ଆସେଟିକ ଏସିଡ (ଡାକ୍ତରୀ ବ୍ୟବ‌ହାର)

ଡାକ୍ତରୀ ବ୍ୟବ‌ହାର

ଆସେଟିକ ଏସିଡ (ଇଂରାଜୀ ଭାଷାରେ Acetic acid, ଅନ୍ୟ ନାମ ଭିନିଗର/ vinegar) ଔଷଧ ଭାବରେ ଅନେକ କ୍ଷେତ୍ରରେ ବ୍ୟବ‌ହାର କରାଯାଏ । ବ‌ହିଃ କର୍ଣ୍ଣ ସଂକ୍ରମଣରେ (infections of the ear canal) ଏହା କାନ ଟୋପା ବା ଇଅର ଡ୍ରପ ଭାବରେ ପକେଇ ଚିକିତ୍ସା କରାଯାଏ ।[୧] କାନ ୱିକ (ear wick) ସାହାଯ୍ୟରେ ଏହା ବ୍ୟବ‌ହାର କରାଯାଏ ।[୨] ୟୁରିନାରି କାଥେଟର (urinary catheter) ଲାଗିଥିବା ରୋଗୀଙ୍କର ନଳୀ ଅବରୋଧ ହୋଇଥିଲେ ଓ ମୂତ୍ରାଶୟ ଫ୍ଲସିଙ୍ଗ (ଧୋଇବା) କରି ସଂକ୍ରମଣ ପ୍ରତିରୋଧ ନିମନ୍ତେ ଏହା ତରଳ ପଦାର୍ଥ ଆକାରରେ ବ୍ୟବ‌ହାର କରାଯାଏ ।[୩] ଯୋନୀପଥର (vagina) ପିଏଚ (pH) ସ୍ଥିର ରଖିବାକୁ ଏହା ଜେଲ ଆକାରରେ ବ୍ୟବ‌ହାର କରାଯାଏ ।[୪] ଜରାୟୁ କର୍କଟ (cervical cancer) ଚିହ୍ନଟ କରିବାକୁ ଜରାୟୁ ମୁଖ ସ୍କ୍ରିନିଙ୍ଗ (screening) କରିବା ବେଳେ ଏହା ଜରାୟୁ ମୁଖରେ (cervix) ଲଗାଯାଏ ।[୫]

ଆସେଟିକ ଏସିଡ
Chemical formula of acetic acid
Clinical data
Pronunciationa-SEE-tik
Trade namesAcetasol, Vasotate, Acid Jelly, Domeboro Otic, others
Synonymsvinegar
AHFS/Drugs.commonograph
Routes of
administration
ear drops
ATC code
Legal status
Legal status
Identifiers
CAS Number
PubChem CID
DrugBank
ChemSpider
Chemical and physical data
FormulaC2H4O2
Molar mass60.052
3D model (JSmol)
  • CC(=O)O
  • InChI=1S/C2H4O2/c1-2(3)4/h1H3,(H,3,4)
  • Key:QTBSBXVTEAMEQO-UHFFFAOYSA-N

ଏହି ଔଷଧ ଲଗେଇବା ସ୍ଥାନରେ ପୋଡ଼ାଜଳା ହୁଏ । କ୍ୱଚିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୬] କଣା କାନ ପରଦା (hole in the eardrum) ଥିଲେ ଏହି ଔଷଧ କାନରେ ପକାଯାଏନାହିଁ । ବ‌ହିଃ କର୍ଣ୍ଣର ଉଭୟ ଜୀବାଣୁ (bacterial) ଓ କବକ (fungal) ସଂକ୍ରମଣରେ ଏହା କାମକରେ ।[୭]

ପୁରାତନ ମିଶର (Ancient Egypt) ରାଜ୍ୟ ଅମଳରୁ ଆସେଟିକ ଏସିଡର ପ୍ରଚଳନ ଚିକିତ୍ସା କ୍ଷେତ୍ରରେ ଚାଲିଆସିଛି ।[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସାର ଖର୍ଚ୍ଚ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ।[୨] ବିକଶିତ ଦେଶମାନଙ୍କ ଅପେକ୍ଷା ବିକାଶଶୀଳ ଦେଶମାନଙ୍କରେ (developing world) ସାଧାରଣତଃ ବ‌ହିଃ କର୍ଣ୍ଣ ସଂକ୍ରମଣରେ ଏହି ଔଷଧ ଅଧିକ ବ୍ୟବ‌ହାର କରାଯାଏ । [୧୧]

ଆଧାର ସମ୍ପାଦନା

  1. "Acetic acid (otic) medical facts from Drugs.com". www.drugs.com. Retrieved 14 January 2017.
  2. ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 252. ISBN 9781284057560.
  3. "Acetic Acid". The American Society of Health-System Pharmacists. Retrieved 8 January 2017.
  4. "Acetic acid gel: Indications, Side Effects, Warnings - Drugs.com". www.drugs.com. Retrieved 14 January 2017.
  5. Fokom-Domgue, J; Combescure, C; Fokom-Defo, V; Tebeu, PM; Vassilakos, P; Kengne, AP; Petignat, P (3 July 2015). "Performance of alternative strategies for primary cervical cancer screening in sub-Saharan Africa: systematic review and meta-analysis of diagnostic test accuracy studies". BMJ (Clinical research ed.). 351: h3084. PMC 4490835. PMID 26142020.
  6. "Acetic acid otic Side Effects in Detail - Drugs.com". www.drugs.com. Retrieved 14 January 2017.
  7. "Acetic Acid - FDA prescribing information, side effects and uses". www.drugs.com. Retrieved 14 January 2017.
  8. Cook, Larry (2005). The Beginner's Guide to Natural Living: How to Cultivate a More Natural Lifestyle to Lose Weight, Prevent Degenerative Disease, Improve Your Energy and Attain Vibrant Health (in ଇଂରାଜୀ). EcoVision Communications. p. 107. ISBN 9780975536186.
  9. Cumston, C. G. (2013). The History of Medicine (in ଇଂରାଜୀ). Routledge. p. Chapter 2. ISBN 9781136194252.
  10. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  11. Desai, Bobby; Desai, Alpa (2016). Primary Care for Emergency Physicians (in ଇଂରାଜୀ). Springer. p. 36. ISBN 9783319443607.