କୃଷ୍ଣଗର୍ତ୍ତ (English: Black hole; ବ୍ଲାକ୍ ହୋଲ୍) ମହାଶୂନ୍ୟ-କାଳରେ (spacetime) ଏପରି ଏକ ସ୍ଥାନ ଯାହାର ମାଧ୍ୟାକର୍ଷଣ ସବୁକିଛି ଏପରିକି ଆଲୋକକୁ ବି ଖସି ଯିବାକୁ ଦେଇନଥାଏ ।[] ମହାକାଶରେ କୃଷ୍ଣଗର୍ତ୍ତ (ଈଂରାଜୀରେ Black Hole) ଅସୀମ (ଅତ୍ୟଧିକ) ବସ୍ତୁତ୍ୱ ବିଶିଷ୍ଟ ଏକ ବିନ୍ଦୁ । ସ୍ଥାନ-କାଳର ପଟ୍ଟ ଉପରେ ଅବସ୍ଥିତ ଏହି ବିନ୍ଦୁର ମହାକର୍ଷଣ ପ୍ରଭାବ ଏତେ ଅଧିକ ଯେ, ବ୍ରହ୍ମାଣ୍ଡରେ ସର୍ବାଧିକ ବେଗର ଅଧିକାରୀ ଆଲୋକ ମଧ୍ୟ ତା’ର ମହାକର୍ଷଣକୁ ପ୍ରତିହତ କରିବାରେ ଅସମର୍ଥ ହୋଇଥାଏ ।[] ବସ୍ତୁଠାରୁ ଆସୁଥିବା ଆଲୋକ ଆମ ଆଖି ପର୍ଯ୍ୟନ୍ତ ଆସିଲେ ଆମେ ତା’କୁ ଦେଖିପାରୁ । ଆଲୋକ ଯାହାର ମହାକର୍ଷଣ ପ୍ରଭାବରୁ ବାହାରି ପାରୁନାହିଁ, ତା’କୁ ଆମେ ଦେଖି ପାରିବା ନାହିଁ । ତେଣୁ ଏହି ବସ୍ତୁକୁ ଆମେ ଏକ ଅଦୃଶ୍ୟ ଛିଦ୍ର ବୋଲି କହିପାରିବା । ସାଧାରଣ ଆପେକ୍ଷିକତା ତତ୍ତ୍ୱ ଅନୁସାରେ, ମହାକାଶରେ ଅତି ଘନ ବସ୍ତୁ ସ୍ଥାନ-କାଳର ସଂରଚନାକୁ ସମ୍ପୂର୍ଣ୍ଣ ଭାବେ ବିକୃତ କରି କୃଷ୍ଣଗର୍ତ୍ତ ଭାବେ ପରିଗଣିତ ହୁଏ ।[][] ଏହା ଅଦୃଶ୍ୟମାନ ବୋଲି କଳା ବା କୃଷ୍ଣ ଏବଂ ଏହାର ଗୋଲକାକୃତି ୨ ଆୟାମରେ ବୃତ୍ତ ବା ଛିଦ୍ର ପରି ଦେଖାଯାଏ । 

Schwarzschild black hole
କୃଷ୍ଣଗର୍ତ୍ତ ଯୋଗୁଁ ହେଉଥିବା ମହାକର୍ଷଣୀୟ ଲେନ୍ସିଂର କମ୍ପ୍ୟୁଟର୍ ସହାୟତାରେ ହୋଇଥିବା ଅନୁକରଣ - ଏହି ପ୍ରଭାବରେ ପଛପଟେ ଥିବା ଏକ ଆକାଶଗଙ୍ଗାର ଆକାର ବିକୃତ ହୋଇଯାଉଛି

କୃଷ୍ଣଗର୍ତ୍ତ ଚତୁଃପାର୍ଶ୍ୱକୁ ପାରକରି ଏହାର ପ୍ରଭାବ କ୍ଷେତ୍ର ବାହାରକୁ ଯାଇହେବ ନାହିଁ । କୃଷ୍ଣଗର୍ତ୍ତର ପ୍ରଭାବ କ୍ଷେତ୍ରକୁ “ଘଟଣା କ୍ଷିତିଜ” (ଈଂରାଜୀରେ Event Horizon) ବୋଲି କୁହାଯାଏ । ଏହି ଘଟଣା କ୍ଷିତିଜ ବାହାରେ ଥିବା ଜଣେ ଦେଖଣାହାରୀ ଏହା ଭିତରେ କଣ ହେଉଛି ତାହା ଦେଖି/ଜାଣି ପାରିବ ନାହିଁ ।  ଅପରପକ୍ଷେ କୃଷ୍ଣଗର୍ତ୍ତ ମଧ୍ୟରେ ସ୍ଥାନ-କାଳ ସଂରଚନା ସମ୍ପୂର୍ଣ୍ଣଭାବେ ବିକୃତ । ତେଣୁ ଏହା ମଧ୍ୟକୁ ଯଦି ଜଣେ ଦେଖଣାହାରୀ ପ୍ରବେଶ କରେ ତେବେ ତା’କୁ କେବଳ ଏକକତ୍ୱ ବିନ୍ଦୁ (ଈଂରାଜୀରେ Point of Singularity) ଦେଖାଯିବ । ଘଟଣା କ୍ଷିତିଜର ପରିଧିରେ ପଶିଲେ କଣ ଘଟୁଛି ତାହା ଜଣାପଡିବ ନାହିଁ ବୋଲି ବୋଧହୁଏ ଏପରି ନାମକରଣ ହୋଇଛି । 

କୃଷ୍ଣଗର୍ତ୍ତକୁ ଥର୍ମୋଡାଇନାମିକ୍ସର ଆଦର୍ଶ କୃଷ୍ଣବସ୍ତୁ (ଈଂରାଜୀରେ Ideal Black Body) ବୋଲି ମଧ୍ୟ କୁହାଯାଇପାରେ ।[][] ଆଦର୍ଶ କୃଷ୍ଣ ବସ୍ତୁ ସବୁ ଆଲୋକ ଶୋଷିନେଇଥାଏ ଓ କିଛି ବି ଆଲୋକର ପ୍ରତିଫଳନ ହୁଏନାହିଁ ।  ବିକୃତ ସ୍ଥାନ-କାଳର ପ୍ରମାତ୍ର କ୍ଷେତ୍ର ତତ୍ତ୍ୱ ଅନୁସାରେ ବସ୍ତୁତ୍ୱ ଓ ତାପମାତ୍ରାର ବିପରୀତ ଅନୁପାତ ବିଶିଷ୍ଟ କୃଷ୍ଣବସ୍ତୁରୁ ଯେଉଁ ପ୍ରକାରର ହକିଂଗ୍ ବିକିରଣ ହୁଏ, ଘଟଣା କ୍ଷିତିଜରୁ ମଧ୍ୟ ସେହି ପ୍ରକାରର ବିକିରଣ ସମ୍ଭବପର ।  ଅତ୍ୟଧିକ ବସ୍ତୁତ୍ୱବିଶିଷ୍ଟ କୃଷ୍ଣଗର୍ତ୍ତର ତାପମାତ୍ରା ପ୍ରାୟ ଏକ କେଲ୍ଭିନର ଏକ ନିୟୁତାଂଶ ଭାଗ ସହିତ ସମାନ ଓ ଏହାକୁ ଦେଖିବା ପ୍ରାୟ ଅସମ୍ଭବ । 

ଜନ୍ ମିଶେଲ୍ ଓ ପିଏରେ-ସିମୋନ୍ ଲାପ୍ଲାସ୍ ଅଷ୍ଟାଦଶ ଶତାବ୍ଦୀରେ ପ୍ରଥମେ ଏପରି ବସ୍ତୁର (ଯାହାର ମହାକର୍ଷଣ ପ୍ରଭାବକୁ ଆଲୋକ ମଧ୍ୟ ଭେଦ କରିପାରେ ନାହିଁ) କଳ୍ପନା କରିଥିଲେ ।  ୧୯୧୬ ମସିହାରେ ସାଧାରଣ ଆପେକ୍ଷିକତା ତତ୍ତ୍ୱର ବ୍ୟବହାର କରି କାର୍ଲ୍ ଶ୍ୱାର୍ଜଶିଲ୍ଡ୍ କୃଷ୍ଣଗର୍ତ୍ତର ପ୍ରକୃତି କଳନା କରିବାର ଚେଷ୍ଟା କରିଥିଲେ । କିନ୍ତୁ ୧୯୫୮ ମସିହାରେ ଡେଭିଡ୍ ଫିଙ୍କେଲଷ୍ଟାଇନ୍ ଏହି ପରିଭାଷା (ଯେ ଏହା ମହାକାଶର ଏକ ସ୍ଥାନ ଆଲୋକଦ୍ୱାରା ଅଭେଦ୍ୟ) ସମ୍ବନ୍ଧରେ ନିଜ ଲେଖାରେ ପ୍ରକାଶ କରିଥିଲେ । ନ୍ୟୁଟ୍ରନ୍ ତାରାର ଆବିଷ୍କାର ତା’ ସହିତ ଏକ କୌତୁହଳ ସୃଷ୍ଟି କଲା ଯେ – ନ୍ୟୁଟ୍ରନ୍ ତାରାର ମହାକର୍ଷଣୀୟ କ୍ଷୟ ଘଟିଲେ ଏକ ଅତିଘନ ବସ୍ତୁତ୍ୱର ସୃଷ୍ଟି ସମ୍ଭବପର ।  

ଏକ ଅତ୍ୟଧିକ ବସ୍ତୁତ୍ୱବିଶିଷ୍ଟ ନକ୍ଷତ୍ର ନିଜ ଜୀବନ କାଳର ଶେଷରେ ସଂକୁଚିତ ହୋଇ ଅତ୍ୟଧିକ ବସ୍ତୁତ୍ୱର କୃଷ୍ଣଗର୍ତ୍ତର ସୃଷ୍ଟି ହୁଏ । କୃଷ୍ଣଗର୍ତ୍ତର ସୃଷ୍ଟି ପରେ ନିଜ ପାଖରେ ଥିବା ମହାଜାଗତିକ ବସ୍ତୁକୁ ନିଜ ଆକର୍ଷଣରେ ଶୋଷି ନେଇ ବା ଅନ୍ୟ କୃଷ୍ଣଗର୍ତ୍ତ ସହିତ ସମ୍ମିଳିତ ହୋଇ ଏହା ଲକ୍ଷାଧିକ ସୌରବସ୍ତୁତ୍ୱ ବିଶିଷ୍ଟ ଅତିବୃହତ୍ କୃଷ୍ଣଗର୍ତ୍ତରେ ପରିଣତ ହୋଇପାରେ । ସମସ୍ତ ଆକାଶଗଙ୍ଗାର କେନ୍ଦ୍ରରେ ଏକ ଅତିବୃହତ୍ କୃଷ୍ଣଗର୍ତ୍ତର ଅବସ୍ଥିତି ଥିବା ଅଧିକାଂଶ ଗବେଷକଙ୍କଦ୍ୱାରା ସମର୍ଥିତ । 

କୃଷ୍ଣଗର୍ତ୍ତର ଅଭ୍ୟନ୍ତର ଅଦୃଶ୍ୟମାନ କିନ୍ତୁ ଏହାର ବହିଃ ପାର୍ଶ୍ୱରେ ଥିବା ବସ୍ତୁ ଓ ଆଲୋକ ଏହାର ଘଟଣା କ୍ଷିତିଜର ସଂଶ୍ପର୍ଷରେ ଆସିଲେ କୃଷ୍ଣଗର୍ତ୍ତର ଉପସ୍ଥିତି ଜଣାପଡେ । ବସ୍ତୁ ବା ଆଲୋକ କୃଷ୍ଣଗର୍ତ୍ତର ଘଟଣା କ୍ଷିତିଜକୁ ପ୍ରବେଶ କରିବା ପୂର୍ବରୁ ଏକ ଅତି ଉଜ୍ଜ୍ୱଳ ସଂବୃଦ୍ଧ କୁଣ୍ଡଳୀ (ଈଂରାଜୀରେ Accretion Disc) ରୂପରେ ଦେଖାଯାନ୍ତି । ଯଦି କୌଣସି ନକ୍ଷତ୍ର କୃଷ୍ଣଗର୍ତ୍ତର ପରିକ୍ରମଣ କରୁଥାଏ ତେବେ ତାହାର ପରିକ୍ରମଣ ପଥରୁ କୃଷ୍ଣଗର୍ତ୍ତର ବସ୍ତୁତ୍ୱ ଓ ଅବସ୍ଥିତି ବିଷୟରେ ଜାଣିହେବ । ଖଗୋଳ ବିଜ୍ଞାନୀମାନେ ପରୀକ୍ଷାକରି ଅନେକ ଅତିବୃହତ୍ କୃଷ୍ଣଗର୍ତ୍ତମାନଙ୍କର ସନ୍ଧାନ କରିଛନ୍ତି । ଆମ ଆକାଶ ଗଙ୍ଗାର କେନ୍ଦ୍ରରେ “ସାଜିଟେରିୟସ୍-ଏ ଷ୍ଟାର୍” ନାମକ ରେଡିଓ ଉତ୍ସଟି ୪୩ ଲକ୍ଷ ସୌରବସ୍ତୁତ୍ୱ ବିଶିଷ୍ଟ ଏକ କୃଷ୍ଣଗର୍ତ୍ତ ।   

୧୧ ଫେବୃଆରୀ ୨୦୧୬ରେ ଏଲ.ଆଇ.ଜି.ଓ ସଂଗଠନ ଦୁଇଟି କୃଷ୍ଣଗର୍ତ୍ତର ସମ୍ମିଳନ ଯୋଗୁଁ ଜାତ ହୋଇଥିବା ମହାକର୍ଷଣୀୟ ତରଙ୍ଗର ଅନୁସନ୍ଧାନ କରିବାରେ ସଫଳ ହୋଇଥିଲା ।[] ପୁଣି ୧୫ ଜୁନ୍ ୨୦୧୬ରେ କୃଷ୍ଣଗର୍ତ୍ତର ଧକ୍କା ଯୋଗୁଁ ସୃଷ୍ଟ ଆଉ ଏକ ମହାକର୍ଷଣୀୟ ତରଙ୍ଗର ସୂଚନା ପ୍ରକାଶ ପାଇଥିଲା । ଅପ୍ରେଲ ୨୦୧୯ରେ କୃଷ୍ଣଗର୍ତ୍ତର ପ୍ରଥମ ବାସ୍ତବିକ ଛବି ସର୍ବସାଧାରଣରେ ପ୍ରକାଶ କରାଯାଇଥିଲା ।[]

ଅପ୍ରେଲ ୨୦୧୯ରେ ପ୍ରକାଶ ପାଇଥିବା ପ୍ରଥମ କୃଷ୍ଣଗର୍ତ୍ତର (Black Hole) ଛବି

ଇତିହାସ

ସମ୍ପାଦନା
 
କୃଷ୍ଣଗର୍ତ୍ତ ସହିତ ଆକାଶଗଙ୍ଗାର ଏକ କମ୍ପ୍ୟୁଟର୍ ଅନୁକରଣ ଚିତ୍ର

ପ୍ରଥମେ ୧୭୮୩-୮୪ ମସିହା ବେଳକୁ ଖଗୋଳ ବିଜ୍ଞାନଶାସ୍ତ୍ରୀ ଜନ୍ ମିଶେଲ୍ ଆଲୋକଦ୍ୱାରା ଅଭେଦ୍ୟ ଏକ ଅତ୍ୟଧିକ ବସ୍ତୁତ୍ୱର ବସ୍ତୁତ୍ୱର କଳ୍ପନା କରିଥିଲେ । ଜନ୍ ମିଶେଲ୍ ୧୭୮୩ ମସିହାରେ ରୟାଲ ସୋସାଇଟିର ହେନେରୀ କଭେଣ୍ଡିସ୍‌ଙ୍କ ପାଖକୁ ଏକ ଚିଠି ଲେଖିଥିଲେ; ସେଥିରେ ସେ ପ୍ରଥମେଥର ପାଇଁ ଏକ ବିଶାଳ ବସ୍ତୁ (body) କଥା କହିଥିଲେ ଯେଉଁଥିରୁ କୌଣସି ଜିନିଷ ଏପରିକି ଆଲୋକ ବି ଖସିଯାଇପାରେ ନାହିଁ । ମିଶେଲଙ୍କ ଗଣନା ଅନୁସାରେ ଏପରି ବସ୍ତୁର ଘନତ୍ୱ ଆମ ସୂର୍ଯ୍ୟ ପରି ହେଲେ ଓ ଯଦି କୌଣସି ନକ୍ଷତ୍ରର ବ୍ୟାସ ସୂର୍ଯ୍ୟର ୫୦୦ ଗୁଣ ହୁଏ ତେବେ, ଏପରି କଳ୍ପନା ବାସ୍ତବ ହୋଇପାରିବ ।  ମିଶେଲ୍ ଆହୁରି ମଧ୍ୟ କହିଲେ ଯେ ଏପରି ଅତ୍ୟଧିକ ବସ୍ତୁତ୍ୱ କିନ୍ତୁ କୌଣସି ପ୍ରକାରର ବିକିରଣ କରୁନଥିବା ବସ୍ତୁର ଉପସ୍ଥିତି କେବଳ ତାର ମହାକର୍ଷଣ ପ୍ରଭାବ ଯୋଗୁଁ ଜାଣିହେବ । ସେ ସମୟର ଗବେଷକଙ୍କ ମନରେ ଏପରି ଏକ ବୃହତ୍ ଓ ଅଦୃଶ୍ୟ ନକ୍ଷତ୍ରର କଳ୍ପନା ଅନେକ କୌତୁହଳ ସୃଷ୍ଟି କଲା ।

If the semi-diameter of a sphere of the same density as the Sun were to exceed that of the Sun in the proportion of 500 to 1, a body falling from an infinite height towards it would have acquired at its surface greater velocity than that of light, and consequently supposing light to be attracted by the same force in proportion to its vis inertiae, with other bodies, all light emitted from such a body would be made to return towards it by its own proper gravity.

— ଜନ୍ ମିଶେଲ୍[]

୧୭୯୬ ରେ, ଗଣିତଜ୍ଞ ପିଅର୍-ସାଇମନ୍ ଲାପ୍ଲାସ୍ ନିଜ ବହି Exposition du système du Mondeର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣରେ ଏହି ଆଇଡିଆର ପ୍ରଚାର କରିଥିଲେ । (ଏହାକୁ ପରବର୍ତ୍ତୀ ସଂସ୍କରଣ ଗୁଡ଼ିକରେ ବାଦ୍ ଦିଆଯାଇଥିଲା ।).[୧୦][୧୧] Such "dark stars" were largely ignored in the nineteenth century, since it was not understood how a massless wave such as light could be influenced by gravity.[୧୨]

କିନ୍ତୁ ୧୯ଶ ଶତାବ୍ଦୀର ପ୍ରାରମ୍ଭରେ ଆଲୋକର ତରଙ୍ଗୀୟ ପ୍ରକୃତିର ଆବିଷ୍କାର ପରେ ଏହି କୌତୁହଳ ଲୋପ ପାଇବାକୁ ଲାଗିଲା । କାରଣ, ଯଦି ଆଲୋକ କଣିକା ପରିବର୍ତ୍ତେ ଏକ ତରଙ୍ଗ ରୂପରେ ରହେ, ତେବେ ମହାକର୍ଷଣ ଶକ୍ତିଦ୍ୱାରା କଦାପି ପ୍ରଭାବିତ ହୋଇପାରିବ ନାହିଁ ।  ସେ ଯାହା ହେଉ, ସାଧାରଣ ଆପେକ୍ଷିକତା ତତ୍ତ୍ୱର ପରିପ୍ରକାଶ ପରେ ମିଶେଲଙ୍କ ନକ୍ଷତ୍ରପୃଷ୍ଠରୁ ନିର୍ଗତ ଆଲୋକରଶ୍ମୀ ନକ୍ଷତ୍ରର ମହାକର୍ଷଣ ପ୍ରଭାବରେ ପଛକୁ ଫେରିଯିବାର କଳ୍ପନା କେବେବି ସମ୍ଭବ ନୁହେଁ ବୋଲି ଜଣାପଡିଲା । [୧୩][୧୪][୧୫]

ସାଧାରଣ ଆପେକ୍ଷିକତା ତତ୍ତ୍ୱ

ସମ୍ପାଦନା

ମହାକର୍ଷଣ ଆଲୋକର ଗତିକୁ ପ୍ରଭାବିତ କରେ ବୋଲି ପ୍ରମାଣ ଦେବା ପରେ, ୧୯୧୫ ମସିହାରେ ଆଲବର୍ଟ୍ ଆଇନ୍ ଷ୍ଟାଇନ୍ ସାଧାରଣ ଆପେକ୍ଷିକତା ତତ୍ତ୍ୱ ପ୍ରକାଶ କରିଥିଲେ ।  କିଛି ମାସ ପରେ କାର୍ଲ୍ ଶ୍ୱାର୍ଜଶିଲ୍ଡ୍, ବିନ୍ଦୁ ଓ ଗୋଲକାକାର ବସ୍ତୁଙ୍କ ପାଇଁ ପ୍ରଯୁଜ୍ୟ ଆଇନ୍ ଷ୍ଟାଇନଙ୍କ କ୍ଷେତ୍ର ସମୀକରଣର ସମାଧାନ ଖୋଜି ବାହାର କଲେ ।[୧୬] ଏହାର କିଛି ମାସ ପରେ ହେଣ୍ଡରିକ୍ ଲୋରେଞ୍ଜଙ୍କ ଛାତ୍ର ୟୋହାନେସ୍ ଦ୍ରୋଷ୍ଟେ ବିନ୍ଦୁ ଆକୃତିର ବସ୍ତୁଙ୍କ ପାଇଁ ସମୀକରଣର ସମାନ ସମାଧାନ ଓ ସେମାନଙ୍କ ପ୍ରକୃତି ସମ୍ପର୍କରେ ବିସ୍ତୃତ ଧାରଣା ଦେଲେ ।[୧୭][୧୮] ଏହି ସମୀକରଣର ସମାଧାନ ଅନୁସାରେ, ଏକ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଆଇନ୍ ଷ୍ଟାଇନ୍ ସମୀକରଣର କେତେକ ଉପାଦାନର ମୂଲ୍ୟ  ଅସୀମ (ଈଂରାଜୀରେ Infinite) ହୋଇଯାଏ ଓ ଏହି ଦୂରତା ମଧ୍ୟରେ ସବୁ ସ୍ଥାନରେ ଏକକତ୍ୱ ସୃଷ୍ଟି ହୁଏ । ଏହି ନିର୍ଦ୍ଦିଷ୍ଟ ଦୂରତାକୁ ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧ (ଈଂରାଜୀରେ Schwarzschild Radius) ବୋଲି କୁହାଯାଏ ।[୧୯] କୌଣସି ବସ୍ତୁର ପୃଷ୍ଠର ଏପରି ପ୍ରକୃତି ସେତେବେଳେ କେହି ବୁଝିପାରି ନଥିଲେ । ୧୯୨୪ରେ ଆର୍ଥର୍ ଏଡିଙ୍ଗଟନ୍ ଓ ୧୯୩୩ରେ ଜ୍ୟୋର୍ଜେସ୍ ଲେମୋତ୍ରେ ଏକକତ୍ୱ ସମ୍ପର୍କିତ ଏହି ପରୀକ୍ଷଣରୁ ତାହାର ପ୍ରକୃତି ସମ୍ପର୍କରେ ଅଧିକ ବିବରଣୀ ଦେଇଥିଲେ । 

ବିଶେଷ ଆପେକ୍ଷିକତାର ବ୍ୟବହାର କରି,୧୯୩୧ ମସିହାରେ ସୁବ୍ରମଣ୍ୟନ୍ ଚନ୍ଦ୍ରଶେଖର ଗଣନା କରି କହିଲେ ଯେ ଏକ ଆବର୍ତ୍ତନହୀନ ଇଲେକ୍ଟ୍ରନବିହୀନ କୌଣସି ବସ୍ତୁର ସର୍ବାଧିକ ବସ୍ତୁତ୍ୱ ସୀମିତ ଓ ଏହା ପରେ ବସ୍ତୁ ପାଇଁ ସବୁ ସମୀକରଣର ସମାଧାନ ଅସ୍ଥାୟୀ ବା ଅସମ୍ଭବ ।[୨୦] ୧.୪ ସୌରବସ୍ତୁତ୍ୱର ଏହି ସୀମାକୁ “ଚନ୍ଦ୍ରଶେଖର ସୀମା (ଈଂରାଜୀରେ Chandrasekhar Limit)” ବୋଲି କୁହାଯାଏ । କିନ୍ତୁ ଚନ୍ଦ୍ରଶେଖରଙ୍କ ଏହି ମତ ସହିତ ତାଙ୍କ ସମସାମୟିକ ଏଡିଙ୍ଗଟନ୍ ଓ ଲେଭ୍ ଲାଣ୍ଡାଉ ଅସହମତ ଥିଲେ ।[୨୧] ନିରୀକ୍ଷଣରୁ ଜଣା ପଡିଛି ଯେ ଚନ୍ଦ୍ରଶେଖର ସୀମାରୁ ସାମାନ୍ୟ ଅଧିକ ବସ୍ତୁତ୍ୱର ଶ୍ୱେତ ବାମନ ତାରା ଏକ ନ୍ୟୁଟ୍ରନ୍ ତାରାରେ ପରିଣତ ହୁଏ ଓ ପଲିଙ୍କ ବହିଷ୍କରଣ ନିୟମଦ୍ୱାରା ଏହାର ସ୍ଥାୟିତ୍ୱ ପ୍ରତିପାଦିତ ହୁଏ । ଏଥିଯୋଗୁଁ କୌଣସି ଏକ ପ୍ରକ୍ରିୟାଦ୍ୱାରା ନକ୍ଷତ୍ରର ସଂକୁଚନ ଚନ୍ଦ୍ରଶେଖର ସୀମା ଅତିକ୍ରମ କରିପାରେ ବୋଲି ଏଡିଙ୍ଗଟନଙ୍କ ଅନୁମାନ କେତେକାଂଶରେ ସତ ।[୨୨] ୧୯୩୯ରେ ରବର୍ଟ୍ ଓପନହାଇମର୍ ଓ ଅନ୍ୟ କେତେଜଣ ବୈଜ୍ଞାନିକ ଅନୁମାନ କରିଥିଲେ ଯେ ୩ ସୌରବସ୍ତୁତ୍ୱରୁ ଅଧିକ ବସ୍ତୁତ୍ୱବିଶିଷ୍ଟ ନ୍ୟୁଟ୍ରନ୍ ତାରାଗୁଡିକ ଚନ୍ଦ୍ରଶେଖରଙ୍କ ନିୟମାନୁସାରେ ସଂକୁଚିତ ହୋଇ କୃଷ୍ଣଗର୍ତ୍ତରେ ପରିଣତ ହୁଅନ୍ତି । 

ଓପନହାଇମର୍ ଓ ତାଙ୍କ ସହଲେଖକମାନଙ୍କ ମତାନୁସାରେ ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧର ପରିସୀମାରେ ସମୟ ଅତିବାହିତ ହେବା ବନ୍ଦ ହୋଇଯାଏ, ତେଣୁ ଏହିଠାରୁ ଏକକତ୍ୱର ପ୍ରାରମ୍ଭ ।[୨୩] ଏହି ଦୃଷ୍ଟିକୋଣ ଘଟଣା କ୍ଷିତିଜ ବାହାରେ ଥିବା ଜଣେ ଦେଖଣାହାରୀ ପାଇଁ ଠିକ୍ ହୋଇପାରେ, କିନ୍ତୁ କୃଷ୍ଣଛିଦ୍ରକୁ ପ୍ରବେଶ କରୁଥିବା ଜଣେ ଦେଖଣାହାରୀ ପାଇଁ ଏହା ସତ ନ ହୋଇପାରେ । ଏହି କାରଣରୁ ସଂକୁଚିତ ହେଉଥିବା ଏକ ନକ୍ଷତ୍ରର ବହିର୍ଭାଗ ଥଣ୍ଡାରେ ଜମିଯିବାବେଳେ ସମୟ ବନ୍ଦ ହୋଇଯିବାରୁ ଜଣେ ବାହ୍ୟ ଦେଖଣାହାରୀ ଦେଖିପାରିବ । ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧର ସୀମା ମଧ୍ୟରେ ହେଉଥିବା ତା’ ପରବର୍ତ୍ତୀ ସଂକୁଚନ ଦେଖଣାହାରୀ ଜାଣିପାରିବ ନାହିଁ ।

ସ୍ୱର୍ଣ୍ଣଯୁଗ

ସମ୍ପାଦନା

୧୯୫୮ ମସିହାରେ ଡେଭିଡ୍ ଫିଙ୍କେଲଷ୍ଟାଇନ୍ ମତ ରଖିଲେ ଯେ ଶ୍ୱାର୍ଜଶିଲ୍ଡ୍ ପୃଷ୍ଠକୁ ଘଟଣା କ୍ଷିତିଜ ବୋଲି ବିବେଚନା କରିବା ଉଚିତ୍ । କାରଣ ଶ୍ୱାର୍ଜଶିଲ୍ଡ୍ ପୃଷ୍ଠ ଏକ ଚାଲୁଣି ପରି ଓ ଯେ କୌଣସି ବସ୍ତୁ ଏହାକୁ ଅତିକ୍ରମ କରି ଗୋଟିଏ ଦିଗରେ ଯାଇପାରେ ।  ଓପନହାଇମରଙ୍କ ମତ ସହିତ ଏହା କୃଷ୍ଣଗର୍ତ୍ତକୁ ପ୍ରବେଶ କରୁଥିବା ଦେଖଣାହାରୀର ମତକୁ ଏକ ସୂତ୍ରରେ ବାନ୍ଧି ପାରିଲା ।[୨୪]  

ସାଧାରଣ ଆପେକ୍ଷିକତା ଓ କୃଷ୍ଣଗର୍ତ୍ତ ପଛର ବିଜ୍ଞାନ ଅନେକ ଗବେଷକଙ୍କୁ ଆକୃଷ୍ଟ କଲା ଓ ଏହିଠାରୁ ସ୍ୱର୍ଣ୍ଣଯୁଗର ପ୍ରାରମ୍ଭ ହେଲା । ୧୯୬୭ରେ ପଲସାର୍ ଆବିଷ୍କୃତ ହେଲା[୨୫][୨୬] ଓ ୧୯୬୯ ବେଳକୁ ଜଣାପଡିଲା ଯେ ପଲସାର୍ଗୁଡ଼ିକ ଅଧିକ ବେଗରେ ଆବର୍ତ୍ତନ କରୁଥିବା ନ୍ୟୁଟ୍ରନ୍ ତାରା ଛଡା ଅନ୍ୟ କିଛି ନୁହଁ ।[୨୭] ଭୌତିକ ସତ୍ତା ପ୍ରତିପାଦିତ ହେବା ପରେ, ନ୍ୟୁଟ୍ରନ୍ ତାରା କଳ୍ପନା ଜଗତରୁ ବାହାରି ବିଜ୍ଞାନରେ ସ୍ଥାନ ପାଇଲା ଓ ପୁନଶ୍ଚ ମହାକର୍ଷଣୀୟ ସଂକୁଚନ କଣ କଣ କରିପାରେ ତାହା ସମ୍ବନ୍ଧୀୟ ଆଲୋଚନାକୁ ଖୋରାକ ଯୋଗାଇଲା । ସେତେବେଳ ପର୍ଯ୍ୟନ୍ତ କୃଷ୍ଣଗର୍ତ୍ତର ଅନେକ ସାଧାରଣ ସମାଧାନ ବାହାରି ପାରିଥିଲା । 

୧୯୬୩ରେ ରୋଏ କେର୍ ଆବର୍ତ୍ତନଶୀଳ କୃଷ୍ଣଗର୍ତ୍ତର ସମୀକରଣର ସମାଧାନ କରିଥିଲେ ।[୨୮] ୧୯୬୫ ବେଳକୁ ଏର୍ଜା ନ୍ୟୁମେନ୍ ଚାର୍ଜବିଶିଷ୍ଟ ଓ ଆବର୍ତ୍ତନଶୀଳ କୃଷ୍ଣଗର୍ତ୍ତର ସମୀକରଣ ଲେଖିବାରେ ସମର୍ଥ ହେଲେ । ପରବର୍ତ୍ତୀ ସମୟରେ ସ୍ଥାୟୀ କୃଷ୍ଣଗର୍ତ୍ତପାଇଁ ନିୟମ ପ୍ରଚଳିତ ହେଲା ଓ ବସ୍ତୁତ୍ୱ, କୋଣୀୟ ସଂବେଗ ଓ ଚାର୍ଜ୍ ତାହାର ତିନୋଟି ପ୍ରକୃତି ବୋଲି କୁହାଗଲା । କେତେକ ବୈଜ୍ଞାନିକ ଏକକତ୍ୱ ସବୁ କ୍ଷେତ୍ରରେ ସତ୍ୟ ନୁହଁ ବୋଲି ମତ ପୋଷଣ କରିଥିଲେ, କିନ୍ତୁ ୧୯୬୦ରେ ରୋଜର୍ ପେନରୋଜ୍ ଏବଂ ଷ୍ଟିଫେନ୍ ହକିଂଗ୍ ଏକକତ୍ୱର ବ୍ୟାପକତା ପ୍ରମାଣିତ କରଥିଲେ ।  ଜେମସ୍ ବାରଡୀନ୍, ଜେକବ୍ ବେକେନଷ୍ଟାଇନ୍, କାର୍ଟର୍ ଓ ହକିଂଗ୍ ୧୯୭୦ ଦଶକର ପ୍ରାରମ୍ଭରେ କୃଷ୍ଣଗର୍ତ୍ତ ସମ୍ବନ୍ଧୀୟ ଥର୍ମୋଡାଇନାମିକ୍ସ୍ ଜାଣିବାରେ ଆଗ୍ରହ ପ୍ରକାଶ କଲେ ଓ କେତେକ ନିୟମର ପ୍ରଚଳନ କରାଇଲେ । ୧୯୭୪ରେ ଷ୍ଟିଫେନ୍ ହକିଂଗ୍ କେତେକ ପରୀକ୍ଷଣଦ୍ୱାରା କୃଷ୍ଣଗର୍ତ୍ତର ବିଜ୍ଞାନ, ଥର୍ମୋଡାଇନାମିକ୍ସର ନିୟମ ଓ ପ୍ରମାତ୍ର ଯାନ୍ତ୍ରିକତ୍ୱର ନିୟମମାନଙ୍କ ମଧ୍ୟରେ ଥିବା ଅନେକ ସାମଞ୍ଜସ୍ୟ ଦର୍ଶାଇଥିଲେ । 

୧୮ ଜାନୁଆରୀ ୧୯୬୪ର୍ ଆନ୍ ଏୱିଂଗ୍ ବୋଲି ଜଣେ ସାମ୍ବାଦିକା ପ୍ରଥମେ “ମହାକାଶରେ କୃଷ୍ଣଗର୍ତ୍ତ” ନାମକ ଏକ ନିବନ୍ଧ ପ୍ରକାଶିତ କରିଥିଲେ । ଏଥିରେ ପ୍ରଥମ ଥର ପାଇଁ କୃଷ୍ଣଗର୍ତ୍ତ ନାମର ଉଲ୍ଲେଖ ହେଲା । ପରେ ୧୯୬୭ରେ ଜନ୍ ୱିଲର୍ ନିଜର ଛାତ୍ରଙ୍କଠାରୁ ଏହି ଶବ୍ଦ ଶୁଣି ବିଜ୍ଞାନ ଶବ୍ଦାବଳୀରେ ଏହା ବ୍ୟବହାର କରିବା ଆରମ୍ଭ କଲେ । 

ଗୁଣ ଓ ସଂରଚନା

ସମ୍ପାଦନା

ଭୌତିକ ଗୁଣ

ସମ୍ପାଦନା

କୃଷ୍ଣଗର୍ତ୍ତର ବିଭିନ୍ନ ଶ୍ରେଣୀ

ସମ୍ପାଦନା

କୋଣୀୟ ସଂବେଗ ଓ ବୈଦ୍ୟୁତିକ ଚାର୍ଜର ବିଚାର ନକରି କେବଳ ବସ୍ତୁତ୍ୱ ଆଧାରରେ କୃଷ୍ଣଗର୍ତ୍ତମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଏ । [୨୯]

କୃଷ୍ଣଗର୍ତ୍ତର ଶ୍ରେଣୀ ବସ୍ତୁତ୍ୱ ଆକାର ବା ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧ
ଅତିଗୁରୁ କୃଷ୍ଣଗର୍ତ୍ତ ~୧୦୫ରୁ ୧୦୧୦ ସୌରବସ୍ତୁତ୍ୱ ~୦.୦୦୧ରୁ ୪୦୦ ଏ.ୟୁ.
ମଧ୍ୟମ ବସ୍ତୁତ୍ୱ କୃଷ୍ଣଗର୍ତ୍ତ ~୧୦୩ ସୌରବସ୍ତୁତ୍ୱ ~୧୦୩ କି.ମି. ≈ ପୃଥିବୀର ବ୍ୟାସାର୍ଦ୍ଧ
ଜାଗତିକ କୃଷ୍ଣଗର୍ତ୍ତ ~୧୦ ସୌରବସ୍ତୁତ୍ୱ ~୩୦ କି.ମି.
କ୍ଷୁଦ୍ର କୃଷ୍ଣଗର୍ତ୍ତ ~ ଚନ୍ଦ୍ରର ବସ୍ତୁତ୍ୱ ପର୍ଯ୍ୟନ୍ତ ~୦.୧ ମି.ମି. ପର୍ଯ୍ୟନ୍ତ

ଗଠନ ଓ ବିବର୍ତ୍ତନ

ସମ୍ପାଦନା

ଘଟଣା କ୍ଷିତିଜ

ସମ୍ପାଦନା

କୃଷ୍ଣଗର୍ତ୍ତରୁ ବହୁ ଦୂରରେ ଥିବା ବସ୍ତୁ ଯେ କୌଣସି ଦିଗରେ ଗତି କରିପାରେ । କେବଳ ସେ ଆଲୋକର ବେଗକୁ ଟପି ପାରିବ ନାହିଁ । କିନ୍ତୁ ଯଦି ବସ୍ତୁଟି କୃଷ୍ଣଗର୍ତ୍ତ ପାଖକୁ ଆସେ, ତେବେ ସ୍ଥାନ-କାଳର ସଂରଚନାରେ ହୋଇଥିବା ବିକୃତି ଯୋଗୁଁ କୃଷ୍ଣଗର୍ତ୍ତ ଆଡକୁ ଗତି କରିବାର ସମ୍ଭାବନା ଅଧିକ ଓ ତାହାଠାରୁ ଦୂରକୁ ଯିବାର ସମ୍ଭାବନା କମ୍। ଯଦି ବସ୍ତୁଟି ଘଟଣା ପରିଧୀରେ ପ୍ରବେଶ କରେ, ତେବେ ତାହା ପାଇଁ କେବଳ ଗୋଟିଏ ବାଟ ରହିବ ଏବଂ ସେଇଟି ହେଲା କୃଷ୍ଣଗର୍ତ୍ତ କେନ୍ଦ୍ରାଭିମୁଖୀ ଗତିପଥ ।[୩୦] ବସ୍ତୁଟିର ଅନ୍ୟ କେଉଁଆଡକୁ ଯିବାର ସମ୍ଭାବନା ନାହିଁ । 

ତେଣୁ ଘଟଣା କ୍ଷିତିଜ ସ୍ଥାନ-କାଳର ସେହି ସୀମା ଯାହାକୁ ଅତିକ୍ରମ କଲେ ସେ ବସ୍ତୁ ହେଉ ବା ଆଲୋକ ହେଉ ସେ କେବଳ କୃଷ୍ଣଗର୍ତ୍ତ ଦିଗରେ ହିଁ ଅଗ୍ରସର ହୋଇପାରିବ । ଏପରି ନାମକରଣର କାରଣ ହେଲା – ଏହା ମଧ୍ୟରେ ଘଟୁଥିବା ଘଟଣା ସମ୍ପର୍କରେ ବାହ୍ୟ ଦେଖଣାହାରୀ କିଛି ଜାଣି ପାରିବେ ନାହିଁ । ତେଣୁ ଘଟିଥିବା ଘଟଣାଟି କେବଳ ଏହି ପରିସୀମା ମଧ୍ୟରେ ସୀମିତ । [୩୧]

ସାଧାରଣ ଆପେକ୍ଷିକତା ତତ୍ତ୍ୱ ଅନୁସାରେ, ବସ୍ତୁତ୍ୱ ସ୍ଥାନ-କାଳର ସଂରଚନାକୁ ବିକୃତ କରିଦିଏ ଓ ବସ୍ତୁର ଗତିପଥ ସେହି ବସ୍ତୁତ୍ୱ ପଟକୁ ବାଙ୍କିଯାଏ । ଘଟଣା କ୍ଷିତିଜ ନିକଟର ସ୍ଥାନ-କାଳ ବିକୃତି ଅତ୍ୟନ୍ତ ବଳଶାଳୀ ଓ ଏହା ପ୍ରଭାବରୁ ଦୂରକୁ ଯିବା ସମ୍ଭବପର ନୁହେଁ । ଦୂରରେ ଥିବା ଜଣେ ସ୍ଥାୟୀ ଦେଖଣାହାରୀ ପାଇଁ କୃଷ୍ଣଗର୍ତ୍ତ ପାଖରେ ଥିବା ଘଡ଼ିରେ ସମୟ ଧୀରେ ଚାଲେ ଓ କୃଷ୍ଣଗର୍ତ୍ତରୁ ଦୂରରେ ଥିବା ଘଡ଼ିରେ ଅପେକ୍ଷାକୃତ ଭାବେ ଶୀଘ୍ର ଚାଲେ ।[୩୨]  ଏହାକୁ ମହାକର୍ଷଣୀୟ ସମୟ ପ୍ରସାରଣ କୁହନ୍ତି ।  ଏହାର କାରଣରୁ କୃଷ୍ଣଗର୍ତ୍ତର ଘଟଣା କ୍ଷିତିଜ ଆଡକୁ ଅଗ୍ରସର ହେଉଥିବା ବସ୍ତୁର ବେଗ କ୍ରମଶଃ କମିଲା ପରି ଦିଶେ ଯେପରିକି ସେ ଅସୀମ ସମୟ ପରେ ଘଟଣା କ୍ଷିତିଜର ପୃଷ୍ଠରେ ପହଞ୍ଚିବ । ବେଗ ସହିତ ସେହି ବସ୍ତୁ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଧୀରେ ଧୀରେ ହେଲା ପରି ଲାଗିବ । ସେହି ବସ୍ତୁରୁ ବିକିରୀତ ଆଲୋକ ଦେଖଣାହାରୀକୁ ନାଲି ଓ କମ୍ ଉଜ୍ଜ୍ୱଳ ଦିଶିବ ।[୩୩] କ୍ରମଶଃ ବସ୍ତୁଟି ଘଟଣା କ୍ଷିତିଜକୁ ପଶିଲା ପରେ ଅଦୃଶ୍ୟ ହୋଇଯିବ । ଅନ୍ୟ ପକ୍ଷରେ ଅବିନାଶ୍ୟ ଜଣେ ଦେଖଣାହାରୀ ଯଦି ଘଟଣା କ୍ଷିତିଜରେ ପଶେ, ତାହା ପାଇଁ ସମୟ ତା ବାଟରେ ଅତିବାହିତ ହେବ । ସେ କୌଣସି ଏକକତ୍ୱ ଅନୁଭବ କରିପାରିବ ନାହିଁ । କିନ୍ତୁ ସେ ଘଟଣା କ୍ଷିତିଜ କେଉଁଠାରେ ଅଛି ତାହା କହିପାରିବ ନାହିଁ । [୩୪]

ସ୍ଥିର କୃଷ୍ଣଗର୍ତ୍ତର ଘଟଣା କ୍ଷିତିଜର ଆକାର ଗୋଲକାକାର ।[୩୫][୩୬][୩୭] କିନ୍ତୁ ଆବର୍ତ୍ତନଶୀଳ କୃଷ୍ଣଗର୍ତ୍ତର ଘଟଣା କ୍ଷିତିଜର ଆକାର ଚେପଟା । 

 
ସ୍ଥିର ବା ଆବର୍ତ୍ତନ ବିହୀନ ଏକ କୃଷ୍ଣଗର୍ତ୍ତର ଆକାର ଓ କମ୍ପ୍ୟୁଟର୍ ଅନୁକରଣ

ଏକକତ୍ୱ

ସମ୍ପାଦନା

କୃଷ୍ଣଗର୍ତ୍ତର କେନ୍ଦ୍ରରେ ସ୍ଥାନ-କାଳର ବକ୍ରତା ଅସୀମ[୩୮] ଏବଂ ଏଠାରେ ମହାକର୍ଷଣୀୟ ଏକକତ୍ୱ ପରିଲକ୍ଷିତ ହୁଏ । ସ୍ଥିର କୃଷ୍ଣଗର୍ତ୍ତର ଏକକତ୍ୱ ଏକ ବିନ୍ଦୁ ହୋଇଥିବା ବେଳେ ଆବର୍ତ୍ତନଶୀଳ କୃଷ୍ଣଗର୍ତ୍ତର ଏକକତ୍ୱ ଏକ ବୃତ୍ତାକାର ।[୩୯] ଏହି ଏକକତ୍ୱ କ୍ଷେତ୍ରର ଆୟତନ ନାହିଁ କିନ୍ତୁ ସେଥି ମଧ୍ୟରେ ସମସ୍ତ ବସ୍ତୁତ୍ୱ ରହିଛି ।[୪୦] ତେଣୁ ଏକକତ୍ୱ କ୍ଷେତ୍ରର ଘନତ୍ୱ ଅସୀମ ।  

ଶ୍ୱାର୍ଜଶିଲ୍ଡ୍ ବ୍ୟାସାର୍ଦ୍ଧରେ ପଶିଲା ପରେ ବସ୍ତୁ/ଦେଖଣାହାରୀ ଏକକତ୍ୱ ଆଡକୁ ଗତି କରେ । ଯଦି ବସ୍ତୁଟି ଏକକତ୍ୱର ବିପରୀତ ଦିଗରେ ତ୍ୱରାନ୍ୱିତ ହୋଇ ଗତି କରିବାକୁ ଚେଷ୍ଟା କରେ ତେବେ ସେ କେବଳ ଏକକତ୍ୱରେ ବିଲୀନ ହେବା ପ୍ରକ୍ରିୟାକୁ ବିଳମ୍ବିତ କରିପାରିବ ।[୪୧] ତ୍ୱରାନ୍ୱିତ ହୋଇ ଆଲୋକର ବେଗରେ ପହଞ୍ଚିଲା ପରେ ତା’ର ତ୍ୱରଣ ବନ୍ଦ ହୋଇଯିବ । ସେ ପୁଣି ଥରେ ଏକକତ୍ୱ ଆଡକୁ ଟାଣି ହେବ ଓ ଅସୀମ ଘନତାରେ ମିଶିଯିବ । ତାହାର ବସ୍ତୁତ୍ୱ କୃଷ୍ଣଗର୍ତ୍ତର ବସ୍ତୁତ୍ୱରେ ମିଶିଯିବ । ତାହା ପୂର୍ବରୁ ବୋଧହୁଏ ମହାକର୍ଷଣୀୟ ଜୁଆରରେ ବସ୍ତୁଟି ସମ୍ପୂର୍ଣ୍ଣଭାବେ ଚିରିଯିବ ।

ପ୍ରମାଣ

ସମ୍ପାଦନା
  1. Wald 1984, pp. 299–300
  2. Wald 1984, pp. 299–300
  3. Wald, R. M. (1997). "Gravitational Collapse and Cosmic Censorship". arXiv:gr-qc/9710068. {{cite arXiv}}: |class= ignored (help)
  4. Overbye, Dennis (8 June 2015). "Black Hole Hunters". NASA. Retrieved 8 June 2015.
  5. Schutz, Bernard F. (2003). Gravity from the ground up. Cambridge University Press. p. 110. ISBN 0-521-45506-5.
  6. Davies, P. C. W. (1978). "Thermodynamics of Black Holes" (PDF). Reports on Progress in Physics. 41 (8): 1313–1355. Bibcode:1978RPPh...41.1313D. doi:10.1088/0034-4885/41/8/004. Archived from the original (PDF) on 10 May 2013. {{cite journal}}: Invalid |ref=harv (help)
  7. Overbye, Dennis (15 June 2016). "Scientists Hear a Second Chirp From Colliding Black Holes". New York Times. Retrieved 15 June 2016.
  8. Ellis-Petersen, Hannah (2019-04-11). "Katie Bouman: the 29-year-old whose work led to first black hole photo". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2019-04-18.
  9. Michell, J. (1784). "On the Means of Discovering the Distance, Magnitude, &c. of the Fixed Stars, in Consequence of the Diminution of the Velocity of Their Light, in Case Such a Diminution Should be Found to Take Place in any of Them, and Such Other Data Should be Procured from Observations, as Would be Farther Necessary for That Purpose". Philosophical Transactions of the Royal Society. 74 (0): 35–57. Bibcode:1784RSPT...74...35M. doi:10.1098/rstl.1784.0008. JSTOR 106576. {{cite journal}}: Invalid |ref=harv (help)
  10. Gillispie, C. C. (2000). Pierre-Simon Laplace, 1749–1827: a life in exact science. Princeton paperbacks. Princeton University Press. p. 175. ISBN 0-691-05027-9.
  11. Israel, W. (1989). "Dark stars: the evolution of an idea". In Hawking, S. W.; Israel, W. (eds.). 300 Years of Gravitation. Cambridge University Press. ISBN 978-0-521-37976-2.
  12. Thorne 1994, pp. 123–124
  13. Michell, J. (1784). "On the Means of Discovering the Distance, Magnitude, &c. of the Fixed Stars, in Consequence of the Diminution of the Velocity of Their Light, in Case Such a Diminution Should be Found to Take Place in any of Them, and Such Other Data Should be Procured from Observations, as Would be Farther Necessary for That Purpose". Philosophical Transactions of the Royal Society. 74 (0): 35–57. Bibcode:1784RSPT...74...35M. doi:10.1098/rstl.1784.0008. JSTOR 106576. {{cite journal}}: Invalid |ref=harv (help)
  14. Montgomery, Colin; Orchiston, Wayne; Whittingham, Ian (2009). "Michell, Laplace and the origin of the black hole concept". Journal of Astronomical History and Heritage. 12: 90–96. Bibcode:2009JAHH...12...90M. 2009JAHH...12...90M. Retrieved 2016-07-08.
  15. Thorne 1994, pp. 123–124
  16. Schwarzschild, K. (1916). "Über das Gravitationsfeld eines Massenpunktes nach der Einsteinschen Theorie". Sitzungsberichte der Königlich Preussischen Akademie der Wissenschaften. 7: 189–196. {{cite journal}}: Invalid |ref=harv (help) and Schwarzschild, K. (1916). "Über das Gravitationsfeld einer Kugel aus inkompressibler Flüssigkeit nach der Einsteinschen Theorie". Sitzungsberichte der Königlich Preussischen Akademie der Wissenschaften. 18: 424–434. {{cite journal}}: Invalid |ref=harv (help)
  17. Droste, J. (1917). "On the field of a single centre in Einstein's theory of gravitation, and the motion of a particle in that field" (PDF). Proceedings Royal Academy Amsterdam. 19 (1): 197–215. {{cite journal}}: Invalid |ref=harv (help)
  18. Kox, A. J. (1992). "General Relativity in the Netherlands: 1915–1920". In Eisenstaedt, J.; Kox, A. J. (eds.). Studies in the history of general relativity. Birkhäuser. p. 41. ISBN 978-0-8176-3479-7.
  19. 't Hooft, G. (2009). "Introduction to the Theory of Black Holes" (PDF). Institute for Theoretical Physics / Spinoza Institute: 47–48. {{cite journal}}: Cite journal requires |journal= (help); Invalid |ref=harv (help)
  20. Venkataraman, G. (1992). Chandrasekhar and his limit. Universities Press. p. 89. ISBN 81-7371-035-X.
  21. Detweiler, S. (1981). "Resource letter BH-1: Black holes". American Journal of Physics. 49 (5): 394–400. Bibcode:1981AmJPh..49..394D. doi:10.1119/1.12686. {{cite journal}}: Invalid |ref=harv (help)
  22. Harpaz, A. (1994). Stellar evolution. A K Peters. p. 105. ISBN 1-56881-012-1.
  23. Ruffini, R.; Wheeler, J. A. (1971). "Introducing the black hole" (PDF). Physics Today. 24 (1): 30–41. Bibcode:1971PhT....24a..30R. doi:10.1063/1.3022513. {{cite journal}}: Invalid |ref=harv (help)
  24. Finkelstein, D. (1958). "Past-Future Asymmetry of the Gravitational Field of a Point Particle". Physical Review. 110 (4): 965–967. Bibcode:1958PhRv..110..965F. doi:10.1103/PhysRev.110.965. {{cite journal}}: Invalid |ref=harv (help)
  25. Hewish, A.; et al. (1968). "Observation of a Rapidly Pulsating Radio Source". Nature. 217 (5130): 709–713. Bibcode:1968Natur.217..709H. doi:10.1038/217709a0 {{cite journal}}: Invalid |ref=harv (help)CS1 maint: postscript (link)
  26. Pilkington, J. D. H.; et al. (1968). "Observations of some further Pulsed Radio Sources". Nature. 218 (5137): 126–129. Bibcode:1968Natur.218..126P. doi:10.1038/218126a0 {{cite journal}}: Invalid |ref=harv (help)CS1 maint: postscript (link)
  27. Hewish, A. (1970). "Pulsars". Annual Review of Astronomy and Astrophysics. 8 (1): 265–296. Bibcode:1970ARA&A...8..265H. doi:10.1146/annurev.aa.08.090170.001405. {{cite journal}}: Invalid |ref=harv (help)
  28. Newman, E. T.; et al. (1965). "Metric of a Rotating, Charged Mass". Journal of Mathematical Physics. 6 (6): 918. Bibcode:1965JMP.....6..918N. doi:10.1063/1.1704351. {{cite journal}}: Invalid |ref=harv (help)
  29. Wald 1984, pp. 124–125
  30. Carroll 2004, Ch. 5.4 and 7.3
  31. Wheeler 2007, p. 179
  32. Carroll 2004, p. 217
  33. "Inside a black hole". Knowing the universe and its secrets. Retrieved 2009-03-26.
  34. Carroll 2004, p. 222
  35. Emparan, R.; Reall, H. S. (2008). "Black Holes in Higher Dimensions". Living Reviews in Relativity. 11 (6). arXiv:0801.3471. Bibcode:2008LRR....11....6E. doi:10.12942/lrr-2008-6. {{cite journal}}: Invalid |ref=harv (help)
  36. Obers, N. A. (2009). Papantonopoulos, Eleftherios (ed.). "Black Holes in Higher-Dimensional Gravity". Lecture Notes in Physics. Lecture Notes in Physics. 769: 211–258. arXiv:0802.0519. doi:10.1007/978-3-540-88460-6. ISBN 978-3-540-88459-0. {{cite journal}}: Invalid |ref=harv (help)
  37. hawking & ellis 1973, Ch. 9.3
  38. Carroll 2004, p. 205
  39. Carroll 2004, pp. 264–265
  40. Carroll 2004, p. 252
  41. Lewis, G. F.; Kwan, J. (2007). "No Way Back: Maximizing Survival Time Below the Schwarzschild Event Horizon". Publications of the Astronomical Society of Australia. 24 (2): 46–52. arXiv:0705.1029. Bibcode:2007PASA...24...46L. doi:10.1071/AS07012. {{cite journal}}: Invalid |ref=harv (help)

ସହାୟକ ଗ୍ରନ୍ଥ

ସମ୍ପାଦନା
Popular reading
University textbooks and monographs
Review papers

ବାହାର ଲିଙ୍କ

ସମ୍ପାଦନା
Videos