ଆର୍ଟିମେଥର
ଆର୍ଟିମେଥର (ଇଂରାଜୀ ଭାଷାରେ Artemether) ଏକ ଔଷଧ ଯାହା ମ୍ୟାଲେରିଆ ରୋଗରେ ବ୍ୟବହାର କରାଯାଏ । ସାଂଘାତିକ ମ୍ୟାଲେରିଆରେ କୁଇନାଇନ (quinine) ଅପେକ୍ଷା ଏହି ଔଷଧର ଇଞ୍ଜେକସନ ଦେବାକୁ ଅଧିକ ପସନ୍ଦ କରାଯାଏ । ଏହା ଆର୍ଟେସୁନେଟ ଭଳି ଏତେ ପ୍ରଭାବଶାଳୀ ନ ହୋଇପାରେ । ଇଞ୍ଜେକସନ ଆକାରରେ injection in a muscle ଏହା ମାଂସପେଶୀରେ ଦିଆଯାଏ ।[୧] ଅନ୍ୟ ଏକ ଔଷଧ ଲୁମିଫାଣ୍ଟ୍ରିନ ସାଥିରେ ଏହା ପାଟିରେ ଦିଆଯାଏ ଯାହାକୁ ଆର୍ଟିମେଥର/ଲୁମିଫାଣ୍ଟ୍ରିନ କୁହାଯାଏ ।[୩]
Clinical data | |
---|---|
Trade names | many[୨] |
AHFS/Drugs.com | International Drug Names |
Pregnancy category |
|
Routes of administration | intramuscular[୧] |
ATC code | |
Legal status | |
Legal status |
|
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.189.847 |
Chemical and physical data | |
Formula | C16H26O5 |
Molar mass | 298.374 g/mol |
3D model (JSmol) | |
| |
| |
(what is this?) (verify) |
ଆର୍ଟିମେଥର ଅଳ୍ପ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ । କ୍ୱଚିତ ଅନିୟମିତ ହୃଦ୍ଗତି (irregular heartbeat) ହୁଏ । ପ୍ରାଣୀମାନଙ୍କଠାରେ ଏହା ଗର୍ଭାବସ୍ଥାରେ ବିପଦ ଦେଖାଇଲେ ମଧ୍ୟ ମଣିଷ ଦେହରେ କୌଣସି ଚିନ୍ତା ଜନକ ଅବସ୍ଥାର ପ୍ରମାଣ ମିଳିନାହିଁ । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ଏହାକୁ ଗର୍ଭାବସ୍ଥାରେ ଦେବାକୁ ସୁପାରିସ କରିଛି । ଏହା ଆର୍ଟେମିସିନିନ (artemisinin) ଶ୍ରେଣୀର ଏକ ଔଷଧ ।[୪]
ସନ ୧୯୮୧ରେ ଆର୍ଟିମେଥର ପ୍ରସ୍ତୁତ ହେବାପରେ ସନ ୧୯୮୭ରୁ ଡାକ୍ତରୀ ଚିକିତ୍ସାରେ ବ୍ୟବହାର କରାଯାଉଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ଭାଏଲ ପିଛା ହୋଲସେଲ ମୂଲ୍ୟ ୦.୩୮ରୁ ୧୬.୪୭ ଆମେରିକୀୟ ଡଲାର । [୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମିଶ୍ରିତ ଔଷଧର ଏକ କୋର୍ଷର ମୂଲ୍ୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ Esu, E; Effa, EE; Opie, ON; Uwaoma, A; Meremikwu, MM (11 September 2014). "Artemether for severe malaria". The Cochrane database of systematic reviews. 9: CD010678. doi:10.1002/14651858.CD010678.pub2. PMID 25209020.
- ↑ "Artemether - Drugs.com". www.drugs.com. Retrieved 7 December 2016.
- ↑ "Artemether and Lumefantrine". The American Society of Health-System Pharmacists. Retrieved 28 November 2016.
- ↑ Kovacs, SD; Rijken, MJ; Stergachis, A (February 2015). "Treating severe malaria in pregnancy: a review of the evidence". Drug safety. 38 (2): 165–81. doi:10.1007/s40264-014-0261-9. PMC 4328128. PMID 25556421.
- ↑ Rao, Yi; Zhang, Daqing; Li, Runhong (2016). Tu Youyou and the Discovery of Artemisinin: 2015 Nobel Laureate in Physiology or Medicine (in ଇଂରାଜୀ). World Scientific. p. 162. ISBN 9789813109919.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Artemether". International Drug Price Indicator Guide. Retrieved 1 January 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 45. ISBN 9781284057560.