ଲେଖାର ତଥ୍ୟ ସମ୍ପାଦନା

ଏଥିରେ ଧର୍ମର ଆଲୋଚନା, ତର୍କ ବିତର୍କ ଲେଖିବା ବଦଳରେ ଧର୍ମ ବିଷୟରେ ଲେଖାଯାଉ। ଏଠାରେ ଥିବା ତଥ୍ଯ କେବଳ ଏକ ଧର୍ମ ବିରୋଧୀ କିବା ନାସ୍ତିକ ବାଦର କଥା କହୁଛି କିନ୍ତୁ ଧର୍ମ ସପକ୍ଷରେ କୌଣସି ଯୁକ୍ତି ନାହିଁ। @Anos Vordigoad::

  • ଉଇକିପିଡ଼ିଆ ଏକ ଜ୍ଞାନକୋଷ । ଏଥିରେ ଖବରକାଗଜ ବା ରଚନା ଭଳି ସପକ୍ଷ ବା ବିପକ୍ଷରେ ଲେଖାଯାଏ ନାହିଁ । ବରଂ କେବଳ ତଥ୍ୟ ଦିଆଯାଏ । ସେ ମଧ୍ୟ ଜଣାଶୁଣା ପ୍ରକାଶନ ଆଧାରରେ । ତେଣୁ ଯଦି କୌଣସି ବିରୋଧ ବା ସପକ୍ଷରେ କିଛି ଅଛି ତାହା ଆପଣ ନିଜେ ସମ୍ପାଦନା କରି ବଦଳାଇପାରିବେ ।
  • ଓଡ଼ିଆ ଉଇକିପିଡ଼ିଆରେ ଲେଖୁଥିବା ଉଇକିଆଳି ହାତଗଣତି । ସମସ୍ତେ ସ୍ୱେଚ୍ଛାସେବୀ । ନିଜ ବାକି କାମରୁ ସମୟ କାଢ଼ି ଲେଖନ୍ତି । ତେଣୁ ବିଭିନ୍ନ ପ୍ରସଙ୍ଗରେ ଭୁଲଭଟକା ରହିବା ସ୍ୱାଭାବିକ । ଯଦି କିଛି ଭୁଲ ଆପଣଙ୍କ ଆଖିରେ ପଡ଼ୁଛି ତାକୁ ନିଜେ ବଦଳାଇପାରିବେ । ସବୁ ପ୍ରସଙ୍ଗ ସମସ୍ତଙ୍କ ପାଇଁ ଖୋଲା । ଏ ପ୍ରସଙ୍ଗଟି ନିରପେକ୍ଷ ଭାବେ ଲେଖା ନଥିବା କଥା ସତ । ଇଂରାଜୀ ଉଇକିପିଡ଼ିଆରେ ଏ ପ୍ରସଙ୍ଗଟି ଭଲ କରି ଲେଖା । ତେଣୁ ମୁଁ ସେଥିରୁ କେବଳ ଅନୁବାଦ କରି କିଛି ଯୋଡ଼ିଲି । ତେବେ ଆପଣ ଯଦି ଏ ପ୍ରସଙ୍ଗଟିକୁ ବଢ଼ାଇବାରେ ଆଗ୍ରହୀ ଦୟାକରି ବଢ଼ାଇବାରେ ସାହାଯ୍ୟ କରନ୍ତୁ ।
  • ଆଲୋଚନା ପୃଷ୍ଠାରେ (ଯଥା ଏହି ପୃଷ୍ଠା) ନୂଆ ଆଲୋଚନା ଆରମ୍ଭ କଲା ବେଳେ ଦୟାକରି "ଉତ୍ସ ସମ୍ପାଦନା" ବଦଳରେ "ନୂଆ ଯୋଡ଼ନ୍ତୁ" ବ୍ୟବହାର କରନ୍ତୁ । ମୁଁ ଏ ବାବଦରେ ଆଗରୁ ଏଠି ଲେଖିଛି । ଆଉ ନିଜ ମତ ଆଲୋଚନା ପୃଷ୍ଠାରେ ଲେଖିସାରି ଦୟାକରି --~~~~ ଦେବେ । ଫଳରେ କିଏ କଣ ଲେଖିଛି ଜଣାପଡ଼ିବ । ଆଗ ବାକ୍ୟରେ ଥିବା ଲିଙ୍କରେ ମୁଁ ଆଗରୁ ଏ ବାବଦରେ ଲେଖିଥିଲି ।

--ସୁଭ (ଆଳାପ) ୧୬:୩୧, ୨୧ ଅକ୍ଟୋବର ୨୦୨୦ (IST)Reply

Return to "ଧର୍ମ" page.