ଇକ୍ୱିଟି ଲିଙ୍କ୍‌ଡ଼ ସଞ୍ଚୟ ଯୋଜନା

ଇକ୍ୱିଟିସହ ଜଡ଼ିତ ସଞ୍ଚୟ ଯୋଜନା (ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମ ବା ଇଏଲଏସଏସ ଭାବରେ ମଧ୍ୟ ଜଣା) ହେଉଛି ଭାରତରେ ପ୍ରଚଳିତ ତିନି ବର୍ଷର ଅବଧି ବିଶିଷ୍ଟ ଏକ ପ୍ରକାରର କ୍ଲୋଜ-ଏଣ୍ଡେଡ଼ ମ୍ୟୁଚୁଆଲ ଫଣ୍ଡ[୧][୨] ଭାରତୀୟ ଆୟକର ଧାରା ସେକ୍ସନ ୮୦ସି ଅଧୀନରେ ଏହି ଯୋଜନାରେ ଆୟକର ରିହାତି ମିଳିଥାଏ ।[୩] ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମକୁ ଉଭୟ ଏସଆଇପି ଏବଂ ଲମ୍ପ୍ ସମ୍ ଉପାୟରେ ନିବେଶ କରିହୁଏ ।[୪][୫][୬] ଏଥିରେ ଅର୍ଥ ନିବେଶ କଲେ ତିନି ବର୍ଷ ପୂର୍ବରୁ ଅର୍ଥ କାଢ଼ିହେବ ନାହିଁ । ଅନ୍ୟ ଆୟକର ରିହାତି ଯୋଜନାଠାରୁ ଏହି ଯୋଜନାରେ ସବୁଠାରୁ କମ ସମୟସୀମାରେ ନିବେଶକାରୀ ଅର୍ଥ କାଢ଼ିପାରିବେ ।[୭] ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମ୍କୁ ଗୋଟିଏ ଭଲ ଆୟକର ରିହାତି ଉପାୟ ଭାବେ ବିଚାର କରାଯାଇଥାଏ ।[୮][୯]

ଅନ୍ୟ ଆୟକର ରିହାତି ଯୋଜନା ସହିତ ତୁଳନା ସମ୍ପାଦନା

ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମ୍କୁ ଅନ୍ୟ କିଛି ଲୋକପ୍ରେମୀ ଯୋଜନାଗୁଡ଼ିକ ସହ ନିମ୍ନରେ ତୁଳନା କରାଯାଇଛି ।[୧୦]

ବିଭିନ୍ନ ଆୟକର ରିହାତି ଯୋଜନା ଉପରେ ତୁଳନା
ନିବେଶିତ ଯୋଜନା ପାଖାପାଖି ଶତକଡ଼ା ଲାଭ ଟଙ୍କା ଉଠେଇବାର ସମୟ ସୀମା ଲାଭରେ ଆୟକର ପଡ଼ିବ କି ?
ପଞ୍ଚ ବାର୍ଷିକ ବ୍ୟାଙ୍କ ଫିକ୍ସଡ଼ ଡିପୋଜିଟ ୬ - ୭ % ୫ ବର୍ଷ ପରେ ଉଠେଇ ହବ ହଁ
ସାର୍ବଜନିକ ଭବିଷ୍ୟନିଧି ଯୋଜନା (PPF) ୭ - ୮ % ୧୫ ବର୍ଷ ନାଁ
ନ୍ୟାସନାଲ ସେଭିଙ୍ଗ୍ସ ସାର୍ଟିଫିକେଟ (NSC) ୭ - ୮ % ୫ ବର୍ଷ ହଁ
ନ୍ୟାସନାଲ ପେନ୍ସନ ସ୍କିମ (NPS) ୮ - ୧୦ % ଅବସର ପରେ ଉଠାଇହେବ ଆଂଶିକ
ଇକ୍ୱିଟି ଲିଙ୍କ୍ଡ ସେଭିଙ୍ଗ୍ସ ସ୍କିମ୍ (ELSS) ୧୫ - ୧୮ % ୩ ବର୍ଷ ଆଂଶିକ

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. http://economictimes.indiatimes.com/mf/analysis/tax-saving-recycling-your-elss-investments-is-a-very-bad-idea/articleshow/56512440.cms
  2. Five mistakes to avoid when investing in an ELSS fund
  3. "Funds aimed at enabling investors to avail tax rebates under Section 80-C of the Income Tax Act".
  4. "Investment in SIPs yields better returns than timing the market: Study".
  5. "What's a mutual fund SIP?".
  6. "Should you invest a lumpsum in ELSS?".
  7. http://articles.economictimes.indiatimes.com/2013-02-18/news/37160319_1_equity-fund-lock-in-period-growth-option
  8. "Choose the best tax saving instrument for you".
  9. http://www.businesstoday.in/money/tax/elss-tax-savers-best-options-best-investment-proof-documents/story/244174.html
  10. https://cleartax.in/s/elss