ଆରିପିପ୍ରାଜଲ
ଆରିପିପ୍ରାଜଲ (ଇଂରାଜୀ ଭାଷାରେ Aripiprazole, ଏକ ବିକ୍ରୟ ନାମ ଆବିଲିଫାଇ/ Abilify) ଏକ ଅସ୍ୱାଭାବିକ ମନୋବିକାର ପ୍ରତିରୋଧୀ (atypical antipsychotic) ଔଷଧ । [୪] ସାଧାରଣତଃ ଏହା ସିଜୋଫ୍ରେନିଆ ଓ ବାଇପୋଲାର ଡିଜଅଡର ରୋଗର ଚିକିତ୍ସାରେ ଦିଆଯାଏ ।[୪] ପ୍ରମୁଖ ଅବସାଦ ବେମାରୀ, ଟିଙ୍କ ବେମାରୀ (tic disorders), ଓ ଅଟିଜିମ୍ ସହିତ ଚିଡ଼ଚିଡ଼ା ସ୍ୱଭାବ ଥବା ରୋଗମାନଙ୍କରେ ଅନ୍ୟ ଔଷଧ ସହିତ ଦିଆଯାଏ ।[୪] କକ୍ରେନ ଅନୁଶୀଳନ ଅନୁସାରେ (Cochrane review) ସିଜୋଫ୍ରେନିଆ ଉପରେ ଏହାର ପ୍ରଭାବ ଯଥେଷ୍ଟ ନୁହେଁ ।[୫] ଅଧିକନ୍ତୁ ଏହି ଅନୁଶୀଳନରେ ଅନେକ ବ୍ୟକ୍ତି ତ୍ୟାଗ କରିବା ଯୋଗୁ ସିଦ୍ଧାନ୍ତ ଅତି କମ୍ ହୋଇଥିଲା । [୫] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୪]
Clinical data | |
---|---|
Pronunciation | /ˌeɪrɪˈpɪprəzoʊl/ AIR-i-PIP-rə-zohl Abilify /əˈbɪlɪfaɪ/ ə-BIL-i-fy |
Trade names | Abilify, others |
AHFS/Drugs.com | monograph |
MedlinePlus | a603012 |
data |
|
Pregnancy category | |
Routes of administration | By mouth (tablets, dissolving tablets, solution); IM (including a depot) |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 87%[୧][୨][୩] |
Protein binding | >99%[୧][୨][୩] |
Metabolism | Liver (mostly via CYP3A4 and 2D6[୧][୨][୩]) |
Elimination half-life | 75 hours (active metabolite is 94 hours)[୧][୨][୩] |
Excretion | Renal (27%; <1% unchanged), Faecal (60%; 18% unchanged)[୧][୨][୩] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.112.532 |
Chemical and physical data | |
Formula | C23H27Cl2N3O2 |
Molar mass | 448.385 g/mol |
3D model (JSmol) | |
| |
| |
(what is this?) (verify) |
ଆରିପିପ୍ରାଜଲର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ନିଦ୍ରାଳୁ, ମୁଣ୍ଡ ଓଜନିଆ, ଓଜନ ବୃଦ୍ଧି (weight gain) ଓ ଚଳପ୍ରଚଳ ଅସୁବିଧା (movement disorders) ହୋଇପାରେ ।[୪] ସାଂଘାତିକ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ଟାର୍ଡ଼ିଭ ଡିସକାଇନେସିଆ (tardive dyskinesia) ଓ ଆନାଫାଇଲାକ୍ସିସ (anaphylaxis) ହୋଇପାରେ ।[୪] ବୟସ୍କ ଲୋକଙ୍କର ମୃତ୍ୟୁ ସଙ୍କଟ ଅଧିକ ରହେ ଓ ଡିମେନ୍ସିଆ (dementia) ଯୋଗୁ ଥିବା ସାଇକୋସିସ ରୋଗରେ ଦିଆଯାଏ ନାହିଁ ।[୪] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିବା ସମ୍ଭାବନା ଥାଏ ।[୪][୬] ସ୍ତନ୍ୟପାନ (breastfeeding) କରାଉଥିବା ମହିଳାଙ୍କୁ ଏହା ଦିଆଯାଏ ନାହିଁ ।[୪] ଅଠର ବର୍ଷ ବୟସରୁ କମ୍ ଥିବା ପିଲାଙ୍କ ଉପରେ ଉତ୍ତମ ରୂପେ ଅନୁଶୀଳନ ହୋଇନାହିଁ ।[୪] ଏହାର ସଠିକ୍ କାର୍ଯ୍ୟବିଧି ଅଜ୍ଞାତ ଥିଲେ ମଧ୍ୟ ଡୋପାମିନ୍ ଓ ସେରୋଟୋନିନ (serotonin) ଉପରେ ପ୍ରଭାବ ଥିବା ସମ୍ଭବ ହୋଇପାରେ ।[୪]
ଆରିପିପ୍ରାଜଲ ସନ ୨୦୦୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୭] ସନ ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ସନ ୨୦୧୯ରେ ଏହାର ଏକ ମାସ ପିଛା ପ୍ରାୟ ୨.୭୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୦ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୩୧ତମ ସ୍ଥାନ ଗ୍ରହଣ କରିଥିଲା ।[୯] ଓଟସୁକା ଫର୍ମାସିଉଟିକାଲର (Otsuka Pharmaceutical) ବୈଜ୍ଞାନିକମାନଙ୍କଦ୍ୱାରା ଆରିପିପ୍ରାଜଲ ଔଷଧ ଆବିଷ୍କାର କରାଯାଇଥିଲା ।[୧୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "ABILIFY (aripiprazole) tablet ABILIFY (aripiprazole) solution ABILIFY DISCMELT (aripiprazole) tablet, orally disintegrating ABILIFY (aripiprazole) injection, solution [Otsuka America Pharmaceutical, Inc.]". DailyMed. Otsuka America Pharmaceutical, Inc. April 2013. Retrieved 22 October 2013.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Abilify Tablets, Orodispersible Tablets, Oral Solution - Summary of Product Characteristics (SPC)". electronic Medicines Compendium. Otsuka Pharmaceuticals (UK) Ltd. 20 September 2013. Archived from the original on 4 March 2016. Retrieved 22 October 2013.
- ↑ ୩.୦ ୩.୧ ୩.୨ ୩.୩ ୩.୪ "ANNEX I SUMMARY OF PRODUCT CHARACTERISTICS" (PDF). European Medicines Agency. Otsuka Pharmaceutical Europe Ltd. Archived from the original (PDF) on 23 October 2013. Retrieved 22 October 2013.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ "Aripiprazole, ARIPiprazole Lauroxil Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 February 2019.
- ↑ ୫.୦ ୫.୧ Belgamwar RB, El-Sayeh HG (August 2011). "Aripiprazole versus placebo for schizophrenia". The Cochrane Database of Systematic Reviews (8): CD006622. doi:10.1002/14651858.CD006622.pub2. PMC 3329998. PMID 21833956.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ ୭.୦ ୭.୧ British national formulary : BNF 76 (76 ed.). Pharmaceutical Press. 2018. p. 392. ISBN 9780857113382.
- ↑ "NADAC as of 2019-02-20". Centers for Medicare and Medicaid Services (in ଇଂରାଜୀ). Archived from the original on 2019-02-26. Retrieved 26 February 2019.
- ↑ "The Top 300 of 2019". clincalc.com. Retrieved 22 December 2018.
- ↑ "Aripiprazole". AdisInsight. Retrieved 4 June 2017.