ଆଲୋଚନା:ତିନ୍ ମୂର୍ତ୍ତୀ ଭବନ

ନାମ ବଦଳ ବାବଦରେ ସମ୍ପାଦନା

@Rajmishra757:, ଲେଖାଟି ଖୁବ ସୁନ୍ଦର ହେଇଛି । ତେବେ ଲେଖାର ନାମ "ତିନ ମୂର୍ତ୍ତି ଭବନ" ହେବ ବୋଧେ । ହିନ୍ଦୀ ନାମରୁ ଏ ନାମଟି ନିଆଯାଇଥିବାରୁ ମୁଁ ହିନ୍ଦୀ ଉଇକିପିଡ଼ିଆ ଖୋଲି ଦେଖିଲି ଆଉ ସେଠି ବି ସେମିତି ଲେଖାହୋଇଛି । ତେବେ ତମେ ଲେଖିଥିବା ଲେଖାଟି ହିନ୍ଦୀଠୁ ବହୁ ଉପରେ ।   --ସୁଭାସିସ ପାଣିଗାହି (ଆଳାପ) ୧୫:୨୬, ୨୩ ଅଗଷ୍ଟ ୨୦୧୬ (IST)Reply

ଧନ୍ୟବାଦ @Psubhashish: ଭାଇ! ହିନ୍ଦୀ ଉଚ୍ଚାରଣକୁ ଦୃଷ୍ଟିରେ ରଖି ମୁଁ ପ୍ରସଙ୍ଗଟିର ନାମ ତିନ୍ ମୂର୍ତ୍ତୀ ଭବନ ଦେଇଥିଲି । ଓଡ଼ିଆ ଓ ହିନ୍ଦୀ ଉଚ୍ଚାରଣକୁ ତୁଳନା କଲେ ହଳନ୍ତ୍ କେଉଁଠି ବ୍ୟବ‌ହାର କରାଯିବ, ସେଥିରେ ବ‌ହୁତ confusion ହେଉଛି । ତେବେ ଯଦି ଏହାର ନାମ ତିନ ମୂର୍ତ୍ତୀ ଭବନ ରଖିବା ଠିକ୍ ହେବ ବୋଲି ଆପଣ ଭାବୁଛନ୍ତି, ତେବେ ଲେଖାଟିକୁ ଘୁଞ୍ଚାଇ ଦିଅନ୍ତୁ । ମୋର କୌଣସି ଆପତ୍ତି ନାହିଁ । ଲେଖାଟିକୁ ଯେଉଁ ନାମରେ ପାଠକମାନେ ବେଶି ଖୋଜିବେ, ଲେଖାଟି ସେହି ନାମରେ ରହିଲେ ହିଁ ଭଲ । --Rajalaxmi Mishra (ମୋ ଆଲୋଚନା) ୦୦:୦୪, ୨୪ ଅଗଷ୍ଟ ୨୦୧୬ (IST)Reply
ମୋ ମତରେ ଉଚ୍ଚାରଣ ଅନୁସାରେ ମୂର୍ତ୍ତିର ବନାନକୁ ବଦଳ କରି ତିନ୍ ମୂର୍ତ୍ତି ଭବନ ଠିକ ହେବ,ଘର ସାମନାରେ ତିନୋଟି ମୂର୍ତ୍ତି ଥିବାରୁ ଏପରି ନାମକରଣ ହେଇଛି,ଏଠାରେ ତିନ (ବଙ୍ଗାଳୀ) ଲେଖିଲେ କିଛି ଅର୍ଥ ରହିବ ନାହିଁ, ଓଡ଼ିଆରେ ତିନି (୩) ଠିକ । --ଆଦିତ୍ୟ ମହାର (ଆଲୋଚନା) ୧୦:୨୦, ୨୪ ଅଗଷ୍ଟ ୨୦୧୬ (IST)Reply
ତିନ ଓ ତିନ୍ ଉଭୟ ଓଡ଼ିଆ ଲିପିରୁପାନ୍ତର ଅନୁସାରେ ଠିକ । ଯେହେତୁ ଏଇଟା ଏକ ନାଁ ତାକୁ "ତିନ"ରୁ "ତିନି" କରିବା ଠିକ ହେବନାହିଁ । ଆଗରୁ ସେମାନେ "ଓଡ଼ିଆ"କୁ "ଓଡ଼ିୟା" କରି ସେଇ ଭଳି ଭୁଲ କରିଥିଲେ । ବ୍ୟକ୍ତିଗତ ଭାବେ ଉଭୟ "ତିନ" ଓ "ତିନ୍" ପାଇଁ ମୋର ସମର୍ଥନ ହେଲେ "ତିନ"ରେ ହଳନ୍ତ ନ ଥାଇ ବେଶୀ ଓଡ଼ିଆ ଲାଗୁଥିବାରୁ ବେଶୀ ସମର୍ଥନ । ଆଉ ବଙ୍ଗାଳୀମାନେ "ତିନ" ଲେଖିଲେ ବି "ତିନ୍" ଉଚ୍ଚାରଣ କରନ୍ତି ହେଲେ ଓଡ଼ିଆଏ ହଳନ୍ତ ଦେଲେ କି ନ ଦେଲେ ବି "ତିନି" ବୋଲି ଉଚ୍ଚାରଣ କରନ୍ତି । ନୂଆ ପିଢ଼ି ସବୁଠି ମାଳ ମାଳ ହଳନ୍ତ ଦେବା ସପକ୍ଷରେ ଆଉ ପୁରୁଣା ପିଢ଼ି (ମୋ ଭଳି ବୁଢ଼ାମାନେ) ହଳନ୍ତ ନ ଦେଇ ଲେଖିବା ସପକ୍ଷରେ ।   --ସୁଭାସିସ ପାଣିଗାହି (ଆଳାପ) ୧୦:୨୫, ୨୪ ଅଗଷ୍ଟ ୨୦୧୬ (IST)Reply
Return to "ତିନ୍ ମୂର୍ତ୍ତୀ ଭବନ" page.