ଆରତୀ ଭୂୟାଁ

ଓଡ଼ିଆ ସମାଜସେବୀ ଓ ଦେଶର ସର୍ବକନିଷ୍ଠ ସରପଞ୍ଚ
(ଆରତି ଭୂୟାଁରୁ ଲେଉଟି ଆସିଛି)

ଆରତୀ ଭୂୟାଁ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ସମାଜସେବୀ । ସେ ମାତ୍ର ୨୭ ବର୍ଷ ବୟସରେ ଦେଶର ସର୍ବକନିଷ୍ଠା ସରପଞ୍ଚ ଭାବରେ ୨୦୧୨ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ ।[୧] ସେ ତାଙ୍କର ଚାକିରୀ ଜୀବନରୁ ଅବସର ନେଇ ସରପଞ୍ଚ ପଦ ପାଇଁ ନିର୍ବାଚନରେ ଛିଡ଼ା ହୋଇଥିଲେ । ତାଙ୍କ ଗାଆଁର ଶିକ୍ଷା ତ‌ଥା ଅନ୍ୟାନ୍ୟ ଉନ୍ନତି ପାଇଁ କାର୍ଯ୍ୟ କରିବା ଥିଲା ତାଙ୍କର ନିର୍ବାଚନର ପ୍ରତିଶ୍ରୁତି ।[୨] ନିର୍ବାଚନରେ ଛିଡ଼ା ହେବା ଆଗରୁ ସେ ଆଇଡିବିଆଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ।[୩]

ଆରତୀ ଭୂୟାଁ
ଆରତୀ ଭୂୟାଁ
Born
ଆରତୀ ଭୂୟାଁ

ଢୁଙ୍କାପଡ଼ା, ଗଞ୍ଜାମ, ଓଡ଼ିଶା
Occupation(s)ସମାଜସେବୀ
ରାଜନୈତିଜ୍ଞ
Parent(s)ଭାସ୍କର ଭୂୟାଁ (ବାପା)
ରମାଦେବୀ (ମାଆ)

୨୦୧୪ ମସିହାରେ ଆମେରିକାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ ।[୩] ଏହି ସମ୍ମିଳନୀରେ ସେ ୨୧ଟି ଦେଶର ଭିନ୍ନ ଭିନ୍ନ ପାର୍ଥୀ ଯୋଗ ଦେଇଥିଲେ । ଆମେରିକାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ ଏବଂ ପୂର୍ବତନ ରାଷ୍ଟ୍ରପତି କେ. ଆର. ନାରାୟଣନପ୍ରତିଭା ପାଟିଲଙ୍କ ପରେ ୬ଷ୍ଠ ଭାରତୀୟ ଥିଲେ ।[୧]

ଜୀବନୀ ସମ୍ପାଦନା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଆରତୀ ଭୂୟାଁ ଗଞ୍ଜାମ ଜିଲ୍ଲାର ଢୁଙ୍କପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭାସ୍କର ଭୂୟାଁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ମାଆ ରମାଦେବୀ ଥିଲେ ଜଣେ ଗୃହିଣୀ ଥିଲେ ।[୨] ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ କରିବା ପରେ ଏମ୍.ବି.ଏ କରି ଆଇ.ଡି.ବି.ଆଇ. ବ୍ୟାଙ୍କରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଆରତୀଙ୍କର ଅଜା-ଆଈ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ।[୩]

ରାଜନୀତି ସମ୍ପାଦନା

ବ୍ୟାଙ୍କରେ ଚାକିରୀ କରିବାବେଳେ ସେ ତାଙ୍କର ଜନ୍ମଭୂମିକୁ ବୁଲିବାକୁ ଆସିଥିବା ବେଳେ ସେଠାକାର ପରିସ୍ଥିତି ବିଷୟରେ ଅବଗତ ହୋଇଥିଲେ । ଏହା ତାଙ୍କୁ ସମାଜସେବା ପ୍ରତି ଆଗ୍ରହୀ କରିଥିଲା ।[୨] ଏହାପରେ ୨୦୧୨ ମସିହାରେ ପଞ୍ଚାୟତ ନିର୍ବାଚନ ପାଇଁ ସେଠାକାର ସ୍ଥାନୀୟ ଲୋକଙ୍କ ଅନୁରୋଧରେ ସେ ଜାନୁଆରୀ ମାସରେ ଚାକିରୀରୁ ଇସ୍ତଫା ଦେଇ ସରପଞ୍ଚ ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ନିର୍ବାଚନରେ ଜିତିବା ପରେ ସରପଞ୍ଚ ଭାବେ ସେ ସେଠାକାର ଶିକ୍ଷାର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଇଥିଲେ । ସେହି ଅଞ୍ଚଳରେ ବନ୍ଦ ପ୍ରାୟ ଥିବା ହାଇସ୍କୁଲରେ ସେ ସେଠାକାର ତିନିଜଣ ଛାତ୍ରଙ୍କୁ ଶିକ୍ଷକ ଭାବରେ ନିଯୁକ୍ତି କରାଇ ପାଠପଢ଼ାରେ ବିକାଶ କରିବା ଦିଗରେ କାର୍ଯ୍ୟ ଆରମ୍ଭକରିଥିଲେ । ସେଠାକାର ଝିଅ ଓ ମ‌ହିଳାମାନଙ୍କୁ ସ୍ୱାକ୍ଷର କରାଇବା ପାଇଁ ସେ "ଟିପ ନୁହେଁ ଦସ୍ତଖତ" ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନର ଫଳସ୍ୱରୂପ ୬ ମାସ ମଧ୍ୟରେ ୭୦୦ରୁ ଅଧିକ ମହିଳା ସାକ୍ଷର ହୋଇପାରିଥିଲେ ।[୨] ସେ ଗାଆଁରୁ ଗାଆଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଣ୍ଠିରୁ ୭ କୋଟି ୪୨ ଲକ୍ଷ ଟଙ୍କାର ଅନୁଦାନ ଯୋଗାଡ଼ କରି ରାସ୍ତା ନିର୍ମାଣ କରାଇଥିଲେ । ଏହାପରେ ସେ ତାଙ୍କ ପଞ୍ଚାୟତରେ ୧,୫୦୦ରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ କରିଥିଲେ । ଏଥିରେ ମ‌ହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୧୨ଟି ଶୌଚାଳୟ ମଧ୍ୟ ଅନ୍ତର୍ଭୁକ୍ତ । ଏଥିସ‌ହିତ ମହିଳା ସଶକ୍ତିକରଣ ପାଇଁ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଯୋଗୁଁ ସେଠାକାର ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଥିଲେ ।[୨] ସରପଞ୍ଚ ଭାବରେ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ପୂରଣ ହେବାପରେ ସେ ଆଉଥରେ ନିର୍ବାଚନ ଲଢ଼ିନଥିଲେ । ତାଙ୍କ ମତରେ ସେ କରିବାକୁ ଚାହୁଁଥିବା ଉନ୍ନତିମୂଳକ କାର୍ଯ୍ୟ ସେ କରିସାରିଥିବାରୁ ଅନ୍ୟ କେହି ସରପଞ୍ଚ ହେଲେ ଭଲ କାର୍ଯ୍ୟ ହେବ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Why this sarpanch is headed to meet Obama". The Indian Express. 9 February 2014. Archived from the original on 1 October 2018. Retrieved 29 September 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "ସାମର୍ଥା ସ୍ୱୟଂସିଦ୍ଧା". ସମାଜ (ରବିବାର) (in Odia). ଓଡ଼ିଶା. 23 Sepatember 2018. p. 1. Archived from the original on 29 September 2018. Retrieved 29 September 2018. {{cite news}}: Check date values in: |date= (help)CS1 maint: unrecognized language (link)
  3. ୩.୦ ୩.୧ ୩.୨ "Back to the Grassroots - Indian Express". archive.indianexpress.com (in english). Archived from the original on 29 September 2018. Retrieved 29 September 2018.{{cite news}}: CS1 maint: unrecognized language (link)