ଆମ ଭାଷାରେ କଦଳୀ କହିଲେ ସାଧାରଣତଃ କଦଳୀ ଫଳକୁ ବୁଝାଯାଏ। ଉଦାହରଣ - ମୁଁ କଦଳୀ ଖାଇବି। କିନ୍ତୁ ଗଛଟି ପାଇଁ କଦଳୀଗଛ ବ୍ଯବହାର କରାଯାଏ - ଯେପରି - ଆମ ଘରେ ଏକ କଦଳୀଗଛ ଅଛି। ଏହି ବାକ୍ଯରେ ଯଦି କଦଳୀଗଛ ବ୍ଯବହାର ନ କରି କେବଳ କଦଳୀ ବ୍ଯବହାର କରାଯିବ ତେବେ ଅର୍ଥ ବଦଳି ଯିବ। ତେଣୁ ମୁଁ ଏହି ପ୍ରସଙ୍ଗରେ କେବଳ କଦଳୀ ଫଳ ବିଷୟରେ ଲେଖିଲି। କଦଳୀଗଛ ତଥା ଏହାର ଅଂଶ ଗୁଡିକର ବ୍ଯବହାର ପାଇଁ ଏକ ସ୍ୱତନ୍ତ୍ର ପ୍ରସଂଗ ତିଆରି କଲି। ଇଂରାଜୀରେ ଯେତେବେଳେ ମୁଁ banana tree କିମ୍ବା banana plant ବୋଲି ଖୋଜିଲି ସେତେବେଳେ banana ଫଳ ଦେଖାଇଲା। କିନ୍ତୁ ସେହି ଫଳ ପ୍ରସଙ୍ଗରେ ମୁସା ବିଷୟରେ ଲେଖାଯାଇଥିଲା ଯେ ମୁସା ପ୍ରଜାତିର ଗଛ ମାନେ କଦଳୀ ଫଳାନ୍ତି। ତେଣୁ କଦଳୀଗଛ ପାଇଁ ମୁସା ପ୍ରସଙ୍ଗଟି ତିଆରି କଲି।

Return to "କଦଳୀ" page.