ଆଲୋପ୍ୟୁରିନଲ (ଇଂରାଜୀ ଭାଷାରେ Allopurinol, ବିକ୍ରୟ ନାମ ଜାଇଲୋପ୍ରିମ/Zyloprim) ଏକ ଔଷଧ ଯାହା ଅଧିକ ରକ୍ତ ୟୁରିକ ଏସିଡ ଥିଲେ କମେଇବାକୁ ଦିଆଯାଏ ।[୧] ବିଶେଷତଃ ଗାଉଟ୍‌ ରୋଗ ଚିକିତ୍ସାରେ, ବୃକ୍‌କ ପଥର ରୋଗର ପ୍ରତିଷେଧ ନିମନ୍ତେ ଓ କେମୋଥେରାପି (chemotherapy) ଜନିତ ଅଧିକ ରକ୍ତ ୟୁରିକ ଏସିଡ ହେଲେ ଦିଆଯାଏ । [୨][୩] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injected into a vein) ଆକାରରେ ଦିଆଯାଏ । [୩]

ଆଲୋପ୍ୟୁରିନଲ
Clinical data
Trade namesZyloprim, Caplenal, Zyloric, others
AHFS/Drugs.commonograph
MedlinePlusa682673
Pregnancy
category
  • C(USA)
Routes of
administration
by mouth (tablet), IV
ATC code
Legal status
Legal status
Pharmacokinetic data
Bioavailability78±20%
Protein bindingNegligible
Metabolismliver (80% oxypurinol, 10% allopurinol ribosides)
Elimination half-life2 h (oxypurinol 18-30 h)
Identifiers
  • 1H-pyrazolo[3,4-d]pyrimidin-4(2H)-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.684 Edit this at Wikidata
Chemical and physical data
FormulaC5H4N4O
Molar mass136.112 g/mol
3D model (JSmol)
  • c1c2c([nH]n1)ncnc2O
  • InChI=1S/C5H4N4O/c10-5-3-1-8-9-4(3)6-2-7-5/h1-2H,(H2,6,7,8,9,10) checkY
  • Key:OFCNXPDARWKPPY-UHFFFAOYSA-N checkY
  (verify)

ଆଲୋପ୍ୟୁରିନଲ ପାଟିରେ ନେଲେ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ଓ ରାସ ହୋଇପାରେ । ଇଞ୍ଜେକସନ ଆକାରରେ ନେଲେ ବାନ୍ତି (vomiting) ଓ ବୃକ୍‌କ ସମସ୍ୟା (kidney problems) ଆଦି ହୋଇପାରେ ।[୩] ଆକ୍ୟୁଟ ଗାଉଟର ଆରମ୍ଭରୁ ଏହି ଔଷଧ ଦିଆଯାଏନାହିଁ କିନ୍ତୁ ପରେ ଏହା ଦିଆଯାଇପାରେ ।[୨] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିବା ଜଣାଯାଇନଥିଲେ ମଧ୍ୟ ଏହାର ଅଧିକ ଅନୁଶୀଳନ ହୋଇନାହିଁ ।[୪] ଏହା ଜାନ୍ଥିନ ଅକ୍ସିଡେଜ ଇନହିବିଟର (xanthine oxidase inhibitor) ଶ୍ରେଣୀର ଏକ ଔଷଧ । [୩]

ସନ ୧୯୬୬ରେ ଆଲୋପ୍ୟୁରିନଲ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୦.୮୧ରୁ ୩.୪୨ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୭]

ଆଧାର ସମ୍ପାଦନା

  1. Pacher, P.; Nivorozhkin, A; Szabó, C (2006). "Therapeutic Effects of Xanthine Oxidase Inhibitors: Renaissance Half a Century after the Discovery of Allopurinol". Pharmacological Reviews. 58 (1): 87–114. doi:10.1124/pr.58.1.6. PMC 2233605. PMID 16507884.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 39. ISBN 9789241547659. Retrieved 8 December 2016.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Allopurinol". The American Society of Health-System Pharmacists. Retrieved 8 December 2016.
  4. "Allopurinol Use During Pregnancy | Drugs.com". www.drugs.com. Retrieved 20 December 2016.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Allopurinol". International Drug Price Indicator Guide. Retrieved 8 December 2016.[permanent dead link]
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 465. ISBN 9781284057560.