ଏହି ଲେଖାଟିର ନାମକୁ "ହୁଦ୍‌ହୁଦ୍‌"କୁ ପୁନଃ ଘୁଞ୍ଚେଇବା ପାଇଁ ଅନୁରୋଧ । କାରଣ ଖବର କାଗଜରେ ଏହା ବ୍ୟବହାର ହେଉଅଛି । ଆଉ display ରେ କଣ ଆସୁବିଧା ହେଉଥିଲା ଜଣେଇବା ପାଇଁ ବି ଅନୁରୋଧ ରହିଲା । ନାମପରିବର୍ତ୍ତନ ସମ୍ପର୍କରେ ଯଦି କାହାର କିଛି ଆପତ୍ତି ଥାଏ ଜଣେଇବେ ।--ଶିତିକଣ୍ଠ (ଆଲୋଚନା) ୧୨:୩୯, ୧୫ ଅକ୍ଟୋବର ୨୦୧୪ (UTC)

ମୁଁ ବି ସେଇଆ ଭାବୁଛି ।

ହୁଦ୍‌ହୁଦ୍: ଆଧାର- ସମାଜ, ଏମବିସି ଟିଭି, ସମସ୍ତ ହିନ୍ଦୀ ଚ୍ୟାନେଲ୍ ହୁଡ୍‌ହୁଡ୍: ଆଧାର- ସମ୍ବାଦ, ଧରିତ୍ରୀ, ଆଦି ସମସ୍ତ ଆଂଚଳିକ ମିଡିଆ

ମୁଁ ପିଲାବେଳୁ ପଢାବହିରେ ହୁଦ୍‌ହୁଦ୍ ପକ୍ଷୀ ନାଁ ଶୁଣି ଆସୁଛି , ମିଡିଆ ଯାହାଇଛା ସେଇଆ ଲେଖୁଛନ୍ତି ବିଶେଷ କରି ସମ୍ବାଦ ଏହି ନୂଆ ନାମ ର ଆରମ୍ଭ ଏବଂ ଲୋକପ୍ରିୟ କରିଛି । nistha ୧୪:୨୫, ୧୫ ଅକ୍ଟୋବର ୨୦୧୪ (UTC)

ଇସ୍ରାଏଲର ଜାତୀୟ ପକ୍ଷୀ ହୁଦ୍‌ହୁଦ୍ ର ନାମ ଅନୁସାରେ ଏହାର ନାମକରଣ ହୋଇଛି , ତେଣୁ ହୁଦ୍‌ହୁଦ୍ ଠିକ ହେବ । ଆଉ ହିନ୍ଦୀ, ଗୁଜରାତୀ, ନେପାଳୀ, ପଞ୍ଜାବୀ ଆଦି ଉଇକି ନାମରେ ମଧ୍ୟ ର ବ୍ୟବହାର ଅଛି। --ଆଦିତ୍ୟ ମହାର (ଆଲୋଚନା) ୦୫:୪୮, ୧୬ ଅକ୍ଟୋବର ୨୦୧୪ (UTC)
ହିନ୍ଦୀ, ଗୁଜରାଟୀ, ପଞ୍ଜାବୀ ଆଦି ଭାଷାରେ ପାର୍ସୀ ଭାଷାର ପ୍ରଭାବରେ ଅନେକ ଶବ୍ଦ "ଡ" ବଦଳରେ "ଦ" ଉଚ୍ଚାରଣ ହୁଏ (ଯଥା: ଟେକନିକ-ତକନିକି, ଡକ୍ଟର-ଡାକ୍ତର, ହସପିଟାଲ-ହାସପାତାଲ, ଏକାଡେମୀ-ଅକାଦେମୀ ଓ ଆହୁରି ଅନେକ) । ତେବେ ସେମାନଙ୍କର ଆଧାରରେ ଓଡ଼ିଆରେ "ଡ" ବଦଳରେ "ଦ" କରିବା ଠିକ ହେବ ନାହିଁ । ଦ୍ୱିତୀୟ କଥା ହେଲା କେବଳ ଦୁଇଟି ମିଡ଼ିଆକୁ ଛାଡ଼ି ବାକି ସବୁ ମିଡ଼ିଆରେ "ହୁଡ୍‌ହୁଡ୍" ବ୍ୟବହାର କରାଯାଉଥିବାରୁ ସେଇଟି ବେଶି ଯୁକ୍ତିଯୁକ୍ତ ହେବ । ଏ ଦୁଇଟି ବିଷୟ ଛଡ଼ା ଶେଷ ଓ ମୁଖ୍ୟ ବିଷୟଟି ହେଲା ଆରବିକ ଭାଷାରେ "ଡ"ର ଉଚ୍ଚାରଣ ନଥିବାରୁ ଉଭୟ "ଡ" ଓ "ଦ" "ଦ" (ଓ ସେହି ଭଳି ଟ, ଠ, ଡ, ଢ, ଣ ଯଥାକ୍ରମେ ତ, ଥ, ଦ, ଧ ଓ ନ ହୋଇଥାନ୍ତି) । ତେଣୁ ମୂଳ ଆରବୀ ଶବ୍ଦରୁ ଆହରିତ ବାକି ଅନେକ ଓଡ଼ିଆ ଶବ୍ଦ ଭଳି ଏଇଟିରେ ଓଡ଼ିଆ ଉଚ୍ଚାରଣ ବିଧି ଅନୁସାରେ "ଡ" ହେବ ଏବଂ ହିନ୍ଦୀ, ଗୁଜରାଟୀ ଆଦି ଭାଷାର ଉଚ୍ଚାରଣ ବିଧି ଅନୁସାରେ "ଦ" ହେବ । --ସୁଭାସିସ ପାଣିଗାହି ଆଳାପ ୧୮:୪୩, ୧୬ ଅକ୍ଟୋବର ୨୦୧୪ (UTC)
Return to "ହୁଡ଼ହୁଡ଼" page.