ପ୍ରସଙ୍ଗ ନାମ: "କବିସୂର୍ଯ୍ଯ ବଳଦେବ ରଥ" / "ବଳଦେବ ରଥ" ସମ୍ପାଦନା

@ପ୍ରତୀକ ଏଠି ଉଲ୍ଲେଖ କରିଛି ଯେ "କବିସୂର୍ଯ୍ୟ" ଉପାଧି ଭାବେ ବିବେଚିତ ନ ହୋଇ "ନାମ" ଭାବେ ବିବେଚିତ ହେବା କଥା:

  • କବିସୂର୍ଯ୍ୟ ଉପାଧି କବିସୂର୍ଯ୍ୟ ନିଜେ ପ୍ରୟୋଗ କରିଛନ୍ତି, ପ୍ରାୟ ୯୦% ଗୀତରେ ।
  • ଆଉ ଗୋଟିଏ କଥା ହେଲା ମହାତ୍ମା ଗାନ୍ଧୀ ପ୍ରବନ୍ଧ ଆଲୋଚନାରେ ଗୁଗୁଲ ସର୍ଚ୍ଚରୁ ମହାତ୍ମା ଶବ୍ଦର ଅନେକ ଗୁଣ ଅଧିକ ପ୍ରୟୋଗ ଥିବା ଦେଖାଇ ଶେଷ ନିଷ୍କର୍ଷ ହୋଇଛି ଯେ ମହାତ୍ମା ଗାନ୍ଧୀ ଲେଖିବା ହିଁ ପ୍ରଚଳିତ ନାମ ।
    • ଠିକ ସେହିପରି ଗୁଗୁଲରେ କବିସୂର୍ଯ୍ୟ / ବଳଦେବ ରଥ ଏଇ ଦୁଇ ପ୍ରକାର ଖୋଜିଲେ କବିସୂର୍ଯ୍ୟ ଶବ୍ଦ ପାଇଁ ପ୍ରାୟ କୋଡ଼ିଏ ହଜାର ରେଜଲ୍ଟ ଆସୁଥିବା ବେଳେ ବଳଦେବ ରଥ ପାଇଁ କେବଳ ଚାରି ହଜାର ରେଜଲ୍ଟ ଆସୁଛି । ଏଇ ଯୁକ୍ତିରେ ଅତି ଜଣାଶୁଣା ନାମ କହିଲେ 'କବିସୂର୍ଯ୍ୟ ବଳଦେବ ରଥ' ହେବ ଏବଂ 'ବଳଦେବ ରଥ' ନୁହଁ ।
    • ପୂର୍ବରୁ ଯେପରି ଲେଖିଛି ଏଠାରେ ଉପାଧି ନାମ ହୋଇଯାଇଛି, ତାକୁ ଆଉ କେବଳ ଉପାଧି ବୋଲି ଧରିବା ସଙ୍ଗତ ନୁହେଁ । ଆବଶ୍ୟକ ଯଦି ଗୁଗୁଲ ସର୍ଚ୍ଚର ସଂଖ୍ୟା ଦିଓଟି କବିସୂର୍ଯ୍ୟ ପୃଷ୍ଠର ଆଲୋଚନାରେ ଲେଖି କବିସୂର୍ଯ୍ୟ ପୃଷ୍ଠାଟିକୁ ଘୁଞ୍ଚାଇ ଦେଇପାରନ୍ତି ।

ସମାନ ଧରଣର ପ୍ରସଙ୍ଗ ଭିତରେ "ଶୁଦ୍ରମୁନି ସାରଳା ଦାସ" (ନିଜେ ରଚନାରେ କବି ବ୍ୟବହାର କରୁଥିବା ନାମ) ଓ "କବିସମ୍ରାଟ ଉପେନ୍ଦ୍ର ଭଞ୍ଜ" ଅନ୍ତର୍ଭୁକ୍ତ ହୋଇପାରନ୍ତି । ଉଇକିପିଡ଼ିଆରେ ସାଧାରଣତଃ ଉପାଧିକୁ ନେଇ ପ୍ରସଙ୍ଗ ରହେନାହିଁ । କିନ୍ତୁ ଜଣାଶୁଣା ନାଁ (ଯଥା: "ମୋହନଦାସ କରମଚାନ୍ଦ ଗାନ୍ଧୀ" ବଦଳରେ "ମହାତ୍ମା ଗାନ୍ଧୀ" ବା "ୟୁସୁଫ ଖାଁ" ବଦଳରେ "ଦିଲ୍ଲୀପ କୁମାର") ପ୍ରସଙ୍ଗ ନାଁ ଭାବେ ରହେ । ଯଦି କାହାରି କୌଣସି ଆପତ୍ତି ନାହିଁ ତାହେଲେ ଏ ପ୍ରସଙ୍ଗଟିକୁ ଦି ସପ୍ତାହ ପରେ ଫେବୃଆରୀ ୨୩ ତାରିଖ ଦିନ "କବିସୂର୍ଯ୍ଯ ବଳଦେବ ରଥ" ନାମକୁ ଘୁଞ୍ଚାଇ ଦେବାପାଇଁ ପ୍ରସ୍ତାବ ଦେଉଛି । ତେବେ ସେ ଭିତରେ ପ୍ରତୀକକୁ ଅନୁରୋଧ କିଛି ଆଧାର ଦେବା ପାଇଁ ଫଳରେ "କବିସୂର୍ଯ୍ୟ" ନାମ ଓ ଉପାଧି ନୁହେଁ ବୋଲି ଲିପିବଦ୍ଧ ହୋଇ ରହିବ ଓ ଆଗକୁ ଦ୍ୱନ୍ଦ ଉପୁଜିବ ନାହିଁ । ସୁଭ (ଆଳାପ) ୧୩:୩୬, ୮ ଫେବୃଆରୀ ୨୦୨୨ (IST)Reply


'କବିସୂର୍ଯ୍ୟ ବଳଦେବ ରଥ' ବୋଲି ଏହି ପୃଷ୍ଠ ନାମିତ ହେଉ, ଏହା ସପକ୍ଷରେ କିଛି ଆଧାର -

  • ସାଧାରଣରେ କବିସୂର୍ଯ୍ୟ ତାଙ୍କର ଅଧିକାଂଶ ଗୀତରେ କବିସୂର୍ଯ୍ୟ ବା ଏହାର ପ୍ରତିଶବ୍ଦ (ଯଥା କବିରବି, କବିକଞ୍ଜବାନ୍ଧବ, କବି ଦିନମଣି, କବି ଦିନକର, କବିଅର୍ଯ୍ୟମା) ପ୍ରୟୋଗ କରିଥିବାର ଦେଖାଯାଏ । ଅର୍ଥାତ୍ ଏହି ଉପାଧି ଆଧୁନିକ ସମୟର ନୁହଁ କବିସୂର୍ଯ୍ୟଙ୍କ ନିଜ ସମୟର । ପୁନଶ୍ଚ ଗଜପତି କବିସୂର୍ଯ୍ୟଙ୍କ ଉପରେ ପ୍ରୀତ ହୋଇ ତାଙ୍କୁ ନୂଆ ଉପାଧି ଦେବି କହିବାରୁ, କବିସୂର୍ଯ୍ୟ ସେତେବେଳେ ପ୍ରକାଶ କରିଥିବାର ଜଣାଯାଏ ଯେ ସେହି ସମୟରୁ ହିଁ ତାଙ୍କର କବିସୂର୍ଯ୍ୟ ବୋଲି ଖ୍ୟାତି ହୋଇଯାଇଥିଲା ଏବଂ ନୂଆ ଉପାଧି ନେଲେ ଲୋକ ଭ୍ରମ ହେବେ । ଏହି କାରଣରୁ ଗଜପତି ମହାରାଜ ତାଙ୍କର ସେହି କବିସୂର୍ଯ୍ୟ ଉପାଧିକୁ ହିଁ ନିଜ ସମ୍ମତି ପ୍ରଦାନ କରିଥିଲେ ।
  • କେତେକ ପ୍ରସିଦ୍ଧ ଗୀତର ଉଦାହରଣ
    • କହଇ କବିସୂର୍ଯ୍ୟ ନାଥ ନୁହଁ ଅଧୈର୍ଯ୍ୟ (ବାଧିଲା ଜାଣି କ୍ଷମା)
    • ବୋଲେ କବିସୂର୍ଯ୍ୟ ଆନ ଉପାୟକୁ ପେଲିଦିଅ ଗିରିଦରୀକି (କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି)
    • କବିସୂର୍ଯ୍ୟ ଦୀନବନ୍ଧୁ ବୋଲି ହେଲି ଦୀନ ବନ୍ଧୁ (ମାନସରୁ ମାନ ସରୁ)
    • ବୋଲେ କବିସୂର୍ଯ୍ୟ ଆହା ମୋ ଧଇର୍ଯ୍ୟ (ଧନକୁ କେ ମାନେ ବଳାଇଲା ରେ‌)
    • ବୋଲେ କବିସୂର୍ଯ୍ୟ ଅନଙ୍ଗ ଅନଳ (ଧନ ଘନ ରସ ବରଷିଲା)
    • ରମ୍ୟ ଶ୍ୟାମ ଛବି କିଶୋରରେ କବିରବି ରାୟଗୁରୁ ବୋଲେ (ରୁଷିବାର ସିନା ଜାଣୁ)
    • ବୋଲେ କବିରବି ସବୁ କ୍ରୋଧନଦେ ଭାସିଲା ରେ (ଟିକାକ ଦୋଷକୁ ରାମା) ଇତ୍ୟାଦି ।
  • ଗୁଗୁଲ ସର୍ଚ୍ଚରେ ଶବ୍ଦଗୁଡ଼ିକର ସର୍ଚ୍ଚ ରେଜଲ୍ଟ ସଂଖ୍ୟାରୁ ପ୍ରଚଳନ ବିଷୟରେ ସମ୍ୟକ୍ ଜାଣିହେବ । (୮ ଫେବୃଆରୀ) ଏଥିରୁ ସ୍ପଷ୍ଟ ଯେ କବିସୂର୍ଯ୍ୟ ବୋଲି ଅଧିକ ଲୋକ ଜାଣନ୍ତି ।
    • କବିସୂର୍ଯ୍ୟ : ୭୧୧୦, କବି ସୂର୍ଯ୍ୟ : ୧୧୨୦୦
    • ବଳଦେବ ରଥ : ୪୪୮୦
    • କବିସୂର୍ଯ୍ୟ ବଳଦେବ ରଥ : ୯୦୦୦
    • Kabisurjya : ୯୫୨୦
    • Kavisurya : ୧୨୩୦୦
    • Kabisurya : ୩୪୮୦୦
  • କବିସୂର୍ଯ୍ୟଙ୍କ ଉପରେ ଲିଖିତ ପୁସ୍ତକମାନଙ୍କ ମଧ୍ୟରେ ମଧ୍ୟ ପ୍ରାୟ ସମସ୍ତ ବହିର ଶୀର୍ଷକରେ କବିସୂର୍ଯ୍ୟ ଶବ୍ଦ ନିହାତି ଭାବେ ଅଛି । ଏପରିକି ଅନେକ ବହି ଶୀର୍ଷକରେ କେବଳ କବିସୂର୍ଯ୍ୟ ଅଛି - ଯଥା କବିସୂର୍ଯ୍ୟ ଗ୍ରନ୍ଥାବଳୀ । ବଳଦେବ ରଥ ନାମ ନ ଥାଇ ଅଧିକାଂଶ ଶୀର୍ଷକ କେବଳ କବିସୂର୍ଯ୍ୟ ଲେଖିବା ଯଥେଷ୍ଟ ।
    • କବିସୂର୍ଯ୍ୟ ଗ୍ରନ୍ଥାବଳୀ ଓ ଜୀବନଚରିତ (ସମ୍ପାଦକ କୁଳମଣି ଦାଶ କାବ୍ୟତୀର୍ଥ)
    • କବିସୂର୍ଯ୍ୟ ଗ୍ରନ୍ଥାବଳୀ (କୃଷ୍ଣଚରଣ ବେହେରା)
    • କବିସୂର୍ଯ୍ୟ ଗ୍ରନ୍ଥାବଳୀ (ସମ୍ପାଦକ ତ୍ରିନାଥ ପଟ୍ଟନାୟକ)
    • କବିସୂର୍ଯ୍ୟ ଗୀତାବଳୀ (ସମ୍ପାଦକ କାଳୀଚରଣ ପଟ୍ଟନାୟକ)
    • କବିସୂର୍ଯ୍ୟ ପରିକ୍ରମା (କାହ୍ନୁଚରଣ ମିଶ୍ର)
    • କବିସୂର୍ଯ୍ୟ ସାହିତ୍ୟ ପରିକ୍ରମ (ଶିବରାମ ପାତ୍ର)
    • କବିସୂର୍ଯ୍ୟ ବଳଦେବ (ସତ୍ୟନାରାୟଣ ମହାପାତ୍ର)
    • କବିସୂର୍ଯ୍ୟ ବଳଦେବ ରଥ (ଜାନକୀବଲ୍ଲଭ ମହାନ୍ତି)
    • କବିସୂର୍ଯ୍ୟ ବଳଦେବ ରଥ (ଦାଶରଥୀ ଦାସ - ମେକର୍ସ ଅଫ୍ ଇଣ୍ଡିଆନ ଲିଟରେଚର ସିରିଜ୍)
    • କବିସୂର୍ଯ୍ୟ ବଳଦେବ ରଥ (ଡଃ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ)
  • ପ୍ରସିଦ୍ଧ ସଙ୍ଗୀତ ରେକର୍ଡ଼ିଂ ଆଲବମ୍ ଯାହା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ନିର୍ଦ୍ଦେଶରେ ତତ୍କାଳୀନ ପ୍ରମୁଖ ଓଡ଼ିଶୀ ସଙ୍ଗୀତ ଶିଳ୍ପୀମାନେ ଗାନ କରିଥିଲେ, ତାହାର ଶୀର୍ଷକ ରଖାହୋଇଛି 'ଲିରିକ୍ସ ଅଫ୍ କବିସୂର୍ଯ୍ୟ' ।

ଉପରୋକ୍ତ ତଥ୍ୟରୁ ଜଣାଯାଉଛି କବିସୂର୍ଯ୍ୟ ଉପାଧି ନାମବାଚକ ହୋଇଗଲାଣି । ଏପରିକି ଓଡ଼ିଶାର ଗ୍ରାମାଞ୍ଚଳରେ ବଳଦେବ ରଥ କହିଲେ ଅଜ୍ଞ ଲୋକେ ନ ଚିହ୍ନି ପାରନ୍ତି, କିନ୍ତି କବିସୂର୍ଯ୍ୟ କହିଲେ ସମସ୍ତେ ଜାଣନ୍ତି । ଏହି ହେତୁରୁ ପ୍ରଚଳିତ ନାମ କବିସୂର୍ଯ୍ୟ ଗ୍ରହଣ କରିବା ଯୁକ୍ତିସଙ୍ଗତ । କବିସୂର୍ଯ୍ୟ ଶବ୍ଦ ନ ଲେଖିଲେ ବରଂ ଆଗ୍ରହୀ ଅନେକ ପାଠକ ପ୍ରସଙ୍ଗ ପାଇବେ ନାହିଁ । କାରଣ ଗୁଗୁଲରେ ପ୍ରସଙ୍ଗ ଶୀର୍ଷକ ପ୍ରଧାନ ଭୂମିକା ନିର୍ବାହ କରେ ।

ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୪:୩୯, ୮ ଫେବୃଆରୀ ୨୦୨୨ (IST)Reply

  ଏ ଥ୍ରେଡ଼ର ପ୍ରସ୍ତାବକ ଭାବେ ଓ ବିଶେଷ କରି ଉପର ଆଧାର ଭିତ୍ତିରେ । ଯାହା ଜଣାପଡ଼ୁଛି "କବିସୂର୍ଯ୍ୟ" ହୁଏତ ପ୍ରଥମେ ଉପାଧି ପରେ ଜଣାଶୁନା ନାମ । ତେଣୁ "ମହାତ୍ମା ଗାନ୍ଧୀ" ପ୍ରସଙ୍ଗ ନାମ ଭଳି ପ୍ରସଙ୍ଗ ନାମରେ ରଖାଯାଇପାରେ । ସୁଭ (ଆଳାପ) ୧୮:୪୦, ୮ ଫେବୃଆରୀ ୨୦୨୨ (IST)Reply
Return to "କବିସୂର୍ଯ୍ୟ ବଳଦେବ ରଥ" page.