ଆୟମ ବାକର
ଆୟମ ବାକର ଇଣ୍ଡୋନେସିଆ ଏବଂ ମଳୟର ଏକ ବ୍ୟଞ୍ଜନ ଅଟେ । ସାଧାରଣତଃ ଇଣ୍ଡୋନେସିଆର ବ୍ୟଞ୍ଜନ ମସଲାଯୁକ୍ତ ସ୍ୱାଦ ଏବଂ ସୁଗନ୍ଧିତ ଖାଦ୍ୟ ପାଇଁ ଜଣାଶୁଣା, ଏବଂ ଏଠାରେ ସବୁଠାରୁ ଲୋକପ୍ରିୟ ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ଆୟମ ବାକର ଅଟେ । ଚିକେନକୁ ସାଧାରଣତଃ ମାରିନେଟ୍ କରି ଅଙ୍ଗାର ଉପରେ ପ୍ରସ୍ତୁତ କରାଯାଏ । ଆୟାମ ବାକରର ଅର୍ଥ ଇଣ୍ଡୋନେସିଆ ଏବଂ ମଳୟ ଭାଷାରେ “ଗ୍ରିଲ୍ ଚିକେନ୍” ବୋଲି କୁହାଯାଏ । ଆୟମ ବାକର କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଗ୍ରିଲ୍ ପ୍ରୋଟିନ୍ ଖୋଜୁଥିବା ଲୋକଙ୍କ ପାଇଁ ଏକ ସୁସ୍ଥ ବିକଳ୍ପ ଅଟେ । ଏହା ଏକ କମ ଚର୍ବିଯୁକ୍ତ ଖାଦ୍ୟ ଅଟେ ଯାହା ଡାଏଟ୍ ରେ ଥିବା ଲୋକମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ଅଟେ ।
ପରଷା | Main course |
---|---|
ସମ୍ବନ୍ଧିତ ଜାତୀୟ ଖାଦ୍ୟ | ଇଣ୍ଡୋନେସିଆ ଖାଦ୍ୟ,[୧] ବ୍ରୁନେଇ, ମାଲେସିଆ, ସିଙ୍ଗାପୁର |
ପରଷିବା ଉତ୍ତାପ | ଗରମ |
ମୁଖ୍ୟ ଉପାଦାନ | ଚିକେନକୁ ରସୁଣ, ପିଆଜ ଏବଂ ଅନ୍ୟାନ୍ୟ ମସଲା ସହିତ ମାରିନେଟ୍ କରି ଅଙ୍ଗାର ଉପରେ ପ୍ରସ୍ତୁତ କରାଯାଏ । |
|
ମାରିନେଟ୍ ଓ ପ୍ରସ୍ତୁତି ପ୍ରଣାଳୀ
ସମ୍ପାଦନାଜାଭାରେ, ଚିକେନକୁ ସାଧାରଣତଃ ସୋୟା ସସ୍ ଏବଂ ନଡ଼ିଆ ତେଲର ମିଶ୍ରଣ ସହିତ ମାରିନେଟ୍ କରି ଗ୍ରିଲ୍ କରିବା ସମୟରେ ଏକ ବ୍ରଶ୍ ସାହାଯ୍ୟରେ ଚିକେନରେ ପ୍ରୟୋଗ କରାଯାଏ । ସାଧାରଣତଃ ମସଲାର ମିଶ୍ରଣ ଅଞ୍ଚଳ ଅନୁଯାୟୀ ଭିନ୍ନ ହୋଇପାରେ, କିନ୍ତୁ ଏଥିରେ ମୁଖ୍ୟତଃ ଛୋଟ ପିଆଜ/ପିଆଜ ଶଣ୍ଢା, ରସୁଣ, ନାଲି ଲଙ୍କା ଗୁଣ୍ଡ, ଧନିଆ, ତେନ୍ତୁଳି ରସ, କ୍ୟାଣ୍ଡେଲନଟ୍, ହଳଦୀ, ଗାଲାଙ୍ଗାଲ ଏବଂ ଲୁଣର ମିଶ୍ରଣକୁ ନେଇ ତିଆରି ହୋଇଥାଏ । ଜାଭାରେ, ଆୟମ ବାକରର ସ୍ବାଦ ସାଧାରଣତଃ ମିଠା ହୋଇଥାଏ, କାରଣ ଏଥିରେ ବ୍ୟବହୃତ ସୋୟା ସସ୍ ପ୍ରଚୁର ମାତ୍ରାରେ ହୋଇଥାଏ । ଏହାବ୍ୟତୀତ, ମୀନାଙ୍ଗକାବାଉ, ବାଲୀ, ଲମ୍ବୋକ୍ ଏବଂ ସୁମାତ୍ରାର ଅଧିକାଂଶ ସ୍ଥାନରେ ଆୟମ ବାକରରେ ଅଧିକ ମସଲା ବ୍ୟବହାର କରନ୍ତି ଏବଂ ଲଙ୍କା ଓ ହଳଦୀର ଅଧିକ ବ୍ୟବହାର ଏବଂ ସୋୟା ସସ୍ ର ସ୍ୱଳ୍ପ ବ୍ୟବହାର ଯୋଗୁଁ ଲାଲ ରଙ୍ଗର ହୋଇଥାଏ ।
ଚିକେନ ଖଣ୍ଡଗୁଡ଼ିକୁ ସାଧାରଣତଃ ଗ୍ରିଲ୍ କରିବା ପୂର୍ବରୁ କମ ଉତ୍ତାପରେ ଏକ ମସଲାର ମିଶ୍ରଣରେ ଆଂଶିକ ରନ୍ଧାଯାଏ ଯେପରିକି ଚିକେନ ମସଲା ସହିତ ଭଲଭାବରେ ମିଶିଯିବ । ପରେ ଗ୍ରିଲ୍ କଲାବେଳେ ବଳକା ଥିବା ମସଲାକୁ ଚିକେନରେ ମିଶାଯାଏ । ଆୟମ ବାକରକୁ ସାଧାରଣତଃ ସାମ୍ବଲ ଟେରାସୀ (ଟେରାସୀ ସହିତ ଲଙ୍କା) କିମ୍ବା ସାମ୍ବଲ କେକ୍ୟାପ (ମିଠା ସୋୟା ସସରେ କଟା ଲଙ୍କା ଏବଂ ପିଆଜ) ସହିତ ପରିବେଷଣ କରାଯାଏ ଏବଂ ଏହାକୁ କାକୁଡି ଓ ଟମାଟୋ କଟା ସହିତ ସଜାଯାଇଥାଏ ।
ଆୟମ ବାକର ସ୍ଥାନ ଅନୁଯାୟୀ ଭିନ୍ନ ଭିନ୍ନ ସ୍ୱାଦର ହୋଇଥାଏ, ବାଲୀର ସ୍ୱାଦ ଅଧିକ ମିଠା ହୋଇଥିବାବେଳେ ଲମ୍ବୋକରେ ଏହାର ସ୍ୱାଦ ମସଲାଯୁକ୍ତ ହୋଇଥାଏ ।
ଏହାର ଭିନ୍ନ ରୂପ
ସମ୍ପାଦନାଆୟମ ବାକରର ଅନେକ ରେସିପି ରହିଛି, ଯେଉଁଥିରେ ଲୋକପ୍ରିୟ ହେଉଛି ପଡାଙ୍ଗ-ଶୈଳୀ ଆୟମ ବାକର[୨], ଆୟମ ଇଲୋନୀ ଖାସ ଗୋରୋଣ୍ଟାଲୋ, ସୁଲାୱେସୀ[୩], ମାଲେସିଆର ଆୟମ ପର୍ସିକ ଏବଂ ଆୟମ ଗୋଲେକ, ଲୋମ୍ବୋକ୍ ଦ୍ୱୀପର ଆୟମ ବାକର ତାଲିୱାଙ୍ଗ, ସୁନ୍ଦନୀଜ୍ ବକାକାକ ହୟାମ ଏବଂ ଜାଭାର ଆୟମ ବାକର ବୁମ୍ବୁ ରୁଜାକ୍ (ଗ୍ରିଲ୍ ମସଲାଯୁକ୍ତ ନଡ଼ିଆ ଚିକେନ) ଅନ୍ତର୍ଭୁକ୍ତ ।[୪][୫] ସାଧାରଣତଃ ଚିକେନ ମସଲା ପେଷ୍ଟର ମିଶ୍ରଣ ସହିତ ମାରିନେଟ୍ କରାଯାଏ । ବେଳେବେଳେ ସୋୟା ସସ୍ ସହିତ ମଧ୍ୟ ଗ୍ରିଲ୍ କରାଯାଏ ।
-
Set menu Ayam Bakar Tempe Tahu
-
Ayam Bakar Padang, West Sumatra
-
Ayam Bakar Taliwang, Lombok
ଆଧାର
ସମ୍ପାଦନା- ↑ "Indonesian Ayam Bakar (Barbecue Chicken) – Asian BBQ Series".
- ↑ Agmasari, Silvita, ed. (2022-02-08). "Resep Ayam Bakar Padang, Bumbu Meresap Sampai ke Tulang". Kompas.com (in ଇଣ୍ଡୋନେସୀୟ). Retrieved 2022-07-22.
- ↑ Liputan6.com (2019-06-14). Apriyono, Ahmad (ed.). "Ayam Iloni, Menu Khas Lebaran di Gorontalo yang Bikin Kangen". Liputan6.com (in ଇଣ୍ଡୋନେସୀୟ). Retrieved 2022-07-22.
{{cite news}}
: CS1 maint: numeric names: authors list (link) - ↑ Brissenden, Rosemary (2007). Southeast Asian Food, Classic and modern dishes from Indonesia, Malaysia, Singapore, Thailand, Laos, Cambodia and Vietnam. Periplus. p. 161. ISBN 978-0794604882. Retrieved 31 October 2014.
- ↑ "Ayam Bakar Bumbu Rujak". Tasty Indonesian Food.com. Tasty Indonesian Food.com. Retrieved 11 August 2013.