ଆଷ୍ଟ୍ରୋସାଟ
ଆଷ୍ଟ୍ରୋସାଟ ଭାରତର ପ୍ରଥମ ମହାକାଶ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ। ଏହା କେବଳ ମହାକାଶ ପର୍ଯ୍ୟବେକ୍ଷଣ କାମ ପାଇଁ ଉଦ୍ଦିଷ୍ଟ। ରଞ୍ଜନରଶ୍ମୀ,ଅତିବାଇଗଣି ଭଳି ଆଲୋକର ବିଭିନ୍ନ ତରଙ୍ଗଦୈର୍ଘ୍ୟରେ ମହାକାଶର ବିଭିନ୍ନ ଉତ୍ସର ଅଧ୍ୟୟନ ଏକ ସମୟରେ କରିବାରେ ଏହା କ୍ଷମତା ସମ୍ପନ୍ନ।
ପରିଚାଳକ | ଭାରତୀୟ ମହାକାଶ ଗବେଷଣା ସଂସ୍ଥା |
---|---|
ୱେବସାଇଟ | http://astrosat.iucaa.in/ |
ମିସନ ଅବଧି | ୫ ବର୍ଷ (ଯୋଜନାନୁଯାୟୀ) |
ମହାକାଶ ଯାନର ବିଶେଷତ୍ୱ | |
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ | ୧୬୫୦ କି:ଗ୍ରା: |
ମିସନ ପ୍ରାରମ୍ଭ | |
ଉତକ୍ଷେପଣ ତାରିଖ | ୨୮ ସେପ୍ଟେମ୍ବର ୨୦୧୫ |
ରକେଟ୍ | ପିଏସଏଲଭି-ଏକ୍ସଏଲ |
ଉତକ୍ଷେପଣ ସ୍ଥଳ | ସତୀଶ ଧବନ ମହାକାଶ କେନ୍ଦ୍ର ଏଫ୍ଏଲପି |
କକ୍ଷପଥ ମାପଦଣ୍ଡ | |
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀ | ପୃଥିବୀକେନ୍ଦ୍ରୀୟ |
ମୁଖ୍ୟ | |
ତରଙ୍ଗଦୈର୍ଘ୍ୟମାନ | ଅତିବାଇଗଣିଠାରୁ ରଞ୍ଜନ ରଶ୍ମୀ |
ଉପକରଣମାନ | |
ଅଲ୍ଟ୍ରାଭାୟୋଲେଟ ଇମେଜିଙ୍ଗ ଟେଲିସ୍କୋପ (UVIT) ଏକ୍ସ-ରେ ଟେଲିସ୍କୋପ (SXT) LAXPC CZTI |
ଇତିହାସ
ସମ୍ପାଦନା୧୯୯୬ ମସିହାରେ ଏକ ସାଟେଲାଇଟରେ ଖଞ୍ଜା ଯାଇଥିବା ମହାକାଶ ପର୍ଯ୍ୟବେକ୍ଷଣକାରୀ ରଞ୍ଜନରଶ୍ମୀ ପରୀକ୍ଷଣ ଯନ୍ତ୍ରାଂଶ (IXAE)ର ସଫଳତାରେ ପ୍ରଭାବିତ ହୋଇ ୨୦୦୪ ମସିହାରେ ଏକ ସମ୍ପୂର୍ଣ୍ଣ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହର ବିକାଶ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅନୁମୋଦନ ମିଳିଥିଲା।
କାଳକ୍ରମ
ସମ୍ପାଦନା- ଅପ୍ରେଲ ୨୦୦୯: ଉପଗ୍ରହରେ ଖଞ୍ଜାଯିବାକୁ ଥିବା ଜଟିଳ ବୈଜ୍ଞାନିକ ଯନ୍ତ୍ରାଂଶଗୁଡ଼ିକ ଟାଟା ମୌଳିକ ଗବେଷଣା ଅନୁଷ୍ଠାନ (TIFR)ର ବୈଜ୍ଞାନିକ ମାନଙ୍କଦ୍ୱାରା ବିକଶିତ ହେଲା।
- ମଇ ୨୦୧୫: ଆଷ୍ଟ୍ରୋସାଟରେ ବିଭିନ୍ନ ଯନ୍ତ୍ରାଂଶ ଖଞ୍ଜିବାର ପ୍ରକ୍ରିୟା ସରିଲା ପରେ ଅନ୍ତିମ ପରୀକ୍ଷାମାନ କରାଗଲା।
- ୨୮ ସେପ୍ଟେମ୍ବର ୨୦୧୫: ସତୀଶ ଧବନ ମହାକାଶ କେନ୍ଦ୍ରରୁ ସକାଳ ୧୦ଟା ସମୟରେ ପିଏସଏଲଭି-ଏକ୍ସଏଲ ରକେଟଦ୍ୱାରା ଉତକ୍ଷେପଣ କରାଗଲା।
ଅଭିଯାନର ଲକ୍ଷ୍ୟ
ସମ୍ପାଦନା- ମହାକାଶୀୟ ବସ୍ତୁ ଏବଂ ପ୍ରକ୍ରିୟା ଗୁଡିକୁ ଅନୁଧ୍ୟାନ କରିବା ପାଇଁ ଏକ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହର ବିକାଶ।
- ଏକ ସମୟରେ ଆଲୋକର ବିଭିନ୍ନ ତରଙ୍ଗଦୈର୍ଘ୍ୟରେ ମହାକାଶୀୟ ବସ୍ତୁ ବା ଉତ୍ସମାନଙ୍କର ଅନୁଧ୍ୟାନ।
- କୃଷ୍ଣଗର୍ତ୍ତର ଉତ୍ସର ସନ୍ଧାନ।
- ନକ୍ଷତ୍ର ମାନଙ୍କର ଚୁମ୍ବକୀୟ କ୍ଷେତ୍ରର ଅନୁଧ୍ୟାନ।
- ମହାକାଶରେ ଚାଲିଥିବା ବିଭିନ୍ନ ଉଚ୍ଚ ଶକ୍ତି ସମ୍ପନ୍ନ ପ୍ରକ୍ରିୟା ଗୁଡିକର ଅନୁଧ୍ୟାନ।