ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ
ଦ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ଏକ ସ୍ୱେଚ୍ଛାସେବୀ ମାନବବାଦୀ ଶୈଖିକ ବେସରକାରୀ ଅଣଲାଭକାରୀ ସଂସ୍ଥା(ଏନଜିଓ) ଅଟେ । [୩] ଏହା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କଦ୍ୱାରା ୧୯୮୧ ମସିହାରେ ସ୍ଥାପିତ ହୋଇଥିଲା ।[୪] ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ସମଗ୍ର ବିଶ୍ୱରେ ୧୫୬ଟି ଦେଶରେ ପରିବ୍ୟାପ୍ତ ହୋଇଛି ଏବଂ ବିଶ୍ୱର ସବୁଠୁ ବଡ଼ ସ୍ୱେଚ୍ଛାସେବୀ ଅଣଲାଭକାରୀ ସଂସ୍ଥା ରୂପେ ପରିଗଣିତ ହେଉଛି । [୫]
ଦି ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ | |
---|---|
ଫାଇଲ:Aolf Logo.png | |
ମୂଳ ଲକ୍ଷ | "ବସୁଧୈବ କୁଟୁମ୍ବକମ"[୨] |
ମୁଖ୍ୟାଳୟ | ୨୧ ତମ କିମି, ଉଦୟପୁରା, କନକପୁରା ରୋଡ଼, ବେଙ୍ଗାଳୁରୁ |
ୱେବ୍ସାଇଟ | http://www.artofliving.org |
ଏହି ଫାଉଣ୍ଡେସନ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ଜାତିସଙ୍ଘ ଅର୍ଥନୈତିକ ଓ ସାମାଜିକ ପରିଷଦ(ECOSOC) ପାଇଁ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ କାର୍ଯ୍ୟକରୁଛି । [୬]ରବି ଶଂକର ସ୍ଥାପନା କରିଥିବା ଦ ଇଣ୍ଟରନାସନାଲ ଆସୋସିଏସନ ଫର ହ୍ୟୁମାନ ଭଲ୍ୟୁଜ ଏକ ସହଯୋଗୀ ଏନଜିଓ ଯାହା ମାନବିକ ମୂଲ୍ୟବୋଧକୁ ତୃଣମୂଳ ସ୍ତରରୁ ଉନ୍ନତ କରିବାକୁ ଦୃଷ୍ଟି ଦିଏ । [୭]
ଅନୁଷ୍ଠାନ
ସମ୍ପାଦନାଦ ଆର୍ଟ ଅଫ ଲିଭିଂ(AOLF)ର ଆନ୍ତର୍ଜାତିକ ମୁଖ୍ୟାଳୟ ବେଦ ବିଜ୍ଞାନ ମହାବିଦ୍ୟାପୀଠ ଭିଭିଏମ ପରିସର ବେଂଗଳୂରୁଠାରେ ଅବସ୍ଥିତ । ଏହାର ଆଂଚଳିକ ଶାଖାମାନ ୧୫୬ଟି ଦେଶରେ ଅଛି । ୟୁରୋପରେ ଏହି ସଂସ୍ଥା ଦ ଆସୋସିଏସନ ଅଫ ଇନର ଗ୍ରୋଥ ନାମରେ ଜଣା । ଯାହା ଶ୍ରୀ ଶ୍ରୀ ରବି ଶଙ୍କରଙ୍କଦ୍ୱାରା ସ୍ଥାପିତ । ବିଭିନ୍ନ ପ୍ରକାର ବ୍ୟକ୍ତିଗତ ବିକାଶ ଏବଂ ଯନ୍ତ୍ରଣା ଲାଘବ କାର୍ଯ୍ୟକ୍ରମମାନ ଏହାର ବିଶ୍ୱଜାକର ଶାଖାଗୁଡ଼ିକରେ କରାଯାଏ ।
ବିଶ୍ୱ ସଂସ୍କୃତି ଉତ୍ସବ-୨୦୧୬
ସମ୍ପାଦନାବିଶ୍ୱ ସଂସ୍କୃତି ଉତ୍ସବ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ପ୍ରଯୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି ଅଣ-ଲାଭକାରୀ ୩୫ ବର୍ଷ ଧରି ଯୋଗାଉଥିବା ସେବା, ସଂସ୍କୃତି, ମାନବିକ ମୂଲ୍ୟବୋଧ ଓ ଅଧ୍ୟାତ୍ମିକତାକୁ ସଂସ୍ଥାର ୩୫ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବିଶ୍ୱସ୍ତରୀୟ ଉତ୍ସବ ଜରିଆରେ ନୂଆ ଦିଲ୍ଲୀଠାରେ ଯମୁନା ନଈକୂଳରେ ଆଡମ୍ବର ସହକାରେ ପାଳନ କରିଥିଲା । ଏହି ଉତ୍ସବ ମାର୍ଚ୍ଚ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ । ବିଶ୍ୱ ସାଂସ୍କୃତିକ ମହୋତ୍ସବ ଏକ ସାଂସ୍କୃତିକ ଅଲମ୍ପିକ ଭଳି ଯେଉଁଠି ୩୭,୦୦୦ ହଜାରରୁ ଉର୍ଦ୍ଧ୍ୱ କଳାକାର ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ଏଥିରେ ପ୍ରାୟ ୩.୫ ଅୟୁତ ଲୋକଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସଂସ୍କୃତିର ଲୋକ ପରସ୍ପର ନିକଟତର ହୋଇଥିଲେ । କଳା ଓ ସଂସ୍କୃତି ପ୍ରଚାର ପ୍ରସାର ଲାଗି ଆର୍ଟ ଅଫ ଲିଭିଂକୁ ୨.୨୫ କୋଟି ଟଙ୍କା ବେଳକୁ ବେଳ ଅନୁଦାନ ଆକାରରେ ଭାରତ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା । [୮]
=ନ୍ୟାୟିକ ମାମଲା
ସମ୍ପାଦନାମାର୍ଚ୍ଚ ୧୧ରୁ ଆରମ୍ଭ ହେଉଥିବା ତିନି ଦିନିଆ ବିଶ୍ୱ ସଂସ୍କୃତି ଉତ୍ସବ-୨୦୧୬ ଯମୁନା ନଦୀ ବାଲୁକାଶଯ୍ୟାରେ ଆୟୋଜିତ ହେଉଛି ।ରାଷ୍ଟ୍ରୀୟ ସବୁଜ ଅଧିକରଣ(NTG)ଙ୍କ ଗଠିତ ଏକ କମିଟି ଅନୁଯାୟୀ ଯମୁନାକୂଳ ପରିବେଶ ନଷ୍ଟ କରିଥିବା କାରଣ ଦର୍ଶାଇ ୧୨୦କୋଟିର ତଣ୍ଡ/ଜୋରିମାନା ସହ କାର୍ଯ୍ୟକ୍ରମ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ୯ ମାର୍ଚ୍ଚରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୧୧ ମାର୍ଚ୍ଚ ସୁଦ୍ଧା ମାତ୍ର ୫ କୋଟି ତଣ୍ଡ ଗଣିବାର ନିର୍ଦ୍ଦେଶ ମିଳିଥିଲା ଏବଂ ଉତ୍ସବକୁ ସ୍ୱୀକୃତି ମିଳିଥିଲା । ଭବିଷ୍ୟତରେ କୌଣସି ଏପରି କାର୍ଯ୍ୟକ୍ରମ ସେଠାରେ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।[୯][୧୦]
- ↑ "Art of Living Foundation". Artofliving.org. Archived from the original on 20 July 2010. Retrieved 20 July 2010.
- ↑ FAQ
- ↑ "Art of Living Foundation". GuideStar USA, Inc. Archived from the original on 18 May 2013. Retrieved 20 September 2013.
- ↑ "No business, like God business: India's godmen find spirituality to be profitable". DNA. 15 Sep 2013. Retrieved 20 September 2013.
- ↑ http://indiatoday.intoday.in/education/story/sri-sri-ravi-shankars-59th-birthday-10-interesting-facts/1/437746.html
- ↑ "Art of Living Facts". Esango.un.org. Retrieved 20 July 2010.
- ↑ "The International Association of Human Values". Iahv.org. Archived from the original on 14 July 2010. Retrieved 20 July 2010.
- ↑ "ଜେଲ ଯିବାକୁ ପ୍ରସ୍ତୁତ, ପଇସାଟିଏ ଦେବିନି". ଧରିତ୍ରୀ. Retrieved 11 March 2016.
- ↑ http://www.huffingtonpost.in/2016/02/28/art-of-living-fined_n_9340830.html
- ↑ http://indianexpress.com/article/india/india-news-india/live-world-culture-festival-sri-sri-ravi-shankar-yamuna-parliament-rajya-sabha/