମ ଦିନ ଏବଂ ଶେଷ ଦିନ ମଧ୍ୟରେ ଥିବା ସର୍ବନିମ୍ନ ମୂଲ୍ୟ ଉପରେ ସେହି ମାସର ସୁଧ ହିସାବ ହୋଇଥାଏ । ତେଣୁ ମାସର ପାଞ୍ଚ ତାରିଖ କିମ୍ବା ତା ପୂର୍ବରୁ ଅର୍ଥ ଜମା କରିବା ଭଲ । ଆର୍ଥିକ ବର୍ଷ ଶେଷରେ, ଅର୍ଥାତ ୩୧ ମାର୍ଚ୍ଚରେ ଏହି ସୁଧ ଏକାଥରେ ବର୍ଷକୁ ଥରେ ଖାତାରେ ଜମା ହୋଇଥାଏ ।[୬]

ସୁଧ ହାରସମ୍ପାଦନ କରନ୍ତୁ

୨୦୧୪-୧୬ସମ୍ପାଦନ କରନ୍ତୁ

ସମୟ-ସୀମା ସୁଧ ହାର
୨୦୧୪ - ମାର୍ଚ୍ଚ ୨୦୧୬ ୮.୭%

୨୦୧୬-୧୭ସମ୍ପାଦନ କରନ୍ତୁ

ତ୍ରୟମାସ ସୁଧ ହାର
ଏପ୍ରିଲ ୨୦୧୬ - ଜୁନ ୨୦୧୬ [୭] ୮.୯%
ଜୁଲାଇ ୨୦୧୬ - ସେପ୍ଟେମ୍ବର ୨୦୧୬[୮] ୮.୧%
ଅକ୍ଟୋବର ୨୦୧୬ - ଡିସେମ୍ବର ୨୦୧୬[୯] ୮.୦%
ଜାନୁୟାରୀ ୨୦୧୭ - ମାର୍ଚ୍ଚ ୨୦୧୭ ୮.୦%

୨୦୧୭-୧୮ସମ୍ପାଦନ କରନ୍ତୁ

ତ୍ରୟମାସ ସୁଧ ହାର
ଏପ୍ରିଲ ୨୦୧୭ - ଜୁନ ୨୦୧୭[୧୦] ୭.୯%
ଜୁଲାଇ ୨୦୧୭ - ସେପ୍ଟେମ୍ବର ୨୦୧୭[୧୧] ୭.୮%
ଅକ୍ଟୋବର ୨୦୧୭ - ଡିସେମ୍ବର ୨୦୧୭ ୭.୮%
ଜାନୁୟାରୀ ୨୦୧୮ - ମାର୍ଚ୍ଚ ୨୦୧୮ ୭.୬%

୨୦୧୮-୧୯ସମ୍ପାଦନ କରନ୍ତୁ

ତ୍ରୟମାସ ସୁଧ ହାର
ଏପ୍ରିଲ ୨୦୧୮ - ଜୁନ ୨୦୧୮[୧୨] ୭.୬%
ଜୁଲାଇ ୨୦୧୮ - ସେପ୍ଟେମ୍ବର ୨୦୧୮[୧୩] ୭.୬%
ଅକ୍ଟୋବର ୨୦୧୮ - ଡିସେମ୍ବର ୨୦୧୮[୧୪] ୮.୦%

ଯୋଜନଟିର ସମୟସୀମାସମ୍ପାଦନ କରନ୍ତୁ

ମୂଳତଃ ସମୟସୀମା ୧୫ ବର୍ଷ ରଖାଯାଇଛି । ୧୫ ବର୍ଷ ପରେ ଯଦି ଜଣେ ଚାହିଁବ ତେବେ ଏହାକୁ ପାଞ୍ଚ ପାଞ୍ଚ ବର୍ଷ ହିସାବରେ ଆଗକୁ ଆହୁରି ଅଧିକ ବର୍ଷ ପର୍ଯ୍ୟନ୍ତ ଅର୍ଥ ଜମା ରଖିହେବ ।

ଯୋଜନଟିର ପରିପକ୍ୱତା ପରେସମ୍ପାଦନ କରନ୍ତୁ

୧୫ ବର୍ଷ ହୋଇସାରିଲା ପରେ ନିବେଶକାରୀ ମାନଙ୍କ ପାଖରେ ତାଙ୍କର ଜମାରାଶିକୁ ନିମ୍ନ ଲିଖିତ ତିନୋଟି ବିକଳ୍ପ ରହିଥାଏ ।[୧୫]

  1. ସମ୍ପୂର୍ଣ୍ଣ ଅର୍ଥ କାଢ଼ି ଆଣିବା
  2. ଖାତାଟିରେ ଆଗକୁ କୌଣସି ଅର୍ଥ ଜମା ନରଖି ଅଧିକ ବର୍ଷ ପର୍ଯ୍ୟନ୍ତ ଏହାର ସମୟସୀମା ବଢାଇବା । ଯଦି ନିବେଶକାରୀ ଖାତା ପରିପକ୍ୱତାର ୧ ବର୍ଷ ମଧ୍ୟରେ ନିଜ ଜମାରାଶିକୁ ନେଇ କିଛି ପଦକ୍ଷେପ ନେବେ ନାହିଁ ତେବେ ଏହି ବିକଳ୍ପ ଆପେ ଆପେ ଲାଗୁ ହୋଇଯିବ । ଏହି ବିକଳ୍ପ ପରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ କେବଳ ଥରୁଟିଏ ହିଁ ଜମରାଶିରୁ ମନ ମୁତାବକ ଅର୍ଥ କାଢ଼ିପାରିବେ । ବାକି ରାଶି ଉପରେ ସୁଧ ମିଲିଚାଲିଥିବା ।
  3. ଖାତାଟିରେ ଆଗକୁ ଅର୍ଥ ଜମା ରଖି ଅଧିକ ବର୍ଷ ପର୍ଯ୍ୟନ୍ତ ଏହାର ସମୟସୀମା ବଢାଇବା । ଏଥିଲାଗି ଗୋଟିଏ ଫର୍ମ-ଏଚ ୧୬ ବର୍ଷ ପୂର୍ବରୁ ଦେବାକୁ ପଡ଼ିବ । ଏହି ବିକଳ୍ପରେ ବର୍ଦ୍ଧିତ ୫ ବର୍ଷ ପ୍ରାରମ୍ଭରେ ଥିବା ଜମାରାଶିର କେବଳ ୬୦% ଅର୍ଥ ଆପଣ କାଢ଼ିପାରିବେ । ପ୍ରତିବର୍ଷ କେବଳ ଥରୁଟିଏ ଆପଣ ଟଙ୍କା କାଢିପାରିବେ ।

ସୁବିଧାସମ୍ପାଦନ କରନ୍ତୁ

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ ବା ଡାକଘରକୁ ଯାଇ ଆପଣ ନିଜର ଖାତା ଖୋଲିପାରିବେ ।
  • ଖାତା ନିଜ ନାମରେ ବା ଅଭିଭାବକ ହିସାବରେ କୌଣସି ନାବାଳକ/ନାବାଳିକାର ନାମରେ ମଧ୍ୟ ଖାତା ଖୋଲିପାରିବେ ।
  • ଏହି ଯୋଜନାରେ ଜମାରାଶି ଉପରେ ଆପଣାକୁ ୠଣ ମଧ୍ୟ ମିଳିପାରିବ ।
  • ଖାତା ଖୋଲିବାର ସପ୍ତମ ବର୍ଷ ପରେ ମଧ୍ୟ ଆପଣ ଚାହିଁଲେ କିଛି ଅର୍ଥ ଉଠାଇ ପାରିବେ ।
  • ନୋମିନି ମଧ୍ୟ ସୁବିଧା ଅଛି, ଅର୍ଥାତ ଖାତାଧାରୀଙ୍କର ୧୫ ବର୍ଷ ଆଗରୁ ଦେହାନ୍ତ ହୋଇଗଲେ ମନୋନୀତ ବ୍ୟକ୍ତି ବିଶେଷଙ୍କୁ ଅର୍ଥ ରାଶି ଦିଆହେବ ।

ଆୟକର ରିହାତିସମ୍ପାଦନ କରନ୍ତୁ

ପ୍ରତି ଆର୍ଥିକ ବର୍ଷରେ ଆୟକର ରିହାତି ନିୟମର ସେକ୍ସନ ୮୦ସିରେ ଆପଣ ଏହି ଯୋଜନାରେ ୧,୫୦,୦୦୦ ଟଙ୍କା ଜମା ରଖିପାରିବେ । ଏଥିରେ ମିଳୁଥିବା ସୁଧରେ ମଧ୍ୟ ଆୟକର ଲାଗେ ନାହିଁ । [୧୬]

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "PPF rate to fetch 7.6%: Why it is still a winner".
  2. "PPF Scheme". Retrieved 20 October 2014.
  3. "NRI PPF Rules – Account and Notification 2017-2018". Money chai. Retrieved 6 September 2018.
  4. Empty citation (help)
  5. https://economictimes.indiatimes.com/wealth/invest/holding-a-ppf-account-in-your-as-well-as-your-childs-name-know-the-maximum-you-can-deposit/articleshow/65947237.cms
  6. https://economictimes.indiatimes.com/wealth/invest/looking-to-open-a-ppf-account-here-are-7-things-to-consider/articleshow/57406458.cms
  7. Empty citation (help)
  8. Empty citation (help)
  9. Empty citation (help)
  10. Empty citation (help)
  11. Empty citation (help)
  12. Empty citation (help)
  13. Empty citation (help)
  14. Empty citation (help)
  15. "PPF maturity options".
  16. https://www.financialexpress.com/money/ppf-10-things-you-need-to-know-before-opening-a-public-provident-fund-account/1162383/