ଆଲନ୍ଦି , ମହାରାଷ୍ଟ୍ର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆଲନ୍ଦି
आळंदी
Aalandi
City
Country India
StateMaharashtra
DistrictPune
Elevation
577 m (1,893 ft)
Population
 (2011)
 • Total୨୮,୫୭୬
Languages
Time zoneUTC+5:30 (IST)
PIN

ଆଲନ୍ଦି (Marathi: आळंदी) ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ଅଉନା ଜିଲ୍ଲାରେ ଏକ ମୁନସିପାଳ ସହର । ଏହା ହିନ୍ଦୁ ଧର୍ମ ପାଇଁ ଏକ ଧାର୍ମିକ ସ୍ଥଳ । ଏଠାରେ 13 ଶ ଶତାବ୍ଦୀର ମରାଠୀ ଭକ୍ତ ସନ୍ଥ ଧ୍ୟାନେଶ୍ୱରଙ୍କ ସମାଧି ରହିଛି । 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଆନନ୍ଦିର ଭୌଗୋଳିକ ସ୍ଥିତି (18°40′37.42″N 73°53′47.76″E / 18.6770611°N 73.8966000°E / 18.6770611; 73.8966000[୧])ଠାରେ ଓ ଏହା ଇନ୍ଦ୍ରାୟଣୀ ନଦୀର ତଟରେ ପୁନେ ସହରଠାରୁ 25 କିଲୋମିଟର ଦୂରରେ ଅବଟୀଟ , ଏହା ସମୁଦ୍ରପତ୍ତନଠାରୁ 1,893 ଫୁଟ ଉପରେ ରହିଛି । 

ତୀର୍ଥ ଯାତ୍ରୀ କେନ୍ଦ୍ର  ସମ୍ପାଦନା

  1. ପ୍ରାଚୀନ ସନ୍ଥ ଧ୍ୟାନେଶ୍ୱର ହିନ୍ଦୁ ମହାପୁରାଣ ଭଗବତ ଗୀତାକୁ ମରାଠୀ ଭାଷାରେ ଅନୁବାଦ କଳା ପରେ ମହାସମାଧି ଲାଭ କଲେ ।ତାଙ୍କ ସମ୍ମାନରେ ତାଙ୍କ ସମାଧି ସ୍ଥଳରେ ଏକ ମନ୍ଦିର ନିର୍ମାଣ କରାଗଲା । ଏଠାକୁ ବହୁ ସଂଖ୍ୟାରେ ଭକ୍ତ ଆଗମନ କରନ୍ତି ଓ ସେଠାରେ ପ୍ରତି ମାସର କୃଷ୍ଣ ପକ୍ଷୀ ଏକାଦଶୀ ଦିନ ଏଠାରେ ସ୍ୱତନ୍ତ୍ର ଆରାଧନା ହେଇଥାଏ ଓ ବିଶେଷ ସଂଖ୍ୟାରେ ଭକ୍ତ  ଙ୍କ ସମାଗମ ହେଇଥାଏ । [୨]

ଜେଷ୍ଠ ମାସରେ ଏଠାରେ ସନ୍ଥ ଧନେଶ୍ୱରଙ୍କ କଠଉକୁ ପାଳଙ୍କିରେ ବହନ କରି ଭକ୍ତ ଗଣ ଶୋଭାଯାତ୍ରା କରି ଆଳନ୍ଦିଠାରୁ ପାନ୍ଧରପୁରକୁ ଆଶାଢି ଏକାଦଶୀ ଦିନ ଯାଇଥାନ୍ତି । ଏଥିରେ ସହସ୍ରାଧିକ ଭକ୍ତ ସାମିଲ ହୁଅନ୍ତି ଓ 150 କିଲୋମିଟର ପଥ ପଦ ଯାତ୍ରାରେ ଅନେକ ଦିନ ଧରି ଯାଇଥାନ୍ତି । ..[୩] ଏଠାରେ କରତିକ ଭଦ୍ୟ ଏକାଦଶୀ ( କରତିକ ମାସର କୃଷ୍ଣ ଏକାଦଶୀ )ରେ ମଧ୍ୟ ଏକ ମେଳା ହେଇଥାଏ । ଏହି ଅବସରରେ ଅନେକ ଅଞ୍ଚଳରୁ ଭକ୍ତ ଗଣ ଏହି ସ୍ଥାନକୁ ଆସି ରହିଥାନ୍ତି । 

ଇନ୍ଦ୍ରାୟଣୀ ନଦୀରେ ଭକ୍ତମାନେ ବୁଡ ପକେଇବା ଅତ୍ୟନ୍ତ ପୂର୍ଣ ବୋଲି ସମସ୍ତଙ୍କ ଧାରଣା । ତେବେ ନିକଟସ୍ଥ ଅଞ୍ଚଳରୁ ବତ୍ଜ୍ୟାବସ୍ତୁ ଓ ଜଳ ଏହି ନଦୀରେ ପଡୁଥିବାରୁ ତାହାର ଜଳ ଅପରିଷ୍କାର ହେଇଯାଇଥାଏ । .[୪]

ଆଳନ୍ଦି ମନ୍ଦିର ବ୍ଯତୀତ ଏହି ଅଞ୍ଚଳରେ ଆହୁରି ଅନେକ ତୀର୍ଥ ସ୍ଥାନ ରହିଥିବାରୁ ଭକ୍ତଗଣ ସେ ସବୁ ମଧ୍ୟ ଦର୍ଶନା କରିପାରନ୍ତି । 

  1.  ଇନ୍ଦ୍ରାୟଣୀ ନଦୀ ଘାଟ 
  2. ରାମ ମନ୍ଦିର 
  3. ଲକ୍ଷ୍ମୀ ନାରାୟଣ ମନ୍ଦିର 
  4. ଭିତାଲା -ରଖୁମୟ ମନ୍ଦିର 
  5. ଧନେଶ୍ୱର ମନ୍ଦିର ( ଆଧୁନିକ )
  6. ନରସିଂହ ମଠ 
  7. ଶ୍ରୀ ଗଜାନନ ମହାରାଜ ମଦିର କମ୍ପ୍ଲେକ୍ସ 
  8. ସନ୍ଥ ଜଳାରାମ ମନ୍ଦିର 
 
ଆଳନ୍ଦି ଲକ୍ଷ୍ମୀ ନାରାୟଣ ମନ୍ଦିର 

ଜନସଂଖ୍ୟା ସମ୍ପାଦନା

2011 ମସିହା ଜନଗଣନା ଅନୁସାରେ ଆଳନ୍ଦିର ଜନସଂଖ୍ୟା 28,576 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 56 % ଓ ମହିଳା ସଂଖ୍ୟା 44 % ଥିଲା । ସାକ୍ଷ୍ୟରତା ହାର 73 % ରହିଥିଲା । 6 ବର୍ଷରୁ କମ ସଂଖ୍ୟା 13 % ଥିବା ବେଳେ ସହରରେ ସବୁ ପ୍ରକାର ଜାତିର ଅଧିବାସୀରହିଥିଲେ । 

ଅର୍ଥନୈତିକ ଅବସ୍ଥା ସମ୍ପାଦନା

ତୀର୍ଥ ତଥା ପର୍ଯ୍ୟଟନ ସ୍ଥଳୀ ହେଇଥିବାରୁ ଏଠାରେ ବହୁ ସଂଖ୍ୟାରେ ଲୋକ ତୀର୍ଥ ଓ ପର୍ଯ୍ୟଟନ ସମ୍ପର୍କିତ ବ୍ୟବସାୟରେ ରହିଥାନ୍ତି । ଯାତ୍ରୀ ଗମନାଗମନ , ରହଣି , ପୂଜା ସାମଗ୍ରୀ ଯୋଗାଣ ପାଇଁ ଅନେକ ବ୍ୟବଶାୟୀ ରହିଥାନ୍ତି । ଏହି ଅଞ୍ଚଳରେ କୃଷି ମଧ୍ୟ ଏକ ମୁଖ୍ୟ ଜୀବିକା । ତେଇଳବୀଜ ଉତ୍ପାଦନରେ ଏହି ସହର ଏକ ପ୍ରମୁଖ ଅଂଶ ଗ୍ରହଣ କରେ । ପୁନେ ସହରର ନିକଟବରତି ହେଇଥିବାରୁ ଗମନ ଗମନର ପର୍ଯ୍ୟାପ୍ତ ସୁବିଧା ରହିଥାଏ । 

ଆଧାର  ସମ୍ପାଦନା

  1. Falling Rain Genomics, Inc - Alandi
  2. Glushkova, Irina. "6 Object of worship as a free choice."
  3. "Maharashtra Tourism". Retrieved 28 October 2012.
  4. "Palkhis ahead, high pollution levels in Indrayani river raise fears". No. June 27, 2013. Indian express. Retrieved 28 July 2014.

ବାହାର ଲିଙ୍କ  ସମ୍ପାଦନା