ଆର୍ଟେସୁନେଟ/ମେଫ୍ଲୋକୁଇନ

ମୁଁ botହବାକୁ ଚାହେଁ

ଆର୍ଟେସୁନେଟ/ମେଫ୍ଲୋକୁଇନ (ଇଂରାଜୀ ଭାଷାରେ Artesunate/mefloquine) ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ଚିକିତ୍ସାରେ ଦିଆଯାଏ । ଏହା ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯେଉଁଥିରେ ଆର୍ଟେସୁନେଟମେଫ୍ଲୋକ୍ୱିନ ଥାଏ ।[୧] ଏହା ଅଣଜଟିଳ ଫାଲସିପ୍ୟାରମ ମ୍ୟାଲେରିଆ (falciparum malaria) ରୋଗରେ ଦେବାକୁ ନିର୍ଦ୍ଦିଷ୍ଟ ଭାବରେ ସୁପାରିସ କରାଯାଏ ।[୨] ଏହା ପାଟିରେ ଦିଆଯାଏ । [୧]

ଆର୍ଟେସୁନେଟ/ମେଫ୍ଲୋକୁଇନ
Combination of
Artesunateartemisinin
Mefloquineantimalarial
Clinical data
ATC code

ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏଥିରେ ଥିବା ଉପାଦାନମାନଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଅନୁସାରେ ହୋଇପାରେ । ଏଥିରେ ଥିବା ଉପାଦାନମାନ ଏକାକୀ ବ୍ୟବ‌ହାର କରିବା ଅପେକ୍ଷା ଦୁଇଟିଯାକ ଏକତ୍ର ଦେବାକୁ ସୁପାରିସ କରାଯାଏ । ପିଲାଙ୍କ ପାଇଁ ଏହାର ଅଲଗା ମାତ୍ରାର ଔଷଧ ମିଳେ ।[୨]

ସନ ୨୦୦୮ରେ ଆର୍ଟେସୁନେଟ/ମେଫ୍ଲୋକୁଇନ ପ୍ରଥମେ ବ୍ୟବସାୟୀ ନିମନ୍ତେ ବିକ୍ରୟ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୧] ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ବ୍ରାଜିଲ, ଭାରତମାଲେସିଆରେ ସ୍ୱୀକୃତ ହୋଇଥିଲା ।[୨] ସନ ୨୦୧୨ରେ ଏହାର ଏକ କୋର୍ଷ ଔଷଧର ମୂଲ୍ୟ ୨.୫୦ ଆମେରିକୀୟ ଡଲାର ଥିଲା । [୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟ ନିମନ୍ତେ ମିଳେନାହିଁ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  2. ୨.୦ ୨.୧ ୨.୨ Organization, World Health (2014). The Selection and Use of Essential Medicines: Report of the WHO Expert Committee, 2013 (including the 18th WHO Model List of Essential Medicines and the 4th WHO Model List of Essential Medicines for Children) (in ଇଂରାଜୀ). World Health Organization. p. 43. ISBN 9789241209854.
  3. ୩.୦ ୩.୧ Staines, Henry M.; Krishna, Sanjeev (2012). Treatment and Prevention of Malaria: Antimalarial Drug Chemistry, Action and Use (in ଇଂରାଜୀ). Springer Science & Business Media. p. 239. ISBN 9783034604802.
  4. Sanford, Christopher A.; Jong, Elaine C.; Pottinger, Paul S. (2016). The Travel and Tropical Medicine Manual (in ଇଂରାଜୀ) (5 ed.). Elsevier Health Sciences. p. 307. ISBN 9780323417426.